ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀର ଆତ୍ମହତ୍ୟା : ନୋଏଡାରୁ ଚାଲି ଚାଲି ଝାନ୍ସୀରେ ପହଞ୍ଚିଥିଲେ ଦୁହେଁ

Published: May 16, 2020, 11:41 pm IST

ଝାନ୍ସୀ : ଉତ୍ତରପ୍ରଦେଶର ଝାନ୍‌ସୀରେ ଏକ ଶ୍ରମିକଙ୍କ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି । ଯିଏ  ସ୍ତ୍ରୀଙ୍କ ମୃତ୍ୟୁ ପରେ ନିଜେ ଆତ୍ମହତ୍ୟା କରି ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଶ୍ରମିକ ଜଣକ ନିଜ ସ୍ତ୍ରୀଙ୍କ ସହ ନୋଏଡାରୁ ଚାଲି ଚାଲି ଝାନ୍ସୀରେ ଆସି ପହଞ୍ଚିଥିଲେ । ଝାନ୍‌ସୀରେ ତାଙ୍କ ସ୍ତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାବେଳେ ସ୍ବାମୀ ଜଣକ ଆତ୍ମହତ୍ୟା କରିଦେଇଛନ୍ତି ।

ମୃତକ ଜଣକ ହେଉଛନ୍ତି ଝାନ୍‌ସୀ ଜିଲ୍ଲା ପିପରା ଗ୍ରାମର ଭଗବତ । ସେ ନୋଏଡାରେ ନିଜ ସ୍ତ୍ରୀଙ୍କ ସହ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଭଗବତଙ୍କ ବୟସ 35 ବର୍ଷ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଶିବାନୀଙ୍କ ବୟସ ମାତ୍ର 28 ବର୍ଷ ଥିଲା । ଶିବାନୀ ଟିବି ରୋଗରେ ପୀଡିତ ଥିଲେ । ଲକ୍ ଡାଉନ୍‌ କାରଣରୁ ଚାଲି ଚାଲି ଆସି ଦୁହେଁ ଝାନ୍ସୀରେ ପହଞ୍ଚିଥିଲେ। ଝାନ୍ସୀରେ ପହଞ୍ଚୁ ପହଞ୍ଚୁ ଶିବାନୀଙ୍କ ଅବସ୍ଥା ଖରାପ ଆଡକୁ ଗତି କଲା । ତାଙ୍କୁ ଝାନ୍‌ସୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଭଗବତ୍‌ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିବାନୀଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଃଖକୁ ଭଗବତ୍‌ ସହ୍ୟ କରିପାରିନଥିଲେ । ନିଜ ସ୍ତ୍ରୀର ଶବକୁ ଗ୍ରାମକୁ ନେଇ ଆସିଥିଲେ । ଅନ୍ତିମ ସଂସ୍କାର କରିବା ପୂର୍ବରୁ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related posts