Categories
ଆଜିର ଖବର ରାଜ୍ୟ ଖବର

ଆଉ 11 କରୋନା ଆକ୍ରାନ୍ତ ମୃତ୍ୟୁ : ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା 611କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 2 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବଲାଙ୍ଗିର, କନ୍ଧମାଳ, ଯାଜପୁର, କେଉଁଝର, ନୟାଗଡ ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

କଟକରୁ ସର୍ବାଧିକ ତିନି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 66ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 88, 45 ବର୍ଷ ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 30 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 82 ବର୍ଷୀୟ ବ୍ୟକ୍ତି ।

ବଲାଙ୍ଗିରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 70 ବର୍ଷ ହୋଇଥିବାବେଳେ ଯାଜପୁରରୁ 48 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କେଉଁଝରରୁ 75 ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ 64 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ନୟାଗଡରୁ 56 ବର୍ଷୀୟ ଆକ୍ରାନ୍ତ ଓ ରାୟଗଡାରୁ 63 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 616କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଜଗତସିଂହପୁରରୁ 11ଜଣ ଚିହ୍ନଟ : ଆକ୍ରାନ୍ତଙ୍କ ତଥ୍ୟ ଦେଲା ଜିଲ୍ଲା ପ୍ରଶାସନ

ରମେଶ ମହାନ୍ତି

ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 11 ଜଣ ଚିହ୍ନଟ ହୋଇଛନ୍ତି । ନୂତନ 11 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ଜିଲ୍ଲାପ୍ରଶାସନ । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ 9 ଜଣ ଟିଏମ୍‌ସିରୁ ଚିହ୍ନଟ ହୋଇଥବାବେଳେ 2 ଜଣ ଟିଏମ୍‌ସିରୁ ଯିବା ପରେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ । ଏହି ସମସ୍ତ ଆକ୍ରାନ୍ତମାନେ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଲୀରୁ ତିନିଜଣ ଫେରିଥିବାବେଳେ, କର୍ଣ୍ଣାଟକରୁ ଜଣେ, ମହାରାଷ୍ଟ୍ରରୁ ତିନି ଜଣ, ପଶ୍ଚିମବଙ୍ଗରୁ ଜଣେ, ଉତ୍ତରପ୍ରଦେଶରୁ ଜଣେ ଓ ଗୁଜୁରାଟରୁ 2 ଜଣ ରହିଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତମାନେ ଦୁଇ ଗୋଟି ବ୍ଲକର ବୋଲି ଜଣାପଡିଛି । ଏରସମା ବ୍ଲକରୁ 7 ଜଣ ରହିଥିବାବେଳେ ତିର୍ତ୍ତୋଲ୍‌ ବ୍ଲକରୁ 4 ଜଣ ରହିଛନ୍ତି ।

ସେହିପରି ଏରସମା ବ୍ଲକରୁ ଚିହ୍ନଟ ହୋଇଥିବା 7 ଜଣଙ୍କ ମଧ୍ୟରୁ 5 ଜଣ ପଞ୍ଚାୟତସ୍ତରୀୟ ଟିଏମ୍‌ସି ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 2 ଜଣ ଟିଏମ୍‌ସିରୁ ଯାଇ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ ।

ସୂଚନାଯୋଗ୍ୟ ଯେ ତିର୍ତ୍ତୋଲ ବ୍ଳକରୁ ଆଜି ବାହାରିଥିବା 4ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଡତିରା ପଞ୍ଚାୟତରୁ ଜଣେ , ତରଜଙ୍ଗା ପଞ୍ଚାୟତରୁ ଜଣେ, ଗୋବିନ୍ଦପୁର ପଞ୍ଚାୟତରୁ ଜଣେ, ଜଗନ୍ନାଥପୁର ପଞ୍ଚାୟତରୁ ରହିଛନ୍ତି ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରରୁ ଚିହ୍ନଟ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ଜିଲ୍ଲା ପ୍ରଶାସନ

ରମେଶ ମହାନ୍ତି

 ଜଗତସିଂହପୁର : ଆଜି  ଜଗତସିଂହପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ କୁଜଙ୍ଗ ବ୍ଲକର ହୋଇଥିବାବେଳେ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।  ଆକ୍ରାନ୍ତ ଜଣକ ମହାରାଷ୍ଟ୍ର ଫେରନ୍ତା ହୋଇଥିବାର ସୂଚନା ରହିଛି । ଆଜି ଜଣେ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 209ରେ ପହଞ୍ଚିଥିବାବେଳେ 130 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ 79ଟି ଆକ୍ଟିଭ୍‌ କେସ୍‌ ରହିଛି।

ସୂଚନାଯୋଗ୍ୟ, ଆଜି  ରାଜ୍ୟରେ 143 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 137ଜଣ ଚିହ୍ନଟ ହୋଇଥିବାବେଳେ 6ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5303କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାର ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କଲେ ପୃଥ୍ବୀରାଜ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : କରୋନା ତଥ୍ୟ ଲୁଚାଉଥିବା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଚିଲିକା ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତି ଗତକାଲି ପ୍ରାଣ ହରାଇଥିବାକୁ ନେଇ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କୋଭିଡ -୧୯ ମୁକାବିଲା ପାଇଁ ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଥିବାବେଳେ କରୋନା ଜନିତ ମୃତ୍ୟୁ ତଥ୍ୟକୁ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୃଥ୍ବୀରାଜ। ଚିଲିକା ବ୍ଲକର ଜଣେ ବ୍ୟକ୍ତି କୋଭିଡ୍‌ ଆକ୍ରାନ୍ତ ହୋଇଥିବାବେଳେ ଗତ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର ଦୁଇ ଦିନ ପରେ ସରକାର ମୃତକଙ୍କ ସମ୍ପର୍କରେ ଘୋଷଣା କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ କରୋନରେ ନୁହେଁ, ବରଂ ଲିଭର ଓ ଅନ୍ୟ ରୋଗରୁ ମୃତ୍ୟୁ ହୋଇଛି ବୋଲି ଜଣାଇଛନ୍ତି। ଏହାକୁ ନେଇ ପୃଥ୍ବୀରାଜ ସରକାରଙ୍କୁ ନିନ୍ଦା କରିବା ସହ ଲୁଚା ଚୋରା କାମ ବନ୍ଦ କରନ୍ତୁ ବୋଲି କହିଛନ୍ତି। ତଥ୍ୟ ନ ଲୁଚାଇ ନୈତିକ ଦାୟିତ୍ବ ତୁଲାଇବାକୁ ପରାମର୍ଶ ଦେଇଛନ୍ତି ପୃଥ୍ବୀରାଜ।

ମିଳିଥିବା ସୂଚନା ଅନୁସାରେ ଚିଲିକା ବ୍ଲକର ସିଙ୍ଗେଶ୍ବର ପଞ୍ଚାୟତର ଘିଅଖୋଲା ଗ୍ରାମର ଜଣେ ୪୨ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବାବେଳେ ଲିଭର୍‌ ସମସ୍ୟା ଯୋଗୁଁ ଗତ ୨୭ ତାରିଖରେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବ୍ୟକ୍ତିଜଣକ ୧୪ ତାରିଖ ଦିନ ସୁରତରୁ ନିଜ ଗ୍ରାମକୁ ଫେରିଥିବାବେଳେ ଚିକିତ୍ସିତ ହେବା ପାଇଁ ସେ ଭୁବନେଶ୍ବର ଏମସ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାର ଦୁଇ ଦିନ ପରେ ତାଙ୍କଠାର କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଏହା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର  ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ସଂସ୍କାର କରାଯାଇଥିଲା। ତେବେ ବ୍ୟକ୍ତିଙ୍କ ମୃତ୍ୟୁର ଦୁଇ ଦିନ ପରେ ସରକାର ମୃତକଙ୍କ  ସମ୍ପର୍କରେ ଘୋଷଣା କରିଛନ୍ତି। ତେବେ ବ୍ୟକ୍ତିଜଣକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଯକୃତ ସମସ୍ୟା ନେଇ ମୃତ୍ୟୁବରଣ କରିଥିବାର ସରକାର ସ୍ପଷ୍ଟ କରିଛନ୍ତି।

ସମ୍ପୃକ୍ତ ବ୍ୟକ୍ତିଙ୍କ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ପରେ ସରକାରଙ୍କ ତରଫରୁ ବିଧିବଦ୍ଧ ଘୋଷଣା କରିବା ନେଇ ସେହି ଅଞ୍ଚଳର ବିଶିଷ୍ଟ ଯୁବ ସମାଜସେବୀ ଲଲାଟେନ୍ଦୁ ଶତପଥୀ ବେଶ୍‌ ଉଦ୍ୟମ କରିଥିଲେ। ତେବେ ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏବେ ଅସହାୟ ହୋଇପଡିଛି। ଏଥିପାଇଁ ତୁରନ୍ତ ସରକାରୀ ସହାୟତା ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 103 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ 103 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଦେବଗଡ ଜିଲ୍ଲାରୁ ସର୍ବାଧିକ 22 ଜଣ ରହିଥିବାବେଳେ କେନ୍ଦ୍ରାପଡା 15, ଜଗତସିଂହପୁରରୁ 10, ମାଲକାନଗିରିରୁ 9,  ଭଦ୍ରକ ଓ ବଲାଙ୍ଗିରରୁ 8 ଜଣ ଲେଖାଏଁ, କୋରାପୁଟ ଓ ଗଜପତିରୁ 6 ଜଣ ଲେଖାଏଁ, ଖୋର୍ଦ୍ଧା ଓ ବାଲେଶ୍ବରରୁ 5 ଜଣ ଲେଖାଏଁ ଥିବାବେଳେ ଗଞ୍ଜାମରୁ ଚାରି ଜଣ ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1438କୁ ବୃଦ୍ଧି ହୋଇଛି।  ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 881 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 550ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ହୋଇଛି ।

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ୍‌ ରାଜ୍ୟର 28ଟି ଜିଲ୍ଲାରୁ କରୋନା ବ୍ୟାପିଥିବାବେଳେ ଆଜି  16ଟି ଜିଲ୍ଲାରୁ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 103ଜଣଙ୍କ ମଧ୍ୟରୁ 96 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ 7 ଜଣ ଲୋକାଲ୍‌ କେସ୍‌ ବୋଲି ସୂଚନା ରହିଛି।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ
ଗଞ୍ଜାମ 353 233 117 3
ଯାଜପୁର 240 90 150 0
ବାଲେଶ୍ବର 133 57 76 0
ଭଦ୍ରକ 106 31 75 0
ଖୋର୍ଦ୍ଧା 82 51 28 3
ପୁରୀ 81 4 77 0
କଟକ 59 3 55 1
କେନ୍ଦ୍ରାପଡା 55 9 46 0
ନୟାଗଡ 45 1 44 0
ଜଗତସିଂହପୁର 41 5 36 0
ସୁନ୍ଦରଗଡ 37 25 12 0
ବୌଦ୍ଧ 33 4 29 0
ଅନୁଗୁଳ 24 15 9 0
ବଲାଙ୍ଗିର 24 2 22 0
ଦେବଗଡ 24 1 23 0
ମାଲକାନଗିରି 19 0 19 0
କଳାହାଣ୍ଡି 15 2 13 0
ମୟୂରଭଞ୍ଜ 15 9 6 0
କେଉଁଝର 12 4 8 0
ଗଜପତି 10 0 10 0
କୋରାପୁଟ 7 1 6 0
କନ୍ଧମାଳ 6 0 6 0
ଝାରସୁଗୁଡା 5 2 3 0
ସମ୍ବଲପୁର 5 0 5 0
ଢେଙ୍କାନାଳ 4 1 3 0
ବରଗଡ 1 0 1 0
ନବରଙ୍ଗପୁର 1 0 1 0
ନୂଆପଡା 1 0 1 0
Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅରେଞ୍ଜ ଜୋନ୍‌ରେ ଜଗତସିଂହପୁର ଜିଲ୍ଲା : ୫ କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି

ରମେଶ ମହାନ୍ତି

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାରେ ଗତକାଲି ପ୍ରଥମକରି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୪ ଜଣ କରୋନା ଆକ୍ରାନ୍ତ ସୁରାଟ ଫେରନ୍ତା ଏବଂ ଉକ୍ତ ୪ ଜଣ ଆକ୍ରାନ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ପୃଥକ୍ ଆମ୍ବୁଲାନ୍ସରେ ଭୁବନେଶ୍ବର କିମସ୍ ହସପିଟାଲକୁ ଗତକାଲି ରାତିରେ ପଠାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ସମସ୍ତ ୪ ଜଣ ଆକ୍ରାନ୍ତ ନାଉଗାଁ ବ୍ଲକ ଅଞ୍ଚଳର ଓ ସେମାନଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଥିଲା। ସେମାନେ ରହୁଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ୍ କରାଯାଇ ସିଲ୍ କରାଯିବା ସହିତ ସଂପୃକ୍ତ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ବୟସ ୨୬ ବର୍ଷ,୩୨ ବର୍ଷ, ୩୦ ବର୍ଷର ଯୁବକ ହୋଇଥିବା ବେଳେ ଅନ୍ୟଜଣକ ୪୭ ବର୍ଷ ବୟସ୍କ ଅଟନ୍ତି।ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଗାଡିରେ ସେମାନଙ୍କୁ ଚାଉଳିଆଗଞ୍ଜ କଟକରୁ ଆଣି ଜଗତସିଂହପୁର ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସେମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା ଏବଂ ଏକ ସ୍ୱତନ୍ତ୍ର ଗାଡିରେ ନାଉଗାଁ ବ୍ଲକ୍ ଜାମୁଗାଁ ପଞ୍ଚାୟତର କଣ୍ଟୁଣିଆ ୟୁ.ପି ସ୍କୁଲ୍ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା।ସେମାନେ ସିଧାସଳଖ ସଂଗରୋଧ ଗୃହକୁ ଯାଇ ସେଠାରେ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣର ଭୟ ନାହିଁ।

ସେହିପରି ଗତକାଲି ମେ,୬ ତାରିଖରେ ୩୦ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଜଣ ତେଲେଙ୍ଗାନା, ୨ଜଣ ଗୁଜୁରାଟ, ୧ଜଣ କର୍ଣ୍ଣାଟକ, ୧ଜଣ ଛତିଶଗଡ଼, ୬ଜଣ ପଶ୍ଚିମବଙ୍ଗ, ୧ଜଣ ମହାରାଷ୍ଟ୍ର, ୪ଜଣ ଝାଡଖଣ୍ଡ, ୧ଜଣ ଉତ୍ତରପ୍ରଦେଶ, ୧ଜଣ କେନ୍ଦ୍ରାପଡ଼ା ଓ ୧ଜଣ ଭଦ୍ରକରୁ ଆସିଛନ୍ତି। ସରଳାଦେବୀ କଲ୍ୟାଣ ମଣ୍ଡପଠାରେ ସେମାନଙ୍କ ଠାରୁ ସ୍ୱାବ ସଂଗ୍ରହ ପରେ ବିରିଡ଼ି ବ୍ଲକକୁ ୪ଜଣ ,ଜଗତସିଂହପୁର ବ୍ଲକ୍ କୁ ୫ଜଣ, ନାଉଗାଁ ବ୍ଲକ୍ କୁ ୨ଜଣ, କୁଜଙ୍ଗ ବ୍ଲକ୍ କୁ ୬ଜଣ, ତିର୍ତ୍ତୋଲ ବ୍ଲକ୍ କୁ ୬ଜଣ ଓ ରଘୁନାଥପୁର ବ୍ଲକ୍ କୁ ୭ଜଣଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଇଛି।

ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଜଣକ ନାଉଗାଁର ହୋଇଥିବାବେଳେ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାପଡିଛି । ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଆଗରୁ ତାଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖା ଯାଇ ନ ଥିବାବେଳେ ସେ ପୂର୍ବରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ପଜିଟିଭ୍‌ ଜଣାପଡିବା ପରେ ତାଙ୍କୁ କିମସ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଗଞ୍ଜାମରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ସୁରତ ଫେରନ୍ତା

ଭୁବନେଶ୍ୱର : ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣକ ସୁରତ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ଏବଂ ତାଙ୍କର ବୟସ 18 ବର୍ଷ। ସେ ଜଣେ ସୁରତ ଫେରନ୍ତା ଯୁବକ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯୁବକ ସରକାରୀ ସଙ୍ଗରୋଧରେ ଥିଲେ। ସେ କାହା ସଂସ୍ପର୍ଶରେ ଆସିଥିଲେ। କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ଏଯାଏଁ 4ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 177ରେ ପହଞ୍ଚିବାବେଳେ ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ । ଆକ୍ରାନ୍ତ ଜଣକ ସୁନ୍ଦରଗଡ ଜିଲ୍ଲାର ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସୁନ୍ଦରଗଡରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 11ରେ ପହଞ୍ଚିଛି । ସେହିପରି ରାଜ୍ୟରେ  ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 163କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ 102ଟି ଆକ୍ଟିଭ୍‌ କେସ୍‌ ରହିଛି । ସୁସ୍ଥ ହୋଇ ଘରକୁ 60 ଜଣ ଫେରିଥିବାବେଳେ ଜଣକର ମୃତ୍ୟୁ ହୋଇଛି ।  24 ଘଣ୍ଟାରେ ରାଜ୍ୟରେ ମୋଟ୍‌ 2470 ସାମ୍ପଲ୍‌ ଟେଷ୍ଟ ହୋଇଛି। ଏଯାବତ୍‌ 41 ହଜାର 128ଟି ନମୁନା ପରୀକ୍ଷା ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ  ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ପରେ ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 20କୁ ବୃଦ୍ଧି  ହୋଇଥିବାବେଳେ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 143କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସୁଦ୍ଧା ଆକ୍ଟିଭ୍‌ କେସ୍‌ 101 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 41 ଜଣ ଓ ଜଣେ ମୃତ୍ୟୁ ବରଣ କରିଛନ୍ତି। ରାଜ୍ୟରେ ଏଯାବତ୍‌ 34 ହଜାର 133 ଆରଟି ପିସିଆର ଟେଷ୍ଟ ହୋଇଛି ବୋଲି ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଆକ୍ରାନ୍ତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ: ଉନ୍ନୟନ କମିଶନର

ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ସେମାନଙ୍କର ରହିବା, ଖାଇବା, ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଦେବେ ବୋଲି କହିଛନ୍ତି ଉନ୍ନୟନ କମିଶନର। ସେହିପରି ଡାକ୍ତର, ଷ୍ଟାଫ୍‌ଙ୍କ ଖର୍ଚ୍ଚ ବି ସରକାର ବହନ କରୁଛନ୍ତି। ଷ୍ଟାଫ୍‌ଙ୍କ ରହିବା, ଖାଇବା ଯାବତୀୟ ଖର୍ଚ୍ଚ ସରକାର ଦେଉଛନ୍ତି। 14 ଦିନ ଡ୍ୟୁଟି ପରେ ଆଉ 14 ଦିନ କ୍ବାରେଣ୍ଟାଇନ୍‌ରେ ରହୁଛନ୍ତି। ସେଥିପାଇଁ ଡାକ୍ତରଙ୍କୁ ହୋଟେଲ୍‌, ଅନ୍ୟ ଷ୍ଟାଫ୍‌ଙ୍କୁ ହଷ୍ଟେଲ୍‌ରେ ରଖାଯାଉଛି। ଡାକ୍ତର, ଷ୍ଟାଫ୍‌ଙ୍କ ରହିବା, ଖାଇବା ଯାବତୀୟ ଖର୍ଚ୍ଚ ସରକାର ଦେଉଛନ୍ତି।