ପାଟଣାଗଡ଼ ମେଡିକାଲ୍‌ରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ୨ଗିରଫ

Published: Mar 9, 2019, 4:23 pm IST
rescue of patnagarh new born baby from child thief

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରୁ ଗତ ବୁଧବାର ମଧ୍ୟାହ୍ନରେ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଜଣେ ମହିଳା ଶିଶୁପୁତ୍ରକୁ ଚୋରି କରି ଫେରାର ହୋଇଯାଇଥିବା  ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଫୁଟେଜରେ ଜଣେ ମହିଳା ଓ ପୁରୁଷ ଏକ ବାଇକ୍‌ରେ ଶିଶୁପୁତ୍ରକୁ ଚୋରି କରି ନେଇଥିବା ଜଣାପଡ଼ିଥିଲା। ବାଇକ୍‌ ନମ୍ବରକୁ ଆଧାର କରି ପୋଲିସ୍‌ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରିବା ସହିତ ଉକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଗତ ବୁଧବାର ଦିନ ୧୧ରୁ ସାଢ଼େ ୧୧ଟା ସମୟ ମଧ୍ୟରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାର ୬୭ ନମ୍ବର କେବିନରେ ଭର୍ତ୍ତି ହୋଇଥିବା ପ୍ରସୂତି ଜୟନ୍ତୀ ତାଣ୍ଡିଙ୍କ ଶିଶୁ ପୁତ୍ରକୁ ଜଣେ ଅଚିହ୍ନା ମହିଳା ଧରିବା ବାହାନାରେ ଧରି ଚୋରି କରି ନେଇଯାଇଥିଲେ ।

Related posts