Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତାକାଲି ହେବ ଏକ ଐତିହାସିକ ସ୍ନାନଯାତ୍ରା, କୋଭିଡ19 ପାଇଁ ବିନା ଭକ୍ତରେ ସ୍ନାନ କରିବେ ତିନିଠାକୁର
ବିଶେଷ ଖବର

ଆସନ୍ତାକାଲି ହେବ ଏକ ଐତିହାସିକ ସ୍ନାନଯାତ୍ରା, କୋଭିଡ19 ପାଇଁ ବିନା ଭକ୍ତରେ ସ୍ନାନ କରିବେ ତିନିଠାକୁର

June 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ହେବ ଏକ ଐତିହାସିକ ସ୍ନାନଯାତ୍ରା, କୋଭିଡ19 ପାଇଁ ବିନା ଭକ୍ତରେ ସ୍ନାନ କରିବେ ତିନିଠାକୁର

ପୁରୀ, ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା। ଏହି ଦିନ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରା ମନ୍ଦିରରୁ ବାହାରି ସ୍ନାନବେଦୀରେ ସ୍ନାନ କରନ୍ତି। ହେଲେ ଚଳିତ ବର୍ଷ କୋଭିଡ19 ର କଟକଣା ପାଇଁ ଏକ ଭିନ୍ନ ପ୍ରକାରର ସ୍ନାନଯାତ୍ରା ଅନୁଷ୍ଠିତ ହେବ। ତାହା ହେଲା ଏଥର ତିନିଠାକୁର ବିନା ଭକ୍ତରେ ସ୍ନାନ କରିବେ। ଏହି ସ୍ନାନଯାତ୍ରା ଦେଖିବା ପାଇଁ ଭକ୍ତମାନଙ୍କୁ ବାରଣ କରାଯାଇଛି। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ନିଆଯାଇଛି କଡା ପଦକ୍ଷେପ। ଆଜିଠାରୁ ପୁରୀ ବଡଦାଣ୍ଡରେ ଲାଗୁ କରାଯାଇଛି 144 ଧାରା। ଫଳରେ ସେଠାରେ କେହି ଏକାଠି ହୋଇପାରିବେ ନାହିଁ।

ମୁଖ୍ୟତଃ କୋଭିଡ19 କଟକଣା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ ନାହିଁ ଭାବି ପ୍ରଶାସନ ତରଫରୁ ଏପରି ପଦକ୍ଷେପ ନିଆଯାଇଛି। ଭକ୍ତମାନେ ପ୍ରଭୃଙ୍କୁ ଦେଖିବା ପାଇଁ ଯେଉଁ ପ୍ରବଳ ଆବେଗ ରହିଛି ତାହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ। ସେଥିପାଇଁ ବଡଦାଣ୍ଡରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କେବେଳ ଟିଭି ରେ ସିଧାପ୍ରସାରଣ ମାଧ୍ୟମରେ ଭକ୍ତମାନେ ପ୍ରଭୃଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି। ଏପରକି ଠାକୁରଙ୍କ ସ୍ନାନ ନିତି କରିବା ପାଇଁ ସୀମିତ ସେବକଙ୍କୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ନିତି ନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ରାତି ଗୋଟାଏ ବେଳେ ପ୍ରଭୁଙ୍କ ପହଁଣ୍ଡି ବିଜେ କରାଯିବ। ଧିରେ ଧିରେ ତିନିଠାକୁର ପହଁଣ୍ଡି ହୋଇ ସ୍ନାନ ମଣ୍ଡପକୁ ପ୍ରାୟ ଭୋର 4ଟାରେ ବିଜେ କରିବେ ବୋଲି କୁହାଯାଇଛି। ସେହିପରି ସ୍ନାନ ମଣ୍ଡପରେ ବିଭିନ୍ନ ପୂଜାନିତି ପରେ 108 କଳସରେ ତିନିଠାକୁର ସକାଳ 7ଟା 30 ମିନିଟରେ ସ୍ନାନ କରିବେ। ଏହି କାର୍ଯ୍ୟ ସକାଳ 9ଟା 30 ମିନିଟ ପର୍ଯ୍ୟନ୍ତ ଚାଲିବ। ଏହାପରେ ସକାଳ 10ଟା 30 ମିନିଟରେ ଛେରା ପହଁରା କାର୍ଯ୍ୟ ଅନୁଷ୍ଠିତ ହେବ। ତେବେ ଏହି ସ୍ନାନଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ପ୍ରଭୁଙ୍କ ହାତୀ ବେଶ। ଛେରା ପହଁରା ପରେ ଦିନ 11ଟାରେ ହାତୀ ବେଶ ଆରମ୍ଭ ହେବ। ଏହା ଦିନ 12ଟା ପର୍ଯ୍ୟନ୍ତ ଚାଲିବ ବୋଲି ନିତି ନିର୍ଘଣ୍ଟ ହୋଇଛି।

ହାତୀ ବେଶରେ ପ୍ରଭୁଙ୍କ ବିଭିନ୍ନ ପୂଜାନିତି ରହିଛି। ଏହି ପୂଜାନିତି ସରିଲେ ସାହାଣ ମେଲା ଦର୍ଶନ ରହିଛି। ହେଲେ ଭକ୍ତମାନେ ନ ଥିବାରୁ ଏହି ସାହଣମେଲା ଦର୍ଶନର କୌଣସି ମାନେ ରହିବ ନାହିଁ। ଏହାପରେ ତିନିଠାକୁରଙ୍କୁ ମନ୍ଦିର ପ୍ରତ୍ୟାବର୍ତ୍ତନ ପାଇଁ ବାହୁଡା ପହଁଣ୍ଡି କରାଯିବ। ଏହି କାର୍ଯ୍ୟ ଅପରାହ୍ନ 5ଟାରୁ ଆରମ୍ଭ ହୋଇ ରାତି 8ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଠାକୁର ଅନବସର ଘରେ ବିରାଜମାନ କରିବେ। ସେଠାରେ ମଧ୍ୟ ବିଭିନ୍ନ ପୂଜାନିତି କରାଯିବ। ପରେ ଠାକୁରଙ୍କୁ ଜ୍ବର ପରିଲକ୍ଷିତ ହେବା ପରେ ସେହି ଅଣସର ଘରେ ବିଭିନ୍ନ ଚେରମୂଳି ମାଧ୍ୟମରେ ଚିକିତ୍ସା କରାଯିବ। ଏହି ପଂରପରା ଆବାହମାନ କାଳରୁ ଶ୍ରୀମନ୍ଦିରରେ ପ୍ରଚଳିତ ରହିଛି।

ସେହିପରି ପୁରୀ ସହିତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏଥର ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ଭକ୍ତଙ୍କ ଗହଣରେ କରାଯିବ ନାହିଁ। ସେଠାରେ ମନ୍ଦିର ଭିତରେ ତିନିଠାକୁରଙ୍କ ସ୍ନାନ ଯାତ୍ରା କରାଯିବ ବୋଲି ନିଷ୍ପତି କରାଯାଇଛି। ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଯାଇ ଏହି ନିତି ଭିତରେ କରାଯିବ ବୋଲି ବିଭିନ୍ନ ମନ୍ଦିର କର୍ତ୍ତୁପକ୍ଷ ନିଷ୍ପତି କରିଛନ୍ତି। ଭୁବନେଶ୍ବରରେ ଥିବା ଇସ୍କନ ମନ୍ଦିରରେ ମଧ୍ୟ ସେହି ନିଷ୍ପତି କରାଯାଇଛି।

 

Puri Ratha Yatra SNANAJATRA Sri Jagnnath
Share. Facebook Twitter LinkedIn Email WhatsApp Copy Link

Related Posts

President in Odisha Assambly: ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

November 27, 2025

ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 27, 2025

Cyclone Alert: ବଙ୍ଗାପସାଗରରେ ସୃଷ୍ଟି ହେଲା ବାତ୍ୟା ଡିଟୱା, କେଉଁଠି ହେବ ମାଡ ???

November 27, 2025

Hema’s Emotional Letter to Dharmendra: ଧର୍ମେନ୍ଦ୍ରଙ୍କୁ ଦୁଃଖଭରା ଚିଠି ଲେଖିଲେ ହେମାମାଳିନ

November 27, 2025
Latest News

ଆସୁଛନ୍ତି ଶବ୍ଦର ଯାଦୁକର ଜାଭେଦ ଅଖତର: ସୋଆ ସାହିତ୍ୟ ସମ୍ମାନ ୨୦୨୫ ରେ ହେବେ ସମ୍ବର୍ଦ୍ଧିତ

November 27, 2025

ସିଆଇଟିଇଏସ ପକ୍ଷରୁ ବନତାରାକୁ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଗ୍ଲୋବାଲ ହବ୍ ଘୋଷଣା

November 27, 2025

President in Odisha Assambly: ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

November 27, 2025

ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଲେ ନୀତା ଅମ୍ବାନୀ

November 27, 2025

ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.