ଚୀନ୍ : ଚୀନ୍ର ବୁହାନ ସହରରୁ କରୋନା ସାରା ବିଶ୍ବରେ ତାଣ୍ଡବ ରଚୁଥିବାବେଳେ ପୁଣି ଥିରେ ବୁହାନରେ ଏହି ଭାଇରସର ପ୍ରଭାବ ଦେଖିବାକୁ ମିଳିଛି। ଚୀନ୍ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୁହାନରେ ପୁଣି 14 ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି। 2019 ମସିହାରେ ସର୍ବପ୍ରଥମେ ଏଠାରୁ ହିଁ ଏହି ଭାଇରସ୍ ଦେଖିବାକୁ ମିଳିଥିବା ପରେ ଚଳିତ ବର୍ଷ ଏପ୍ରିଲ୍ 3 ତାରିଖ ପରଠାରୁ ଏଠାରେ କରୋନା ସଂକ୍ରମଣର ମାମଲା ଆଉ ଆସିନଥିଲା। ସ୍ବାଭାବିକ ଅବସ୍ଥାକୁ ବୁହାନ୍ ଫେରିଆସିଥିବାବେଳ ସାରା ବିଶ୍ବ କିନ୍ତୁ କରୋନା କବଳରେ ଛଟପଟ ହେଉଛି। କିନ୍ତୁ 37 ଦିନ ପରେ ବୁହାନରେ ପୁର୍ନବାର କରୋନାର ପ୍ରଭାବ ଅନୁଭୂତ ହୋଇଛି।
2019 ମସିହାରେ ୱୁହାନରୁ ଏହି ଭାଇରସ୍ ଆରମ୍ଭ ହେବା ପରେ, ଚଳିତ ବର୍ଷ ଏପ୍ରିଲ୍ 3 ତାରିଖ ପରଠାରୁ ସେଠାରେ କୌଣସି ସଂକ୍ରମଣର ଘଟଣା ଦେଖିବାକୁ ମିଳି ନଥିଲା। କିନ୍ତୁ ବର୍ତ୍ତମାନ କରୋନା ପୁନର୍ବାର ବୁହାନରେ ବିସ୍ତାର କରିବା ଆରମ୍ଭ କରିଛି। ଗୋଟିଏ ଦିନ ପୂର୍ବରୁ ଜଣେ ମହିଳା ପଜିଟିଭ୍ ମିଳିବା ପରେ ରବିବାର ଦିନ 11 ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା 82,901ରେ ପହଞ୍ଚିଥିବାବେଳେ ଏହି ମହାମାରୀ ଯୋଗୁଁ ଚୀନ୍ରେ 4,633 ଲୋକ ପ୍ରାଣ ହରାଇଛନ୍ତି। (ଏଜେନ୍ସି)