Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅରେଞ୍ଜ ଜୋନ୍‌ରେ ଜଗତସିଂହପୁର ଜିଲ୍ଲା : ୫ କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି
ଆଜିର ଖବର

ଅରେଞ୍ଜ ଜୋନ୍‌ରେ ଜଗତସିଂହପୁର ଜିଲ୍ଲା : ୫ କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି

May 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାରେ ଗତକାଲି ପ୍ରଥମକରି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୪ ଜଣ କରୋନା ଆକ୍ରାନ୍ତ ସୁରାଟ ଫେରନ୍ତା ଏବଂ ଉକ୍ତ ୪ ଜଣ ଆକ୍ରାନ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ପୃଥକ୍ ଆମ୍ବୁଲାନ୍ସରେ ଭୁବନେଶ୍ବର କିମସ୍ ହସପିଟାଲକୁ ଗତକାଲି ରାତିରେ ପଠାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ସମସ୍ତ ୪ ଜଣ ଆକ୍ରାନ୍ତ ନାଉଗାଁ ବ୍ଲକ ଅଞ୍ଚଳର ଓ ସେମାନଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଥିଲା। ସେମାନେ ରହୁଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ୍ କରାଯାଇ ସିଲ୍ କରାଯିବା ସହିତ ସଂପୃକ୍ତ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ବୟସ ୨୬ ବର୍ଷ,୩୨ ବର୍ଷ, ୩୦ ବର୍ଷର ଯୁବକ ହୋଇଥିବା ବେଳେ ଅନ୍ୟଜଣକ ୪୭ ବର୍ଷ ବୟସ୍କ ଅଟନ୍ତି।ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଗାଡିରେ ସେମାନଙ୍କୁ ଚାଉଳିଆଗଞ୍ଜ କଟକରୁ ଆଣି ଜଗତସିଂହପୁର ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସେମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା ଏବଂ ଏକ ସ୍ୱତନ୍ତ୍ର ଗାଡିରେ ନାଉଗାଁ ବ୍ଲକ୍ ଜାମୁଗାଁ ପଞ୍ଚାୟତର କଣ୍ଟୁଣିଆ ୟୁ.ପି ସ୍କୁଲ୍ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା।ସେମାନେ ସିଧାସଳଖ ସଂଗରୋଧ ଗୃହକୁ ଯାଇ ସେଠାରେ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣର ଭୟ ନାହିଁ।

ସେହିପରି ଗତକାଲି ମେ,୬ ତାରିଖରେ ୩୦ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଜଣ ତେଲେଙ୍ଗାନା, ୨ଜଣ ଗୁଜୁରାଟ, ୧ଜଣ କର୍ଣ୍ଣାଟକ, ୧ଜଣ ଛତିଶଗଡ଼, ୬ଜଣ ପଶ୍ଚିମବଙ୍ଗ, ୧ଜଣ ମହାରାଷ୍ଟ୍ର, ୪ଜଣ ଝାଡଖଣ୍ଡ, ୧ଜଣ ଉତ୍ତରପ୍ରଦେଶ, ୧ଜଣ କେନ୍ଦ୍ରାପଡ଼ା ଓ ୧ଜଣ ଭଦ୍ରକରୁ ଆସିଛନ୍ତି। ସରଳାଦେବୀ କଲ୍ୟାଣ ମଣ୍ଡପଠାରେ ସେମାନଙ୍କ ଠାରୁ ସ୍ୱାବ ସଂଗ୍ରହ ପରେ ବିରିଡ଼ି ବ୍ଲକକୁ ୪ଜଣ ,ଜଗତସିଂହପୁର ବ୍ଲକ୍ କୁ ୫ଜଣ, ନାଉଗାଁ ବ୍ଲକ୍ କୁ ୨ଜଣ, କୁଜଙ୍ଗ ବ୍ଲକ୍ କୁ ୬ଜଣ, ତିର୍ତ୍ତୋଲ ବ୍ଲକ୍ କୁ ୬ଜଣ ଓ ରଘୁନାଥପୁର ବ୍ଲକ୍ କୁ ୭ଜଣଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଇଛି।

ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଜଣକ ନାଉଗାଁର ହୋଇଥିବାବେଳେ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାପଡିଛି । ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଆଗରୁ ତାଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖା ଯାଇ ନ ଥିବାବେଳେ ସେ ପୂର୍ବରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ପଜିଟିଭ୍‌ ଜଣାପଡିବା ପରେ ତାଙ୍କୁ କିମସ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

କରୋନାଆକ୍ରାନ୍ତ ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026

ପୋଲିସ SI ସ୍କାମ : ୧୭ ଜଣଙ୍କ ଜାମିନ ଖାରଜ

May 23, 2026
Latest News

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026

ପୋଲିସ SI ସ୍କାମ : ୧୭ ଜଣଙ୍କ ଜାମିନ ଖାରଜ

May 23, 2026

ଭାଇଭଉଣୀଙ୍କୁ ହାଣିଲା ଯୁବକ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.