ନୂଆପଡା : ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ 7 ବର୍ଷର ଶିଶୁକନ୍ୟା ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଆନ୍ଧ୍ରରୁ ଫେରି ଚଲାନାପଡା ଟିଏମ୍ସିରେ ରହିଥିଲେ ପରିବାରର 5 ସଦସ୍ୟ । ଖଡିଆଳ ବ୍ଲକ ଝୋଲାପଥର ଗ୍ରାମର ଏକ ପରିବାର ଟିଏମ୍ସିରେ ରହିଥିଲେ । ରାତିରେ ଝିଅକୁ ଜ୍ବର ହେବାରୁ ମେଡ଼ିକାଲ ନେବାକୁ କହିଥିଲେ ପିତାମାତା । ଟିଏମ୍ସି ଅଧିକାରୀ ମେଡ଼ିକାଲ ନ ପଠାଇବାରୁ ଝିଅର ମୃତ୍ୟୁ ହୋଇଥିବାର ଅଭିଯୋଗ କରିଛନ୍ତି ପିତାମାତା ।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ରେଗେଡା ଟିଏମ୍ସିରେ ମଧ୍ୟ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ଅସୁସ୍ଥ ଶିଶୁପୁତ୍ରଟିକୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁବରଣ କରିଥିଲା ।
Tags: ଟିଏମ୍ସି, ଶିଶୁମୃତ୍ୟୁ