ଆଜି ଭୁବନେଶ୍ବରରୁ 32 ପଜିଟିଭ୍‌ ଚିହ୍ନଟ

Published: Jul 9, 2020, 3:27 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଆଉ 32 କରୋନା ପଜିଟିଭ ଚିହ୍ନଟ ହୋଇଛି । 32 ପଜିଟିଭ୍‌ ମଧ୍ୟରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ 14 ଜଣ ଚିହ୍ନଟ ହୋଇଥିବାବେଳେ 18 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ଦେଇଛି ବିଏମ୍‌ସି ।

ଆଜି ଚିହ୍ନଟ 18 ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ଜଣେ ନୟାପଲ୍ଲୀ ଆଇଆରସି ଭିଲେଜରୁ, ଅନ୍ୟ ଜଣେ ବ୍ରିଟ୍‌ କଲୋନୀରୁ ଚିହ୍ନଟ ହୋଇଥିବାବେଳେ ଜଣେ କରୋନା ଆକ୍ରାନ୍ତ ଭୀମଟାଙ୍ଗି ପିପୁଲ୍‌ସ ବସ୍ତିରୁ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର ଗୋପବନ୍ଧୁ ସ୍କୁଲ ପାଖରୁ ଚିହ୍ନଟ ହୋଇଛି। ସେହିପରି ସେଣ୍ଟ୍ରାଲ୍‌ ହସ୍ପିଟାଲରୁ ଜଣେ ପୁରୁଷ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ୟୁନିଟ୍‌-2, ମାର୍କେଟ୍‌ ବିଲିଡିଂରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରମୁଣ୍ଡାର ମହିମା ମିଶ୍ରା ଲେନ୍‌ରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଗଙ୍ଗନଗର ଅଞ୍ଚଳରୁ ଜଣେ ପୁରୁଷ ଆକ୍ରାନ୍ତ ରହିଥିବାବେଳେ ନୟାପଲ୍ଲୀ ନୂଆସାହିରୁ ଜଣେ, ନୂଆଗାଁ ପେଟ୍ରୋଲ୍‌ ପମ୍ପ ନିକଟରୁ ଦୁଇଜଣ, ବାପୁଜୀ ନଗରରୁ ଜଣେ  ନଖରା, ବାଲିଅନ୍ତାରୁ ଜଣେ, ଭରତପୁର ଗଣେଶ ମନ୍ଦିର ନିକଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରସୁଲଗଡ ଓ ସମପୁର ଗ୍ରାମରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

ସେହିପରି କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା 14 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ସେଣ୍ଟ୍ରାଲ୍‌ ହସ୍ପିଟାଲର ଜଣେ କର୍ମଚାରୀ ରହିଛନ୍ତି ।  ସେହିପରି ସେଣ୍ଟ୍ରାଲ୍‌ ହସ୍ପିଟାଲର ଜଣେ ସୁରକ୍ଷା କର୍ମୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । କଳିଙ୍ଗନଗର ଅଞ୍ଚଳରୁ ତିନି ଜଣ ରହିଥିବାବେଳେ ବାପୁଜୀ ନଗରରୁ ଜଣେ, ରସୁଲଗଡରୁ ଜଣେ, କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଦୁଇ ଜଣ, ପାତ୍ରପଡା, ଉଦୟଗିରି ଅଞ୍ଚଳର ଜଣେ, ଡୁମୁଡୁମା ଫେଜ୍‌ – 4ରୁ ଜଣେ ଚିହ୍ନଟ ହୋଇଥିବାବେଳେ ୟୁନିଟ୍‌ 2ରୁ ଜଣେ, ମଞ୍ଚେଶ୍ବରରୁ ଜଣେ, ବାପୁଜୀ ନଗରରୁ ଆକ୍ରାନ୍ତ ରହିଛନ୍ତି ।

Image

ସେହିପରି ଆଜି ଭୁବନେଶ୍ବରରୁ 7 ଜଣ ସୁସ୍ଥ ହୋଇଥିବାର ସୂଚନା ରହିଛି । ନୂତନ 32ଙ୍କୁ ମିଶାଇ ଭୁବନେଶ୍ବରରେ ଏବେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 557ରେ ପହଞ୍ଚିଛି। ସେହିପରି 7ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 302 ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ଭୁବନେଶ୍ବରରେ 247ଟି ସକ୍ରିୟ ମାମଲା ରହିଛି ।

Related posts