ପ୍ରତିରକ୍ଷା ମନ୍ତ୍ରାଳୟରୁ ରାଫେଲ୍‌ ଡିଲ୍‌ କାଗଜପତ୍ର ଚୋରି ହୋଇଛି: ଏଜି କେ କେ ବେଣୁଗୋପାଳ

Published: Mar 6, 2019, 4:21 pm IST
rafale deal documents stolen by defence ministry

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଜଷ୍ଟିସ୍‌ ସଞ୍ଜୟ କିଷନ୍‌ କୌଲ୍‌ ଏବଂ ଜଷ୍ଟିସ୍‌ କେଏମ୍‌ ଜୋସେଫଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମୁକ୍ତ ଅଦାଲତରେ ରାଫେଲ୍‌ ଡିଲ୍‌ ସଂକ୍ରାନ୍ତ ରାୟର ସମୀକ୍ଷା ପାଇଁ ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରୁଛନ୍ତି। ଆରମ୍ଭରେ ସୁପ୍ରିମ୍‌ କୋର୍ଟ କହିଲେ କି, ଫେବ୍ରୁଆରି ପୂର୍ବରୁ ଦାଖଲ ହୋଇ ନ ଥିବା କୌଣସି ଅତିରିକ୍ତ ସତ୍ୟପତ୍ର ବା ଅନ୍ୟକୌଣସି ଦଲିଲ୍‌ର ଶୁଣାଣି କରିବେ ନାହିଁ। କେନ୍ଦ୍ର ସରକାରଙ୍କ ତରଫରୁ ଏଜି କେ କେ ବେଣୁଗୋପାଳ ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କି, ଆଡ୍‌ଭୋକେଟ୍‌ ପ୍ରଶାନ୍ତ ଭୂଷଣ ଦେଇଥିବା ରାଫେଲ୍‌ ଡିଲ୍‌ ସଂକ୍ରାନ୍ତ ଦଲିଲ୍‌ ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି। ସରକାରୀ କର୍ମଚାରୀଙ୍କ ଦ୍ୱାରା କେତେକ ନିର୍ଦ୍ଦିଷ୍ଟ କାଗଜପତ୍ର ଚୋରି ହୋଇଥିବା ବିଷୟରେ ତଦନ୍ତ ଚାଲିଛି। ଏହି କାଗଜପତ୍ର ଚୋରି ହେବା ପରେ ପ୍ରଘଟ ହୋଇ ଖବରକାଗଜମାନଙ୍କରେ ପ୍ରକାଶ ପାଇଛି ବୋଲି ଏଜି ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି । ଆସନ୍ତା ୧୪ ତାରିଖରେ ରାଫେଲ୍‌ ସଂକ୍ରାନ୍ତୀୟ ଶୁଣାଣୀ କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି ।

Related posts