Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୀନ୍‌,ଜାପାନ ଓ ଦକ୍ଷିଣ କୋରିଆରେ ଥିବା ଓଡିଆଙ୍କୁ ରାଜ୍ୟ ବିକାଶର ପ୍ରତିନିଧି ହେବା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ବାନ
ଆଜିର ଖବର

ଚୀନ୍‌,ଜାପାନ ଓ ଦକ୍ଷିଣ କୋରିଆରେ ଥିବା ଓଡିଆଙ୍କୁ ରାଜ୍ୟ ବିକାଶର ପ୍ରତିନିଧି ହେବା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ବାନ

May 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ବର : ଚୀନ୍‌, ଜାପାନ ଏବଂ ଦକ୍ଷିଣ କୋରିଆରେ ରହିଥିବା ଓଡିଆଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଦେଶ ମାନଙ୍କରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କୁ ରାଜ୍ୟର ପ୍ରତିନିଧି ହେବା ପାଇଁ ଧର୍ମେନ୍ଦ୍ର ଆହ୍ବାନ ଦେଇଛନ୍ତି । ପ୍ରବାସୀ ମାନେ ବାହାର ଦେଶରେ ଓଡିଶାର ପରିଚୟକୁ ତିଆରି କରିପାରିବେ ଏବଂ ଗ୍ଲୋବାଲ୍‌ ଆଇଡିଆ ମାଧ୍ୟମରେ ଓଡିଶାକୁ ପୁଞ୍ଜିନିବେଶର ପେଣ୍ଠସ୍ଥଳୀ ଭାବରେ ବିକଶିତ କରିପାରିବେ ।

ଓଡିଶାରେ ଅମାପ ଖଣିଜ ସମ୍ପଦ ରହିଥିବା ବେଳେ ପ୍ରବାସୀ ମାନେ ଏହାର ସୁଯୋଗ ନେବା ଉଚିତ୍‌ । ଏକବିଂଶ ଶତାବ୍ଦୀରେ ଓଡିଶାକୁ ଆଗକୁ ନେବାଲାଗି ରାଜ୍ୟରେ ପୁଞ୍ଜିନିବେଶ ବଢାଇ ଅର୍ଥନୀତିକୁ ସମୃଦ୍ଧ କରିବାକୁ ପଡିବ ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ । ପ୍ରବାସୀ ମାନେ ବିଶ୍ବ ଆଇଡିଆର ସମ୍ବଳକୁ ଉପଯୋଗ କରି ଓଡିଶାକୁ ଆଗାମୀ ଦିନରେ ଆଗକୁ ନେବା ଉଚିତ୍‌ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଓଡିଆ ଲୋକ ପ୍ରଗତିଶୀଳ, ବୁଦ୍ଧିମାନ ଏବଂ ପରିଶ୍ରମୀ । ପୂର୍ବ ଭାରତର ଏହି ପ୍ରବେଶ ଦ୍ବାର ଆଗାମୀ ଦିନରେ ଅର୍ଥନୈତିକ ଶକ୍ତି ଭାବରେ ଉଭା ହେବାକୁ ଯାଉଛି । ପରସ୍ଥିତି ଦ୍ବାରା ଲୋକେ ପରିବର୍ତ୍ତିତ ହୋଇଥାନ୍ତି ଏବଂ ବର୍ତ୍ତମାନର ମହାମାରୀରେ ସମ୍ଭାବନାକୁ ସୁଯୋଗରେ ପରିଣତ କରିବାର ସମୟ ଆସି ପହଞ୍ଚିଛି । ଓଡିଶା ନିୟମିତ ବାତ୍ୟାର ସମ୍ମୁଖୀନ ହେଉଥିବା ବେଳେ ଓଡିଶାକୁ ବିଶ୍ବରେ ଆଗକୁ ନେବାର ସମୟ ଆସିଛି ।

ଚୀନ୍‌, ଜାପାନ୍‌ ଏବଂ ଦକ୍ଷିଣ କୋରିଆ ପରି ରାଷ୍ଟ୍ର ଗୁଡିକରେ ବିଜ୍ଞାନ ଏବଂ ଧର୍ମକୁ ସମାନ ଭାବରେ ପ୍ରଧାନ୍ୟ ଦିଆଯାଇଥାଏ । ଓଡିଶାର ସଂସ୍କୃତି ମଧ୍ୟ ସମାନ । ମାର୍ଗଶୀର ଗୁରୁବାରରେ ଘରସଫା, ସ୍ବଚ୍ଛତାର ବିଜ୍ଞାନ ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ । ଏହି ତିନି ରାଷ୍ଟ୍ରରେ ବର୍ତ୍ତମାନ କରୋନା ନିୟନ୍ତ୍ରଣରେ ରହିଥିବା ବେଳେ ଭିଡିଓ କଲ୍‌ ଜରିଆରେ ସେଠିକାର ପରସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଥିଲେ ପ୍ରବାସୀ । ସରକାର, ବିଜ୍ଞାନ, ଗବେଷଣା ଏବଂ ବେସରକାରୀ ସଂସ୍ଥାଙ୍କ ମଧ୍ୟରେ ରହିଥିବା ଉତ୍ତମ ସମନ୍ବୟ କାରଣରୁ କରୋନାକୁ ନିୟନ୍ତ୍ରଣ କରାଯାଇଛି ବୋଲି ପ୍ରବାସୀ ମାନେ ମତ ଦେଇଥିଲେ ।

dharmendrapradhan odia
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ

September 27, 2026

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

September 27, 2026

ଆଇନ ପରିବର୍ତ୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ: ଜଷ୍ଟିସ୍ ଶଶିକାନ୍ତ ମିଶ୍ର

September 27, 2026

ନେପାଳରେ ଭୟଙ୍କର ହିମସ୍ଖଳନ: ତିବ୍ଦତ ସୀମାନ୍ତ ହିମଲୁଙ୍ଗ ବେସ୍ କ୍ୟାମ୍ପ୍‌ରୁ ୧୦ ନିଖୋଜ

September 27, 2026
Latest News

ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ

September 27, 2026

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

September 27, 2026

ଆଇନ ପରିବର୍ତ୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ: ଜଷ୍ଟିସ୍ ଶଶିକାନ୍ତ ମିଶ୍ର

September 27, 2026

ନେପାଳରେ ଭୟଙ୍କର ହିମସ୍ଖଳନ: ତିବ୍ଦତ ସୀମାନ୍ତ ହିମଲୁଙ୍ଗ ବେସ୍ କ୍ୟାମ୍ପ୍‌ରୁ ୧୦ ନିଖୋଜ

September 27, 2026

‘ସର୍ଜିକାଲ୍ ଷ୍ଟ୍ରାଇକର ୧୦ ବର୍ଷ’: ‘ମନ କି ବାତ୍’ ରେ ପାକିସ୍ତାନ ବିଷୟରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.