Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନାରେ ସଂକ୍ରମିତ ହେଲେ ବର-କନ୍ୟା, ପୂରା ଗ୍ରାମକୁ କରାଗଲା ସିଲ୍‌
ଆଜିର ଖବର

କରୋନାରେ ସଂକ୍ରମିତ ହେଲେ ବର-କନ୍ୟା, ପୂରା ଗ୍ରାମକୁ କରାଗଲା ସିଲ୍‌

April 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆଜମଗଡ : କରୋନା ମହାମାରୀ ସହ ଲଢିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ସମୟରେ ଧାର୍ମିକ କାର୍ଯ୍ୟକ୍ରମ ସମେତ ବିବାହ, ବ୍ରତଘର, ଭୋଜି ଭାତ ଆଦିକୁ ବନ୍ଦ ରଖାଯାଇଛି । କିନ୍ତୁ ଏହି ଲକ୍ ଡାଉନ୍‌ ସମୟରେ ବହୁ ଲୋକେ ସାମାଜିକ ଦୂରତ୍ବ ରଖି ବିବାହ କରୁଛନ୍ତି । କେହି କେହି ଏହାକୁ ଅଣଦେଖା ମଧ୍ୟ କରୁଛନ୍ତି । ଏହି ଲକ୍ ଡାଉନ୍‌ ସମୟରେ ବିବାହ କରିବା ନବଦମ୍ପତିକୁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଦୁହିଁଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ପୂରା ଗ୍ରାମକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ୟୁପିର ଆଜଗମଡର ଏହି ନବଦମ୍ପତି ବିବାହ କରି ରାଜସ୍ଥାନ ଚାଲି ଆସିଥିଲେ । ଏଡାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଦୁହେଁ କରୋନା ପଜିଟିଭ୍‌ ମିଳିବା ପରେ ସେମାନେ ବିବାହ କରିଥିବା ଗ୍ରାମରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାଟି ଆଜଗମଡର ଛତରପୁର ଗ୍ରାମରେ ହିଁ ଘଟିଛି । ଏହା ପରେ ସମ୍ପୂର୍ଣ୍ଣ ଗ୍ରାମଟିକୁ ସିଲ୍‌ କରାଯିବା ସହ ସାନିଟାଇଜସେନ୍‌ କରାଯାଉଛି । ଏପ୍ରିଲ୍‌ 14 ତାରିଖରେ ଏହି ଦମ୍ପତି ବିବାହ କରିଥିବାବେଳେ କାର୍‌ ଯୋଗେ ରାଜସ୍ଥାନରେ ପହଞ୍ଚିଥିଲେ । ଦୁହେଁ କରୋନା ସଂକ୍ରମିତ ହେବା ପରେ ଏମାନଙ୍କ ପରିବାରକୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ଏହା ସହିତ ସମ୍ପୂର୍ଣ୍ଣ ଗ୍ରାମକୁ ସିଲ୍‌ କରାଯାଇଛି ।

ବର କନ୍ୟାଙ୍କୁ କରୋନା ସଂକ୍ରମିତ ହେବା ପରେ ଆଜମଗଡରେ ଥିବା ଏକ ପ୍ଲାଣ୍ଟକୁ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । କାରଣ ଏହି ବର କନ୍ୟା ଏହି ପ୍ଲାଣ୍ଟ ନିକଟରେ ରହୁଥିଲେ ।  ଏଠାରେ ଏକ ହାଇଓ୍ବ ନିର୍ମାଣ ପାଇଁ ପ୍ଲାଣ୍ଟ ଚାଲୁ ରହିଛି । ଲକ ଡାଉନ୍‌ କାରଣରୁ ଏହା ବନ୍ଦ ଥିଲା । କିନ୍ତୁ ସରକାରଙ୍କ ଦ୍ବାରା ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ପାଇଁ ଆଦେଶ ମିଳିବା ପରେ ଏହି ପ୍ଲାଣ୍ଟ ପୁଣିଥରେ କାର୍ଯ୍ୟ ଆରମ୍ଭ କରିଛି । ଗ୍ରାମବାସୀମାନେ ଏହି ପ୍ଲାଣ୍ଟକୁ ବିରୋଧ କରି ସଂକ୍ରମଣ ବଢିବାର ବିପଦ ବୋଲି କହିଛନ୍ତି । ଅପରପକ୍ଷରେ ଏହି ପ୍ଲାଣ୍ଟକୁ ନେଇ ପୋଲିସ୍‌ କହିଛନ୍ତି ଯେ, ପ୍ରଶାସନର ଆଦେଶ ଅନୁସାରେ ଏହି ପ୍ଲାଣ୍ଟଟି କାର୍ଯ୍ୟକ୍ଷମ ହେଉଛି । ଏଠାରେ ସାମାଜିକ ଦୂରତ୍ବ ପାଳନ କରାଯାଉଥିବାବେଳେ ସମସ୍ତ ଶ୍ରମିକମାନେ ମାସ୍କ ପିନ୍ଧି କାର୍ଯ୍ୟ କରୁଛନ୍ତି । (ଏଜେନ୍ସି)

coronapositive
Share. Facebook Twitter LinkedIn Email WhatsApp Copy Link

Related Posts

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026

୨୧ରୁ ଆରମ୍ଭ ହେବ ନୂଆଦିଲ୍ଲୀ-ଗୁଆଙ୍ଗଜୋ ବିମାନ ସେବା

September 12, 2026

ସାମାନ୍ୟ ବଚସାରୁ ତାତିଲା ଗାଁ, ଖଣ୍ଡା ଧରି ଯୁବକଙ୍କ ତାଣ୍ଡବ

September 12, 2026
Latest News

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026

୨୧ରୁ ଆରମ୍ଭ ହେବ ନୂଆଦିଲ୍ଲୀ-ଗୁଆଙ୍ଗଜୋ ବିମାନ ସେବା

September 12, 2026

ସାମାନ୍ୟ ବଚସାରୁ ତାତିଲା ଗାଁ, ଖଣ୍ଡା ଧରି ଯୁବକଙ୍କ ତାଣ୍ଡବ

September 12, 2026

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.