କରୋନାରେ ସଂକ୍ରମିତ ହେଲେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଡ

Published: Apr 23, 2020, 10:23 pm IST

ମୁମ୍ବାଇ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଡ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ନିକଟରେ ଜିତେନ୍ଦ୍ରଙ୍କ 14 ଜଣ କର୍ମଚାରୀଙ୍କ ସମେତ 5 ଜଣ ସୁରକ୍ଷା କର୍ମୀଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ । ଏହାପରଠାରୁ ମନ୍ତ୍ରୀ କ୍ବାରେଣ୍ଟିନ୍‌ରେ ରହିଥିଲେ । ମହାରାଷ୍ଟ୍ରର ପ୍ରଥମ ମନ୍ତ୍ରୀ ଭାବେ ସେ କରୋନାରେ ସଂକ୍ରମିତ ହୋଇଛନ୍ତି ଜିତେନ୍ଦ୍ର । ପୂର୍ବରୁ ଜିତେନ୍ଦ୍ରଙ୍କ ଅହ୍ବାଡଙ୍କ ସମ୍ପର୍କରେ ଆସିଥିବା ପୂର୍ବତନ ସାଂସଦ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏହି ସାଂସଦ ଜଣକ ହେଉଛନ୍ତି ଥାନେର ପୂର୍ବତନ ସାଂସଦ ଆନନ୍ଦ ପରାଞ୍ଜପେ ।

ମହାରାଷ୍ଟ୍ରରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି । ଏଠାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ରହିଥିବାବେଳେ ମହାରାଷ୍ଟ୍ର ସରକାରର ଆବାସ ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଡ ଏବେ କ୍ବାରେଣ୍ଟିନ୍‌ରେ । ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ଜିତେନ୍ଦ୍ରଙ୍କ 14 ଜଣ କର୍ମଚାରୀଙ୍କ ସମେତ 5ଜଣ ସୁରକ୍ଷା କର୍ମୀଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା । ସେହିପରି ଅନ୍ୟ 9 ଜଣ କର୍ମଚାରୀ ତାଙ୍କର ବ୍ୟକ୍ତିଗତ କର୍ମଚାରୀ, ଘରର ଚାକର ଓ ପାର୍ଟିର କାର୍ଯ୍ୟକର୍ତ୍ତା ପ୍ରମୁଖ ସାମିଲ୍‌ ରହିଥିଲେ । ଏହି ସମସ୍ତଙ୍କର କରୋନା ଟେଷ୍ଟ ପଜିଟିଭ୍‌ ଆସିଛି । । ଏନ୍‌ସିପି ନେତାର ଜିତେନ୍ଦ୍ର ଜଣେ କରୋନା ପଜିଟିଭ୍‌ ସମ୍ପର୍କରେ ଆସିଥିବାର ସୂଚନା ଦେଇଥିଲେ । ଜିତେନ୍ଦ୍ର ଥାନେ ଜିଲ୍ଲାର କାଲ୍‌ବା-ମୁମ୍ବ୍ରା ବିଧାନସଭାରୁ ପ୍ରତିନିଧିତ୍ବ କରନ୍ତି । ସେ ଲକ୍‌ଡାଉନ୍‌କୁ ନିୟମକୁ ମାନି ଘରେ ରହିବାକୁ ଅପିଲ୍‌ କରିଛି ।

ସେହିପରି ମୁମ୍ବାଇର କେନ୍ଦ୍ରୀୟ ସାମାଜିକ ନ୍ୟାୟ ଅଧିକାରିତା ମନ୍ତ୍ରୀ ରାମଦାସ ଅଠାଓ୍ବଲେଙ୍କ ଆବାସରେ ନିୟୋଜିତ ଥିବା ଜଣେ କନେଷ୍ଟବଳ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଆବାସରେ ନିୟୋଜିତ ଥିବା ଦୁଇ ମହିଳା ପୋଲିସ୍‌ କର୍ମୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । (ଏଜେନ୍ସି)

Related posts