ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରବାସୀଙ୍କ ସରକାରୀ କ୍ୱାରେଣ୍ଟିନ୍ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଠାରେ 7ଦିନ ବଦଳରେ 14 ଦିନ ପ୍ରବାସୀଙ୍କୁ କ୍ୱାରେଣ୍ଟିନ୍ରେ ରଖାଯିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଜିଲ୍ଲାର ସବୁ ବ୍ଲକ୍ର ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଟିଏମ୍ସିରେ 7 ଦିନ ରହି ଘରକୁ ଯିବା ପରେ ପଜିଟିଭ୍ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଦର୍ଶାଇଛନ୍ତି। ଏହାସହ ଗ୍ରାମାଞ୍ଚଳରେ ହୋମ୍ କ୍ୱାରେଣ୍ଟିନ୍ରେ ରହିବା ପାଇଁ ଲୋକଙ୍କ ଘରେ ସ୍ୱତନ୍ତ୍ର ପାଇଖାନା ମଧ୍ୟ ନାହିଁ। ଏହି ଦୁଇଟି ମୁଖ୍ୟ କାରଣ ପାଇଁ ସରକାରୀ କ୍ୱାରେଣ୍ଟିନ୍ ସମୟ ସୀମା ୭ ଦିନରୁ ୧୪ ଦିନକୁ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ଚିଠିରେ ଦର୍ଶାଇଛନ୍ତି। ତୁରନ୍ତ କ୍ବାରେଣ୍ଟିନ୍ ବୃଦ୍ଧି ସମୟ ଲାଗୁ ନେଇ ବିଡିଓମାନଙ୍କୁ ଜିଲ୍ଲାପାଳ ଚିଠି ଦେଇଛନ୍ତି । ସେହିପରି 14 ଦିନ କ୍ବାରେଣ୍ଟିନ୍ ପରେ 7 ଦିନ ଯାଏଁ ମଧ୍ୟ ଘରେ ସର୍ଭେଲାନ୍ସରେ ରହିବେ ବୋଲି ସୂଚନା ରହିଛି ।