ପରିବାରର 6 ସଦସ୍ୟଙ୍କ ସହିତ କରୋନା ଆକ୍ରାନ୍ତ ହେଲେ ଏହି ଅଭିନେତ୍ରୀ

Published: Jun 2, 2020, 6:15 pm IST

ମୁମ୍ବାଇ : ଅଭିନେତ୍ରୀ ତଥା ରେଓ୍ବାର ରାଜକୁମାରୀ ମୋହିନା ସିଂ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ସହିତ ମୋହେନାଙ୍କ ବ୍ୟତିତିକ ରାଜପରିବାରର ଅନ୍ୟ 6 ଜଣ ସଦସ୍ୟ ମଧ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ମୋହିନାଙ୍କ ବ୍ୟତୀତ ତାଙ୍କ ସ୍ୱାମୀ ସୁୟଶ, ବଡ଼ ଯାଆ ଆରାଧ୍ୟା, ଆରାଧ୍ୟାଙ୍କ ପୁଅ ଶ୍ରେୟାନ୍ସ,, ଶ୍ୱଶୁର ତଥା ମନ୍ତ୍ରୀ ସତ୍ୟପାଲ ମହାରାଜ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଡ୍ୟାନ୍ସ ରିଅଲିଟି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରୁ ଲୋକପ୍ରିୟତା ହାସଲ କରିଥିବା ମୋହିନା ଟିଭି ସିରିଏଲ୍‌ ‘ୟେ ରିସ୍ତା କୟା କେହଲତା ହେ’ରେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ତେବେ ମୋହିନା ନିଜ ଇନ୍‌ଷ୍ଟା ପୋଷ୍ଟରେ ଅନ୍ୟ ମାନଙ୍କ ପାଇଁ ଦୁଃଖପ୍ରକାଶ କରିଛନ୍ତି । ସେ ଏବଂ ତାଙ୍କ ପରିବାର ଲୋକ ଆପାତତଃ ସୁସ୍ଥ ହେଉଥିବା ବେଳେ ଦେଶବ୍ୟାପୀ ଏହି ରୋଗ ଜଙ୍ଗଲ ନିଆଁ ପରି ବ୍ୟାପୁଛି । ସମସ୍ତେ ଏହି ରୋଗ ପାଇଁ ସତର୍କ ରହିବା ଉଚିତ୍‌ ବୋଲି ମୋହିନା ନିଜ ପୋଷ୍ଟରେ ଲେଖିଛନ୍ତି । (ଏଜେନ୍ସି)

Related posts