Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷି, ଗୋପାଳନ, ମତ୍ସ୍ୟ ଚାଷ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ : ମତ୍ସ୍ୟ ଚାଷ ପାଇଁ 20 ହଜାର କୋଟି
ଆଜିର ଖବର

କୃଷି, ଗୋପାଳନ, ମତ୍ସ୍ୟ ଚାଷ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ : ମତ୍ସ୍ୟ ଚାଷ ପାଇଁ 20 ହଜାର କୋଟି

May 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜର  ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି କୃଷି, ଗୋପାଳନ, ମତ୍ସ୍ୟ ଚାଷ ଆଦିକୁ ଗୁରୁତ୍ବ ଦିଆଯାଇଛି ।

ଆଜି 11ଟି କ୍ଷେତ୍ରରେ ବଡ ଘୋଷଣା କରାଯାଇଛି । ସେଥିମଧ୍ୟରୁ 8ଟି ବିଭିନ୍ନ ବିଭାଗର ଭିତ୍ତିଭୂମି ପାଇଁ ହୋଇଥିବାବେଳେ ଅନ୍ୟଟ ତିନୋଟି ଶାସନ ଏବଂ ପ୍ରଶାସନିକ ସଂସ୍କାର ପାଇଁ ଘୋଷଣା ହୋଇଛି ।

ଗତ ଦୁଇ ମାସରେ 74, 300 କୋଟିର ଦ୍ରବ୍ୟ ଚାଷୀଙ୍କ ଠାରୁ କିଣାଯାଇଛି। ବିଭିନ୍ନ ଉତ୍ପାଦିତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯାଇଛି। ଗତ 2 ମାସ ମଧ୍ୟରେ 18, 700 କୋଟି ଟଙ୍କା ଡିବିଟିରେ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀଙ୍କ ଘୋଷଣାକରିଛନ୍ତି ।

ପ୍ରାଥମିକତା ସମବାୟ ସମିତି, କୃଷକ ସମିତି ପାଇଁ 1 ଲକ୍ଷ କୋଟି ସହାୟତାର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଭିତ୍ତିଭୂମି ନିର୍ମାଣ, କୃଷିଜାତ ଦ୍ରବ୍ୟ ସଂରକ୍ଷଣ, ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ ପାଇଁ 1 ଲକ୍ଷ କୋଟି ଖର୍ଚ୍ଚ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । କୃଷି କ୍ଲଷ୍ଟର ନିର୍ମାଣ ପାଇଁ 10 ହଜାର କୋଟି ଖର୍ଚ୍ଚ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ବିଭିନ୍ନ ଅଞ୍ଚଳର ଉତ୍ପାଦନ ହେଉଥିବା ଦ୍ରବ୍ୟକୁ ନେଇ କ୍ଲଷ୍ଟର ନିର୍ମାଣ ହେବ ।  ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦେବାକୁ 10 ହଜାର କୋଟିର ଅନୁଦାନ ଦିଆଯାଇଛି ।

ସେହିପରି ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସ୍ବତନ୍ତ୍ର ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ 20 ହଜାର କୋଟି ଟଙ୍କାର ଘୋଷଣା କରାଯାଇଛି। ମତ୍ସ୍ୟ ଚାଷ ପାଇଁ 11 ହଜାର କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ । ସେହିପରି ଫିସିଂ ହାର୍ବର, ମାର୍କେଟ୍‌ ମଣ୍ଡି ନିର୍ମାଣ ପାଇଁ 9 ହଜାର କୋଟି ଦିଆଯିବ । ଆଗାମୀ 5 ବର୍ଷରେ ଅତିରିକ୍ତ 70 ଲକ୍ଷ ଟନ୍‌ ମାଛ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ବାରା ଅତିରିକ୍ତ 55 ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ମିଳିବ ବୋଲି କହିଛନ୍ତି ସୀତାରମଣ ।

ପଶୁଙ୍କ ଟୀକାକରଣ ପାଇଁ 13 ହଜାର 343 କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି । ଏହି ପ୍ୟାକେଜ୍‌ ଜରିଆରେ 53 କୋଟି ଗୋରୁ ଗାଈ ମଇଁଷିଙ୍କୁ ଟୀକାକରଣ କରାଯିବ ।

ଗୋପାଳନ ଡାଏରୀ ପାଇଁ 15 ହଜାର କୋଟି ଖର୍ଚ୍ଚ ହେବ । ଦୁଗ୍ଧ ପ୍ରୋସେସିଂ ପ୍ଲାଣ୍ଟ, ଗୋଖାଦ୍ୟ କାରଖାନା ଆଦି ସ୍ଥାପନ ହେବ ।

ଔଷଧୀୟ ବୃକ୍ଷ ରୋପଣ ପାଇଁ 4 ହଜାର କୋଟିର ପ୍ୟାକେଜ୍‌ର ଘୋଷଣା କରାଯାଇଛି । ମହୁଚାଷକୁ ପ୍ରାେତ୍ସାହନ ପାଇଁ 500 ଶହ କୋଟିର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ।

agricultural fishery ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025
Latest News

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.