ପୁଣି ଜଗତସିଂହପୁରରୁ 11ଜଣ ଚିହ୍ନଟ : ଆକ୍ରାନ୍ତଙ୍କ ତଥ୍ୟ ଦେଲା ଜିଲ୍ଲା ପ୍ରଶାସନ

Published: Jun 24, 2020, 2:29 pm IST

ରମେଶ ମହାନ୍ତି

ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 11 ଜଣ ଚିହ୍ନଟ ହୋଇଛନ୍ତି । ନୂତନ 11 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ଜିଲ୍ଲାପ୍ରଶାସନ । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ 9 ଜଣ ଟିଏମ୍‌ସିରୁ ଚିହ୍ନଟ ହୋଇଥବାବେଳେ 2 ଜଣ ଟିଏମ୍‌ସିରୁ ଯିବା ପରେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ । ଏହି ସମସ୍ତ ଆକ୍ରାନ୍ତମାନେ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଲୀରୁ ତିନିଜଣ ଫେରିଥିବାବେଳେ, କର୍ଣ୍ଣାଟକରୁ ଜଣେ, ମହାରାଷ୍ଟ୍ରରୁ ତିନି ଜଣ, ପଶ୍ଚିମବଙ୍ଗରୁ ଜଣେ, ଉତ୍ତରପ୍ରଦେଶରୁ ଜଣେ ଓ ଗୁଜୁରାଟରୁ 2 ଜଣ ରହିଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତମାନେ ଦୁଇ ଗୋଟି ବ୍ଲକର ବୋଲି ଜଣାପଡିଛି । ଏରସମା ବ୍ଲକରୁ 7 ଜଣ ରହିଥିବାବେଳେ ତିର୍ତ୍ତୋଲ୍‌ ବ୍ଲକରୁ 4 ଜଣ ରହିଛନ୍ତି ।

ସେହିପରି ଏରସମା ବ୍ଲକରୁ ଚିହ୍ନଟ ହୋଇଥିବା 7 ଜଣଙ୍କ ମଧ୍ୟରୁ 5 ଜଣ ପଞ୍ଚାୟତସ୍ତରୀୟ ଟିଏମ୍‌ସି ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 2 ଜଣ ଟିଏମ୍‌ସିରୁ ଯାଇ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ ।

ସୂଚନାଯୋଗ୍ୟ ଯେ ତିର୍ତ୍ତୋଲ ବ୍ଳକରୁ ଆଜି ବାହାରିଥିବା 4ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଡତିରା ପଞ୍ଚାୟତରୁ ଜଣେ , ତରଜଙ୍ଗା ପଞ୍ଚାୟତରୁ ଜଣେ, ଗୋବିନ୍ଦପୁର ପଞ୍ଚାୟତରୁ ଜଣେ, ଜଗନ୍ନାଥପୁର ପଞ୍ଚାୟତରୁ ରହିଛନ୍ତି ବୋଲି ସୂଚନା ରହିଛି ।

Related posts