ମାତା ବୈଷ୍ଣୋ ଦେବୀ ମନ୍ଦିରରେ ବ୍ୟାପିଲା କରୋନା : ତିନି ପୂଜାରୀଙ୍କ ସମେତ 22ଜଣ ସଂକ୍ରମିତ

Published: Aug 18, 2020, 1:55 pm IST

ଜମ୍ମୁକାଶ୍ମୀର : ପ୍ରାୟ ପାଞ୍ଚ ମାସ ପରେ ରବିବାର ଦିନ ମାତା ବୈଷ୍ଣୋଦେବୀଙ୍କର ଯାତ୍ରା ଆରମ୍ଭ ହୋଇଛି । କିନ୍ତୁ ଏହି ଯାତ୍ରା ଆରମ୍ଭ ରୁ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି । ବୈଷ୍ଣୋ ଦେବୀ ମନ୍ଦିର ପରିସରରେ କରୋନା ବ୍ୟାପିବାରେ ଲାଗିଛି । ପ୍ରଦେଶର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ପରିସଂଖ୍ୟାନ ଅନୁସାରେ ସୋମବାର ସନ୍ଧ୍ୟାରେ ମାତା ବୈଷ୍ଣୋଦେବୀ ମନ୍ଦିର ପରିସରରେ 22ଟି ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ରବିବାର ଦିନ ପ୍ରାୟ 20ଟି ସଂକ୍ରମଣ ମାମଲା ସାମ୍ନକୁ ଆସିଥିଲା ।

ମିଳିଥିବା ସୂଚନା ଅନୁସାରେ ମନ୍ଦିର ପରିସରର ତିନି ପୂଜାରୀ, ଚାରି ପୋଲିସ୍‌ କର୍ମୀ, ମାତା ବୈଷ୍ଣୋଦେବୀ  ସ୍ରାଇନ୍‌ ବୋର୍ଡର ଆଟେଣ୍ଡାଣ୍ଟ  ଓ ସୁରକ୍ଷା କର୍ମୀ ସାମିଲ୍‌ ରହିଛନ୍ତି ।  ମନ୍ଦିର ପରିସରରେ କରୋନା ମାମଲା ବୃଦ୍ଧି ହୋଇଥିବାବେଳେ ସ୍ରାଇନ୍‌ ବୋର୍ଡ ଭବନରେ ହିଁ କୋଭିଡ୍‌ କେୟାରର ବ୍ୟବସ୍ଥା ଆରମ୍ଭକରିବା ସହିତ ସମସ୍ତ ସଂକ୍ରମିତଙ୍କୁ ଏକ ଭବନରେ ରଖାଯାଇଛି । ସୋମବାର ଦିନ ପ୍ରାୟ 200 ଜଣ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ । (ଏଜେନ୍ସି)

Related posts