Categories
ଆଜିର ଖବର ଜାତୀୟ ଖବର

15 ଦିନ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ପଠାଇବା ଲାଗି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : 15 ଦିନ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, 2005 ଅନୁଯାୟୀ ଲକଡାଉନ୍ ଉଲ୍ଲଂଘନ କରିଥିବା ଅଭିଯୋଗରେ ପ୍ରବାସୀ ଶ୍ରମିକଙ୍କ ବିରୋଧରେ ଦାୟର ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ବିଚାର କରାଯିବା ଉଚିତ୍।

ଏହି ଗୁରୁତ୍ବପୂର୍ଣ୍ଣ ଆଦେଶରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଶ୍ରମିକ ମାନେ ଫେରିବା ପାଇଁ ଯଦି ଅଧିକ ଟ୍ରେନର ଚାହିଦା ହେଉଛି ତେବେ ରେଳବାଇ ଏହାକୁ 24 ଘଣ୍ଟା ମଧ୍ୟରେ ବ୍ୟବସ୍ଥା କରିବ। ଏଥିସହ ଶ୍ରମିକମାନଙ୍କ ପାଇଁ ଯେକୌଣସି ଯୋଜନା ପ୍ରସ୍ତୁତ କରାଯାଇଛି, ଶ୍ରମିକ ମାନଙ୍କ ନିକଟରେ କିଭଳି ଏହି ଯୋଜନା ପହଁଞ୍ଚିବ ସେ ନେଇ ରେଳବାଇ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସ୍ଥା କରିବ । ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ନିର୍ଦ୍ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଯୋଜନାବଦ୍ଧ ଭାବରେ ପ୍ରବାସୀ ଶ୍ରମିକ ଚିହ୍ନଟ କରିବାକୁ କହିଛନ୍ତି ।

ପ୍ରବାସୀ ଶ୍ରମିକଙ୍କ ପାଇଁ କାଉନ୍‌ସେଲିଂ ସେଣ୍ଟର ସ୍ଥାପନା କରିବା ପାଇଁ ରାଜ୍ୟସରକାରଙ୍କୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀ ଶ୍ରମିକଙ୍କ ତଥ୍ୟ ଏକାଠି କରିବାକୁ ନିର୍ଦ୍ଦେଶ ରହିଛି। ଏହାସହିତ ତାଙ୍କର ସ୍କିଲ୍‌ ମ୍ୟାପିଂ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ। ଏହାଦ୍ବାରା ଶ୍ରମିକମାନେ ରୋଜଗାର ପାଇବାରେ ସକ୍ଷମ ହୋଇପାରିବେ। ଯଦି କୌଣସି ଶ୍ରମିକ କାମ କରିବା ପାଇଁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ରାଜ୍ୟ ସରକାର ମଧ୍ୟ ଏହି କ୍ଷେତ୍ରରେ ସାହାଯ୍ୟ କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ସ୍କିମ୍‌ ପ୍ରସ୍ତୁତ କରିବା ପାଇଁ ଆଦେଶ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

15 ଦିନ ମଧ୍ୟରେ ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ 15 ଦିନ ମଧ୍ୟରେ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ମେ 28ରେ ନିଜ ନିଷ୍ପତ୍ତିର ଏକ ସପ୍ତାହ ମଧ୍ୟରେ ଦ୍ବତିୟ ନିଷ୍ପତ୍ତି ଶୁଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ନିଷ୍ପତ୍ତିରେ ସମସ୍ତ ପ୍ରବାସୀଙ୍କୁ ମାଗଣାରେ ନିଜ ବାସସ୍ଥାନରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରାର ଭଡା ସହିତ ଖାଦ୍ୟ ଏବଂ ପାନୀୟ ମାଗଣା ପ୍ରଦାନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପୁଣି ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ : ଡ୍ରାଇଭର ସମେତ 4 ମୃତ

ମହାରାଷ୍ଟ୍ର : ଲକ୍‌ ଡାଉନର ଚତୁର୍ଥ ପର୍ଯ୍ୟାୟର ଆଜି ହେଉଛି ଦ୍ବିତୀୟ ଦିନ। ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ପଳାୟନ ଜାରି ରଖିଛନ୍ତି।  ନିଜ ରାଜ୍ୟକୁ ଫେରୁଥିବାବେଳେ ଶ୍ରମିକମାନେ ଦୁର୍ଘଟଣା ଶିକାର ହେଉଛନ୍ତି। ମହାରାଷ୍ଟ୍ରର ୟବତମାଲାରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। 15 ଜଣ ଗୁରୁତର ହୋଇଛନ୍ତି। ଏହି ବସ୍‌ଟି ସୋଲାପୁରରୁ ଝାରଖଣ୍ଡ ଯାଉଥିଲା ବୋଲି ସୂଚନା ରହିଛି।  ବସ୍‌ଟି ଡମ୍ପର୍‌କୁ ପଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର 15 ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମହୋବା ଜିଲ୍ଲାରେ ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ସୋମବାର ବିଳମ୍ବିତ ରାତ୍ରିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀର ଆତ୍ମହତ୍ୟା : ନୋଏଡାରୁ ଚାଲି ଚାଲି ଝାନ୍ସୀରେ ପହଞ୍ଚିଥିଲେ ଦୁହେଁ

ଝାନ୍ସୀ : ଉତ୍ତରପ୍ରଦେଶର ଝାନ୍‌ସୀରେ ଏକ ଶ୍ରମିକଙ୍କ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି । ଯିଏ  ସ୍ତ୍ରୀଙ୍କ ମୃତ୍ୟୁ ପରେ ନିଜେ ଆତ୍ମହତ୍ୟା କରି ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଶ୍ରମିକ ଜଣକ ନିଜ ସ୍ତ୍ରୀଙ୍କ ସହ ନୋଏଡାରୁ ଚାଲି ଚାଲି ଝାନ୍ସୀରେ ଆସି ପହଞ୍ଚିଥିଲେ । ଝାନ୍‌ସୀରେ ତାଙ୍କ ସ୍ତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାବେଳେ ସ୍ବାମୀ ଜଣକ ଆତ୍ମହତ୍ୟା କରିଦେଇଛନ୍ତି ।

ମୃତକ ଜଣକ ହେଉଛନ୍ତି ଝାନ୍‌ସୀ ଜିଲ୍ଲା ପିପରା ଗ୍ରାମର ଭଗବତ । ସେ ନୋଏଡାରେ ନିଜ ସ୍ତ୍ରୀଙ୍କ ସହ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଭଗବତଙ୍କ ବୟସ 35 ବର୍ଷ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଶିବାନୀଙ୍କ ବୟସ ମାତ୍ର 28 ବର୍ଷ ଥିଲା । ଶିବାନୀ ଟିବି ରୋଗରେ ପୀଡିତ ଥିଲେ । ଲକ୍ ଡାଉନ୍‌ କାରଣରୁ ଚାଲି ଚାଲି ଆସି ଦୁହେଁ ଝାନ୍ସୀରେ ପହଞ୍ଚିଥିଲେ। ଝାନ୍ସୀରେ ପହଞ୍ଚୁ ପହଞ୍ଚୁ ଶିବାନୀଙ୍କ ଅବସ୍ଥା ଖରାପ ଆଡକୁ ଗତି କଲା । ତାଙ୍କୁ ଝାନ୍‌ସୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଭଗବତ୍‌ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିବାନୀଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଃଖକୁ ଭଗବତ୍‌ ସହ୍ୟ କରିପାରିନଥିଲେ । ନିଜ ସ୍ତ୍ରୀର ଶବକୁ ଗ୍ରାମକୁ ନେଇ ଆସିଥିଲେ । ଅନ୍ତିମ ସଂସ୍କାର କରିବା ପୂର୍ବରୁ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : 23 ଶ୍ରମିକ ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶର ଔରେୟାଠାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 23 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ କୋତବାଲୀ କ୍ଷେତ୍ର ନିକଟସ୍ଥ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଟ୍ରକରେ ରହିଥିବା ସମସ୍ତ ଶ୍ରମିକମାନେ ଦିଲ୍ଲୀରୁ ଗୋରଖପୁର ଯାଉଥିଲେ ବୋଲି ସୂଚନା ରହିଛି ।

ଦେଶରେ କରୋନା ସଂକଟ ପାଇଁ ମାର୍ଚ୍ଚ 24 ତାରିଖରୁ ଲକ୍ ଡାଉନ୍‌ ଜାରି ରହିଛି । ଲକ୍ ଡାଉନ୍‌ ଯୋଗୁଁ ଦେଶରେ ଯାତାୟତ ସେବା ବନ୍ଦ ରହିଛି । ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ କଷ୍ଟ ବଢିବାରେ ଲାଗିଛି । ରୋଜଗାର ନଥିବାବେଳେ ପେଟ କଷ୍ଟ ସେମାନଙ୍କୁ ନିଜ ରାଜ୍ୟକୁ ଫେରିଯିବାକୁ ବାଧ୍ୟ କରୁଛି । ଦେଶରେ ଏବେ ପ୍ରବାସୀ ଶ୍ରମିକମାନେ ଏବେ ଘରବାହୁଡା ଆରମ୍ଭ କରିଛନ୍ତି । କେହି କେହି ଚାଲି ଚାଲି ତ କିଏ ଟ୍ରକ୍‌ରେ ତ ପୁଣି କିଏ ସାଇକେଲ୍‌ରେ । ଏହି ବିପଦଜ୍ଜନକ ଯାତ୍ରା କରିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।

କାଲି ମଧ୍ୟ ଉତ୍ତରପ୍ରଦେଶରେ ଜୌଲାନାରେ ପ୍ରବାସୀ ମଜୁଦରଙ୍କ ଭର୍ତ୍ତି ଏକ ଗାଡିକୁ ଅଜ୍ଞାତ ଗାଡି ଧକ୍କା ଦେବାରୁ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 14 ଜଣ ଶ୍ରମିକ ଆହତ ହୋଇଥିଲେ । ଏହି ଶ୍ରମିକମାନେ ମୁମ୍ବାଇରୁ ଫେରୁଥିଲେ ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପ୍ରବାସୀ ଶ୍ରମିକଙ୍କ ପାଇଁ ପିଏମ୍ କେୟାର୍ସ ଫଣ୍ଡରୁ ଖର୍ଚ୍ଚ ହେବ ଏକ ହଜାର କୋଟି

ନୂଆଦିଲ୍ଲୀ : କରୋନା ଲଢେଇ ପାଇଁ ଗଠନ ହୋଇଥିବା ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି ଆସୁଛନ୍ତି । ଏହି ଫଣ୍ଡ୍‌ର ଅଡିଟ୍‌ ହେବା ପାଇଁ ଦାବି ମଧ୍ୟ ଜଣାଇଛି କଂଗ୍ରେସ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ପିଏମ୍‌ କେୟାର୍ସ ଫଣ୍ଡର ଅର୍ଥ ଆବଣ୍ଟନ ହେବାର ସୂଚନା ଦିଆଯାଇଛି।

ପ୍ରବାସୀ ଶ୍ରମିକଙ୍କ ପାଇଁ 1 ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି । ଏହି ଅର୍ଥ  1ହଜାର ପିଏମ୍‌ କେୟାର୍ସ ଫଣ୍ଡରୁ ଖର୍ଚ୍ଚ କରାଯିବ । କରୋନା ଲଢେଇ ପାଇଁ ଗଠନ ହୋଇଥିବା ପିଏମ୍‌ କେୟାର୍ସ ଫଣ୍ଡରୁ ଆଉ ଦୁଇ ହଜାର କୋଟି ଟଙ୍କା ଭେଣ୍ଟିଲେଟ୍‌ର ପାଇଁ ଖର୍ଚ୍ଚ କରାଯିବ ବୋଲି ସୂଚନା ରହିଛି ।

ପିଏମ୍‌ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ପିଏମ୍‌ କେୟାର୍ସ ପାଣ୍ଠିରୁ ପ୍ରାଥମିକ ଭାବେ କୋଭିଡ୍‌ ମୁକାବିଲ ପାଇଁ 3100 କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅର୍ଥରୁ 2ହଜାର କୋଟିଟଙ୍କା ଭେଣ୍ଟିଲେଟ୍‌ର ପାଇଁ ଖର୍ଚ୍ଚ କରାଯିବ । ସେହିପରି ପ୍ରବାସୀ ଶ୍ରମିକମାନଙ୍କ ପାଇଁ 1 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ବଳକା 100 କୋଟି ଟଙ୍କା କୋଭିଡ-19 ଭ୍ୟାକ୍‌ସିନ୍‌ ପାଇଁ ଆରମ୍ଭ ହୋଇଥିବା ପରୀକ୍ଷା ପାଇଁ ଖର୍ଚ୍ଚ କରାଯିବ ।

ମାର୍ଚ୍ଚ 27, 2020ରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏହି ଟ୍ରଷ୍ଟ ଗଠନ କରାଯାଇଥିଲା । ଏହି ଟ୍ରଷ୍ଟରେ ଅନ୍ୟତମ ସଦସ୍ୟ ଭାବରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହା ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ରହିଛନ୍ତି । କରୋନା ସହ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ପିଏମ୍‌ କେୟାର୍ସ ଫଣ୍ଡରେ ସାହାଯ୍ୟ କରିବାକୁ ନିବେଦନ କରିଥିଲେ । କରୋନା ସହ ଲଢେଇ ପାଇଁ 2 ହଜାର କୋଟି ଟଙ୍କାରେ 50 ହଜାର ଭେଣ୍ଟିଲେଟ୍‌ର କ୍ରୟ କରାଯିବ । ଏହି ଭେଣ୍ଟିଲେଟର ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶରେ ସରକାରଙ୍କ ଦ୍ବାରା ସଞ୍ଚାଳିତ ହେଉଥିବା କୋଭିଡ୍‌-19 ହସ୍ପିଟାଲକୁ ଦିଆଯିବ । (ଏଜେନ୍ସି)

Categories
ଫଟୋ ଖବର

ରେଳ ଷ୍ଟେସନ ଟିକେଟ କାଉଣ୍ଟରରେ ସାମାଜିକ ଦୂରତା ବଜାଇ ରଖି ଟିକେଟ ଅପେକ୍ଷାରେ ପ୍ରବାସୀ ଶ୍ରମିକ

ବିହାର, ବିହାର ରାଜ୍ୟରେ ଅଟକି ରହିଥିବା ଶହଶହ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ରେଳ ଷ୍ଟେସନ ଟିକେଟ କାଉଣ୍ଟର ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି। ଏହି ସମୟରେ ସେମାନେ ଯେପରି ସାମାଜିକ ଦୂରତା ବଜାଇ ରଖିବେ ସେଥି ପ୍ରତି ଦିଆଯାଇଛି ଧ୍ୟାନ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚାଲି ଚାଲି ଚେନ୍ନାଇରୁ ବାଣପୁର ଆସିଲେ ଦୁଇ ଯୁବକ: ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ସମଗ୍ର ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ପ୍ରବାସୀ ଶ୍ରମିକ ମାନେ ଦୁସ୍ଥ ସ୍ଥିତିରେ ଜୀବନଯାପନ କରୁଛନ୍ତି। ଏପରିକି କିଛି ଶ୍ରମିକ ସାଇକେଲରେ ୧୭ ଶହ କିମି ଆସିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେହିପରି ଭାବରେ ବାଣପୁର ବ୍ଲକ୍‌ର ଦୁଇ ଯୁବକ ଚେନ୍ନାଇରୁ ଓଡିଶା ପର୍ଯ୍ୟନ୍ତ ରାସ୍ତାକୁ ଚାଲଚାଲି ଅତିକ୍ରାନ୍ତ କରିଛନ୍ତି। ଦୁଇ ଯୁବକ ହେଉଛନ୍ତି ବଡସିରେଇପୁରର କପିଳାଶ ପରିଡା ଏବଂ ନାଚୁଣୀର ବାବୁଲା ଜେନା। ଉଭୟ ବିଗତ ସାତ ମାସ ହେବ ଚେନ୍ନାଇର ସମଲକୋଟରେ କାମ କରୁଥିଲେ। ଏପ୍ରିଲ୍‌ ମାସ ୨୨ ତାରିଖରୁ ଦୁଇ ଯୁବକ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ସନ୍ଧ୍ୟା ସମୟରେ ବାଣପୁରରେ ପହଞ୍ଚିଛନ୍ତି। ପାଖାପାଖି ୧୩୦୦କିମି ରାସ୍ତାକୁ ଉଭୟ ପାଦରେ ଚାଲି ଚାଲି ଅତିକ୍ରାନ୍ତ କରିଥିବା ବେଳେ ଅଳ୍ପ କିଛି ସ୍ଥାନରେ କିଛି ଗାଡିବାଲାଙ୍କ ପକ୍ଷରୁ ଲିଫ୍ଟ ପ୍ରଦାନ କରାଯାଇଥିଲା। ଦୁଇ ଯୁବକ ପହଞ୍ଚିବା ପରେ ବାବୁଲା ନାଚୁଣୀ ଚାଲିଯାଇଥିଲେ ଏବଂ କପିଳାଶ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ପହଞ୍ଚିବା ପରେ କପିଳାଶ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ବିଡିଓ ଶିବାନନ୍ଦ ସ୍ଵାଇଁଙ୍କୁ ଫୋନ୍‌ କରି ଜଣାଇଥିଲେ। ପ୍ରଥମ ପ୍ରବାସୀ ଭାବରେ ନରେନ୍ଦ୍ରପୁର କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଆସିଥିବାରୁ କପିଳାଶଙ୍କୁ ସରପଞ୍ଚ ପ୍ରକାଶ ଚନ୍ଦ୍ର ବରାଳ ପାଛୋଟି ନେଇଥିଲେ।