Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବର୍ତ୍ତମାନ କେବଳ କ୍ବାରଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହେଉଛନ୍ତି ଅଧିକ ଆକ୍ରାନ୍ତ, ରାଜ୍ୟ ସରକାର ଦେଲେ ସୂଚନା
ବିଶେଷ ଖବର

ବର୍ତ୍ତମାନ କେବଳ କ୍ବାରଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହେଉଛନ୍ତି ଅଧିକ ଆକ୍ରାନ୍ତ, ରାଜ୍ୟ ସରକାର ଦେଲେ ସୂଚନା

May 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha Covide19 update press meet

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା

1-କୋଭିଡ୍‌ ହସ୍‌ପିଟାଲ୍‌ ଏବଂ କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପରେ ଏବେ ମକ୍‌ ଡି୍ରଲ୍‌ ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ୍‌ ମେଡିକାଲ୍‌ କଲେଜସ୍ଥିତ ଜିଲ୍ଲା କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି ହସ୍‌ପିଟାଲ୍‌ଠାରେ ୨ଟି ମକ୍‌ ଡି୍ରଲ୍‌ ଅନୁଷ୍ଠିତ ହୋଇଛି। ଏହି ଡି୍ରଲ୍‌ରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏକ ପୂର୍ଣ୍ଣାଙ୍ଗ ଦଳ ସହ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଗକୁ ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଏହିଭଳି ମକ୍‌ ଡ୍ରିଲ୍‌ କରିବା ନିମନ୍ତେ ଯୋଜନା କରାଯାଉଛି।

2-ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାକୁ ଗସ୍ତ କରିଥିବା ପ୍ରତିନିଧି ଦଳ ବିଭିନ୍ନ ସ୍ଥାନ ଭ୍ରମଣ କରିଛନ୍ତି। ସେମାନେ ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌, ବ୍ରହ୍ମପୁରରେ ଅଧିକ କୋଭିଡ୍‌ ପରୀକ୍ଷଣ, ଜିଲ୍ଲାରେ ଅଧିକ କୋଭିଡ୍‌-୧୯ ଚିକିତ୍ସା ସୁବିଧା, ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟ ନିୟମାବଳୀର ଅନୁପାଳନ ଏବଂ ବଫର ଅଞ୍ଚଳଗୁଡ଼ିକରେ ରୋଗ ନିରୀକ୍ଷଣ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି।

3-ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ କେସ୍‌ଗୁଡ଼ିକକେବଳ କ୍ୱାରାଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି।

4-ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର/ଅସ୍ଥାୟୀ ଚିକିତ୍ସା କେନ୍ଦ୍ରମାନଙ୍କରେ ଆବଶ୍ୟକୀୟ ବ୍ୟବସ୍ଥାଗୁଡ଼ିକୁ ସୁନିଶ୍ଚିତ କରିବା ପାଇଁ ପୌର ପରିଷଦମାନଙ୍କୁ କୁହାଯାଇଛି। ଏଥିପାଇଁ ବିଭିନ୍ନ ସେବା ପରିଚାଳନା କରୁଥିବା ଦଳଗୁଡ଼ିକୁ ନିୟୋଜିତ କରାଯାଇଛି।

5-ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୧୧,୬୧୯ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୬୭,୫୩୫ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି।

6-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୫୬୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ ମୋଟ ୫,୮୧,୯୧୫ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

7-ଆଜି ରାଜ୍ୟର ୪୮୫୭ ଗ୍ରାମ ପଞ୍ଚାୟତରେ ୩,୧୭,୭୮୨ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୧୪ ଟି ପୌରାଞ୍ଚଳରେ ୩୨,୫୪୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

8-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧୦ରୁ ମଇ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୭ଟି ମାମଲା ଦାୟର କରାଯାଇଛି। ସେଥିରୁ ୨୩ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି ଗୁଜବ ପ୍ରଚାର ପାଇଁ ଏବଂ ୨ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୪୩ ଜଣଙ୍କୁ ଗିରଫ କରାଯାଇଛି।

Odisha Corona Update କରୋନା ଅପଡେଟ ଗଂଜାମରେ କରୋନା ପ୍ରଦୀପ୍ତ ମହାପାତ୍ର ସୁବ୍ରତ ବାଗଚୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସ୍ୱାସ୍ଥ୍ୟକର ଚାଉଳ ବ୍ୟବସାୟ ଶିଖର ସମ୍ମିଳନୀ: ୧୦,୦୦୦ ହେକ୍ଟରକୁ ବୃଦ୍ଧି ପାଇବ ପୁଷ୍ଟିଯୁକ୍ତ ଧାନ ଚାଷ

October 3, 2026

ବନ୍ୟପ୍ରାଣୀ ସପ୍ତାହ ଶୁଭାରମ୍ଭ: ପ୍ରକୃତି ଓ ମଣିଷ ସମ୍ପର୍କ ମଜଭୁତ କରିବାକୁ ଗୁରୁତ୍ୱ

October 3, 2026

ନଭେମ୍ବର ସୁଦ୍ଧା ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସାରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

October 3, 2026

କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ: ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନକୁ ଚଟାଇଲା ଧୁଳି

October 3, 2026
Latest News

ଓଡ଼ିଶା ସ୍ୱାସ୍ଥ୍ୟକର ଚାଉଳ ବ୍ୟବସାୟ ଶିଖର ସମ୍ମିଳନୀ: ୧୦,୦୦୦ ହେକ୍ଟରକୁ ବୃଦ୍ଧି ପାଇବ ପୁଷ୍ଟିଯୁକ୍ତ ଧାନ ଚାଷ

October 3, 2026

ବନ୍ୟପ୍ରାଣୀ ସପ୍ତାହ ଶୁଭାରମ୍ଭ: ପ୍ରକୃତି ଓ ମଣିଷ ସମ୍ପର୍କ ମଜଭୁତ କରିବାକୁ ଗୁରୁତ୍ୱ

October 3, 2026

ସାଇବର ଠକେଇ: ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

October 3, 2026

ମହିଳା ହକି ଦଳର ସ୍ୱର୍ଣ୍ଣ ବିଜୟ: ଖେଳାଳି ଓ କର୍ମଚାରୀଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

October 3, 2026

ନଭେମ୍ବର ସୁଦ୍ଧା ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସାରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.