ପୁଣି ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ : ଡ୍ରାଇଭର ସମେତ 4 ମୃତ

Published: May 19, 2020, 9:30 am IST

ମହାରାଷ୍ଟ୍ର : ଲକ୍‌ ଡାଉନର ଚତୁର୍ଥ ପର୍ଯ୍ୟାୟର ଆଜି ହେଉଛି ଦ୍ବିତୀୟ ଦିନ। ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ପଳାୟନ ଜାରି ରଖିଛନ୍ତି।  ନିଜ ରାଜ୍ୟକୁ ଫେରୁଥିବାବେଳେ ଶ୍ରମିକମାନେ ଦୁର୍ଘଟଣା ଶିକାର ହେଉଛନ୍ତି। ମହାରାଷ୍ଟ୍ରର ୟବତମାଲାରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। 15 ଜଣ ଗୁରୁତର ହୋଇଛନ୍ତି। ଏହି ବସ୍‌ଟି ସୋଲାପୁରରୁ ଝାରଖଣ୍ଡ ଯାଉଥିଲା ବୋଲି ସୂଚନା ରହିଛି।  ବସ୍‌ଟି ଡମ୍ପର୍‌କୁ ପଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର 15 ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମହୋବା ଜିଲ୍ଲାରେ ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ସୋମବାର ବିଳମ୍ବିତ ରାତ୍ରିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। (ଏଜେନ୍ସି)

Related posts