ଲୋକସଭା ପାଇଁ ବିଜେଡି ଦେବ ୩୩% ମହିଳା ପ୍ରାର୍ଥୀ

Published: Mar 10, 2019, 1:06 pm IST

ଆଗାମୀ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ୩୩% ମହିଳା ପ୍ରାର୍ଥୀ ଦିଆଯିବ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। କେନ୍ଦ୍ରାପଡା ଠାରେ ଆୟୋଜିତ ମିଶନ ଶକ୍ତିର ଏକ ବିଶାଳ ମହିଳା ସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ ବିଜୁ ବାବୁ ପଞ୍ଚାୟତ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ଵ ଲାଗି ପ୍ରଥମ ସୁଯୋଗ ସୃଷ୍ଟି କରିଥିଲେ। ଲୋକସଭା ରେ ମହିଳାଙ୍କ ଯଥୋଚିତ ପ୍ରତିନିଧିତ୍ଵ ପାଇଁ ଜାତୀୟ ଦଳମାନେ ଉଦ୍ୟମ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ। ଠିକ ନିର୍ବାଚନ ଘୋଷଣା ହେବାଦିନ ନବୀନଙ୍କ ଏହି ଘୋଷଣା ଏକ ରାଜନୈତିକ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଇପାରେ।

Related posts