ଇଥିଓପିଆ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫୭ ମୃତ

Published: Mar 10, 2019, 4:19 pm IST
ethiopean airlines crashed

ଇଥିଓପିଆ ଏୟାରଲାନ୍ସର ଏକ ବିମାନ ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଆଡିସ ଏବାବାରୁ ନାଇରୋବି ଯାଉଥିଲା। ବିମାନରେ ୧୪୯ଜଣ ଯାତ୍ରୀ ଓ ୮ଜଣ ବିମାନ କର୍ମଚାରୀ ଥିଲେ। ଇଥିଓପିଆ ରାଜଧାନୀର ଦକ୍ଷିଣପୂର୍ବରେ ୬୨ କିଲୋମିଟର ଦୂରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି। ସେମାନଙ୍କ ଭିତରୁ୪ ଜଣ ଭାରତୀୟ ଅଛନ୍ତି।  ଆଜି ସକାଳେ ଏହି ଘଟଣା ଘଟିଛି । କୋଉ କାରଣରୁ ଏଭଳି ଦୁର୍ଘଟଣା ଘଟିଛି ତାକୁନେଇ ସରକାରଙ୍କ ପକ୍ଷରୁ ତଦନ୍ତ ଜାରିରହିଛି । ଇଥିଓପିଆ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଯାତ୍ରୀ ମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Related posts