ମୁମ୍ବାଇର ଏକ ଡାକ୍ତରଖାନାର 25 ଜଣ କର୍ମଚାରୀଙ୍କଠାରେ କରୋନା ପଜିଟଭ୍‌

Published: Apr 13, 2020, 7:01 pm IST

ମୁମ୍ବାଇ : ମୁମ୍ବାଇର ଏକ ହସ୍ପିଟାଲ୍‌ର 25 ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ଏହି ସମସ୍ତଙ୍କୁ ହସ୍ପିଟାଲରେ ଆଇସିୟୁରେ ରଖାଯାଇଛି । ତେବେ ସମସ୍ତଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ଏହି ସମସ୍ତ କର୍ମଚାରୀ ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସିଥିଲେ। ଏହି କର୍ମଚାରୀଙ୍କ ମଧ୍ୟରୁ ଯେଉଁମାନେ ହାଇ ରିସ୍କ୍‌ କଣ୍ଟାକ୍ଟସ୍‌ରେ ଆସିଛନ୍ତି ସେମାନଙ୍କୁ ହସ୍ପିଟାଲ୍‌ରେ କ୍ବାରେଣ୍ଟିନ୍‌ରେ ରଖାଯାଇଛି । ସେହିପରି ଲୋ – ରିସ୍କ କଣ୍ଟାକ୍ଟସ୍‌ ଆସିଥିବା କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟିନ୍‌ରେ ରଖାଯାଇଛି ।

ଦେଶରେ ସବୁଠୁ ଅଧିକ କରୋନା ମାମଲା ମହାରାଷ୍ଟ୍ରର ହିଁ ଆସିଛି । ମହାରାଷ୍ଟ୍ରରେ 1985 ଜଣ କରୋନା ସଂକ୍ରମିତ ରହିଥିବାବେଳେ 149ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 324ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 9352ରେ ପହଞ୍ଚିଛି । (ଏଜେନ୍ସି)

Related posts