Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋଲିବନି ଚା, ପାନ ଦୋକାନ, ସେଲୁନ୍ ଓ ପାର୍ଲର: ଜଗତସିଂହପୁର ଜିଲ୍ଲାପାଳ
ଆଜିର ଖବର

ଖୋଲିବନି ଚା, ପାନ ଦୋକାନ, ସେଲୁନ୍ ଓ ପାର୍ଲର: ଜଗତସିଂହପୁର ଜିଲ୍ଲାପାଳ

May 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଜିଲ୍ଲା ପ୍ରଶାସନ ଓ ଜଗତସିଂହପୁର ମ୍ୟୁନିସିପାଲିଟିର ବଜାର କମିଟି ମଧ୍ୟରେ କୋଭିଡ୍ ୧୯ର ସୁପରିଚାଳନା, ଦୋକାନ ବଜାର, ହାଟ ଖୋଲିବା ସମ୍ପର୍କରେ ଏକ ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ କୋଭିଡ୍-୧୯ ସମୟରେ ଜୀବନ ସହିତ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଜଗତସିଂହପୁର ଜନସାଧାରଣ ଅତ୍ୟନ୍ତ ସଚେତନ ତେଣୁ ଜଗତସିଂହପୁର ଜିଲ୍ଲାରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଜିଲ୍ଲାରେ ଯେଉଁ ୪୯ଟି ପଜିଟିଭ୍ କେସ୍ ବାହାରିଛି ତାହା ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀ ଓଡିଆ ଅଟନ୍ତି।

ଦୋକାନୀ ଓ ଗ୍ରାହକ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ଜନଗହଳିକୁ ବାରଣ କରିବା, ବ୍ୟକ୍ତି ବିଶେଷଙ୍କ ସଂସ୍ପର୍ଶରେ ନ ଆସିବା, ହାତ ସାନିଟାଇଜ୍ କରିବା, ଜନସାଧାରଣ ଓ ଦୋକାନୀ ମାନଙ୍କୁ ବଜାର କମିଟିର କର୍ମକର୍ତ୍ତାମାନେ ସଚେତନ କରାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବୈଠକର ବିବରଣୀ ଅନୁଯାୟୀ ଗୁରୁବାର ଠାରୁ ଦୋକାନ ବଜାର ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ସାପ୍ତାହିକ ସୋମନାଥ ହାଟ ଗୋଟିଏ ଦିନ ଅର୍ଥାତ୍ ଶନିବାର ଦିନ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦୋକାନୀ ପ୍ରବାସୀ ଗ୍ରାହକମାନଙ୍କର ଠିକଣା ଓ ମୋବାଇଲ୍ ନମ୍ବରର ତଥ୍ୟ ରଖିବେ। ଅଧିକ ସଂକ୍ରମଣର ସମ୍ଭାବନା ଥିବାରୁ ଚା, ପାନ ଦୋକାନ, ସେଲୁନ୍ ଓ ପାର୍ଲର ଇତ୍ୟାଦି ଦୋକାନ ଖୋଲାଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।

ପ୍ରତ୍ୟେକ ବଜାର କମିଟିର ସଭାପତି /ସଂପାଦକଙ୍କୁ ପୌରପରିଷଦ ତରଫରୁ ଆଇଡେଣ୍ଟି କାର୍ଡ଼ ଯୋଗାଇ ଦିଆଯିବ ଓ ଦୋକାନ ବଜାର, ହାଟ ଖୋଲିବା ଉପରେ ମାଇକ୍ ଦ୍ୱାରା ପ୍ରଚାର କରାଯିବା ନିମନ୍ତେ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ପି.ସି.ଆର୍ ଭ୍ୟାନ୍ ପ୍ରତ୍ୟେକ ବଜାର ମଧ୍ୟରେ ଭ୍ରମଣ କରି ଆଇନ୍ ଶୃଙ୍ଖଳା ଓ ସାମାଜିକ ଦୂରତା ତଦାରଖ କରିବେ। ଆଗାମୀ ଦିନ ଆମପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ପରିବହନ ସେବା ଲାଗୁ ହୋଇଥିବାରୁ ଅଧିକ ସଂଖ୍ୟକ ଲୋକ ବସ ଓ ଅନ୍ୟାନ୍ୟ ଗାଡିରେ ଯିବା ଆସିବା କରିବେ। ଏଣୁ ଜଗତସିଂହପୁର ବସଷ୍ଟାଣ୍ଡକୁ ଯୋଗଧାରୀ ଠାରେ ଥିବା ନୂତନ ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଯିବ। ସରଳାଦେବୀ କଲ୍ୟାଣମଣ୍ଡପ ସମ୍ମୁଖରେ ଥିବା ଖାଲି ଯାଗାରେ ଅଟୋ, ଟ୍ରେକର୍ ରହିବାକୁ ବ୍ୟବସ୍ଥା କରିବାକୁ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଜିଲ୍ଲାକୁ ୪୫ହଜାର ପ୍ରବାସୀ ଆସିବା ପାଇଁ ପଞ୍ଜିକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪୦୦୦ ଲୋକ ବାହାର ରାଜ୍ୟରୁ ଆସିଛନ୍ତି।ସମସ୍ତଙ୍କୁ ୭ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବାକୁ ଓ ୭ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ବ୍ୟବସ୍ଥା କରାଯାଇଛି ।ଜଗତସିଂହପୁର ଜିଲ୍ଲା କରୋନା ମୁକାବିଲାରେ ଭଲ ସ୍ଥିତିରେ ରହିଛି। ଏହି ବୈଠକରେ ଉପ ଆରକ୍ଷୀ ଅଧିକ୍ଷକ ଡି.ଆଇ.ବି ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଙ୍କ ସମେତ ବିଭିନ୍ନ ବଜାର କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଚା’ ଜଗତସିଂହପୁର ପାର୍ଲର ସେଲୁନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.