ଭୀଷ୍ମ ସାହୁ
ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଳକ ଅଇଁଲାପାଲି ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଡ୍ରାଇଭରଜଣକ ଗୁରୁତର ହୋଇଛନ୍ତି। ମ. ରାମପୁରରୁ କେସିଙ୍ଗାକୁ ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜରାସ୍ତାରେଏହି ସଡକ ଦୁଘର୍ଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର୍ ଜଣକ ମଦ୍ୟପାନ କରି ଗାଡିଚଳାଇବା ବେଳେ ଭାରସାମ୍ୟ ହରାଇ ଏକ ପୁଲିଆରେ ଧକ୍କା ଦେଇଥିଲେ। ଗାଡି ମାଲିକଙ୍କ ନାମ ହେଉଛି ଗୋବର୍ଦ୍ଧନ ବେହେରା। ବଲ୍ରୋ ଗାଡିଟି ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଡ୍ରାଇଭର ଜଣକ ଗୁରୁତର ରହିଛନ୍ତି।