ଭୁବନେଶ୍ବର : ଆଜି ଭୁବନେଶ୍ବରର ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଏବେ ଭୁବନେଶ୍ବରରେ କରୋନା ମୁକ୍ତ ପାଲଟିଛି। ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଥିଲେ। ମାର୍ଚ୍ଚ 16 ତାରିଖରେ ଇଟାଲୀ ଫେରିଥିବା ଜଣେ ବ୍ୟକ୍ତିଙ୍କଠାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ପ୍ରାୟ ଦୁଇ ମାସର ବ୍ୟବଧାନ ପରେ ରାଜଧାନୀ କରୋନା ଶୂନ୍ୟ ହୋଇଛି। ଭୁବନେଶ୍ବରରେ ସର୍ବପ୍ରଥମେ କରୋନା ଆକ୍ରାନ୍ତ ହେବା ପରେ ଭୁବନେଶ୍ବରରେ ମୋଟ୍ 47 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କରୋନା ଯୋଗୁଁ ଭୁବନେଶ୍ବରରେ ଦୁଇଜଣ ପ୍ରାଣ ହରାଇଥିବାବେଳେ ଏବେ 45 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ରେଡ୍ ଜୋନ୍ରେ ଥିବା ଭୁବନେଶ୍ବର ଏବେ କରୋନା ଶୂନ୍ୟ ହୋଇ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ ମୋଟ 876 ଆକ୍ରାନ୍ତଙ୍କ ମଧ୍ୟରୁ 277 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Tags: