Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍ତରପ୍ରଦେଶଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : 23 ଶ୍ରମିକ ମୃତ
ଆଜିର ଖବର

ଉତ୍ତରପ୍ରଦେଶଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : 23 ଶ୍ରମିକ ମୃତ

May 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶର ଔରେୟାଠାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 23 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ କୋତବାଲୀ କ୍ଷେତ୍ର ନିକଟସ୍ଥ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଟ୍ରକରେ ରହିଥିବା ସମସ୍ତ ଶ୍ରମିକମାନେ ଦିଲ୍ଲୀରୁ ଗୋରଖପୁର ଯାଉଥିଲେ ବୋଲି ସୂଚନା ରହିଛି ।

ଦେଶରେ କରୋନା ସଂକଟ ପାଇଁ ମାର୍ଚ୍ଚ 24 ତାରିଖରୁ ଲକ୍ ଡାଉନ୍‌ ଜାରି ରହିଛି । ଲକ୍ ଡାଉନ୍‌ ଯୋଗୁଁ ଦେଶରେ ଯାତାୟତ ସେବା ବନ୍ଦ ରହିଛି । ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ କଷ୍ଟ ବଢିବାରେ ଲାଗିଛି । ରୋଜଗାର ନଥିବାବେଳେ ପେଟ କଷ୍ଟ ସେମାନଙ୍କୁ ନିଜ ରାଜ୍ୟକୁ ଫେରିଯିବାକୁ ବାଧ୍ୟ କରୁଛି । ଦେଶରେ ଏବେ ପ୍ରବାସୀ ଶ୍ରମିକମାନେ ଏବେ ଘରବାହୁଡା ଆରମ୍ଭ କରିଛନ୍ତି । କେହି କେହି ଚାଲି ଚାଲି ତ କିଏ ଟ୍ରକ୍‌ରେ ତ ପୁଣି କିଏ ସାଇକେଲ୍‌ରେ । ଏହି ବିପଦଜ୍ଜନକ ଯାତ୍ରା କରିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।

କାଲି ମଧ୍ୟ ଉତ୍ତରପ୍ରଦେଶରେ ଜୌଲାନାରେ ପ୍ରବାସୀ ମଜୁଦରଙ୍କ ଭର୍ତ୍ତି ଏକ ଗାଡିକୁ ଅଜ୍ଞାତ ଗାଡି ଧକ୍କା ଦେବାରୁ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 14 ଜଣ ଶ୍ରମିକ ଆହତ ହୋଇଥିଲେ । ଏହି ଶ୍ରମିକମାନେ ମୁମ୍ବାଇରୁ ଫେରୁଥିଲେ ବୋଲି ସୂଚନା ରହିଛି । (ଏଜେନ୍ସି)

accident migrant labour
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଜୁରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

May 28, 2026

VVIPଙ୍କ ଗସ୍ତ ସୂଚନା ଲିକ କଲେ କାର୍ଯ୍ୟାନୁଷ୍ଠାନ

May 28, 2026

ଓଡିଶାରେ ଚାଲିବ ଇଭି ବୋଟ

May 28, 2026

ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ

May 28, 2026
Latest News

ଗୁଜୁରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

May 28, 2026

VVIPଙ୍କ ଗସ୍ତ ସୂଚନା ଲିକ କଲେ କାର୍ଯ୍ୟାନୁଷ୍ଠାନ

May 28, 2026

ଓଡିଶାରେ ଚାଲିବ ଇଭି ବୋଟ

May 28, 2026

ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ

May 28, 2026

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ଫସିଛି ମହାଯୁତି !

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.