Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରଥ ଖଳାରୁ : ଅନ୍ତିମ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ
ବିଶେଷ ଖବର

ରଥ ଖଳାରୁ : ଅନ୍ତିମ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

June 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କର ପବିତ୍ର ଘୋଷ ଯାତ୍ରା । ଏଥିପାଇଁ ପ୍ରସ୍ତୁତି ପୂରା ଜୋରସୋର୍‌ରେ ଚାଲିଛି । ସ୍ନାନଯାତ୍ରାରେ ମହପ୍ରଭୁ ସ୍ନାନ ସାରି  ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ରହିଥିବାବେଳେ ତାଙ୍କୁ ଓଷୁଅ ଲାଗି ହୋଇଛି । ଧୀରେ ଧୀରେ ମହାପ୍ରଭୁ ସୁସ୍ଥ ହେଉଛନ୍ତି । ସୁସ୍ଥ ହେବା ପରେ ମହାପ୍ରଭୁ ଭାଇ ଭାଉଣୀଙ୍କୁ ସାଙ୍ଗରେ ଧରି ନଅ ଦିନ ଲାଗି ରଥରେ ମାଉସୀ ଘରକୁ ଯାତ୍ରା କରିବେ। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି ସମ୍ପର୍କରେ ଆମର ଏକ ସ୍ବତନ୍ତ୍ର ପ୍ରସ୍ତୁତି ।

ଗତକାଲି ତିନି ରଥର ତାଗ ବାଡିଆ ଶେଷ ହୋଇ ପଟା ବଡିଆ ଆରମ୍ଭ ହୋଇଥିଲା। ଆଜି ରଥର ମଧ୍ୟ ଭରକୁ ଛାଡି ଚାରିପଟ ପଟା ପଡିବା କାମ ଚାଲିଛି । ମଝି ଅଂଶ ସିଂହାସନ ପାଇଁ ଜଗତ ପୃଷ୍ଠ ସେଣି ପଡିଲା ପରେ ପଟା ପଡିବ ।

ତିନି ରଥର ପୋଟଳ ପଡି ତା’ ଉପରେ ପାରାଭାଡି ଉଠି ଖପୁରୀ ଲାଗି ଶେଷ ହୋଇଛି । କେବଳ କଳସ ଓ ଓଲଟ ଶୁଆ ଲାଗିବା ବାକି ଅଛି । ସେଗୁଡିଙ୍ଗ ରଙ୍ଗ ହେବା ପରେ ଲାଗି ହେବ ।

ତିନି ରଥର ଦୁଇଟି ଲେଖାଏଁ ‘ଦୁଆର ଘଡା’ ପ୍ରସ୍ତୁତି ସରି ରଙ୍ଗ ହେବା ପାଇଁ ରଥ ଖଳାକୁ ଆସିଥିଲା । ସେଥିରେ ପ୍ରାଇମର ଦିଆଯାଇଛି । ଆଜି ପ୍ରତି ରଥର ଦୁଇଟି ଲେଖାଏଁ ‘ଦୁଆର ଘଡା’ ଶେଷ ହୋଇଛି ।

ଗତକାଲି ରଥଚାଳିରେ ଆାସାବାଡିରେ ‘ଗୁଣ୍ଠିଆ‘ କାମ ଚାଲିଛି । ପ୍ରତି ରଥ ପାଇଁ ଦୁଇଟି ଲେଖାଏଁ ଆସାବାଡି ଗୁଣ୍ଠିଆ ଆବଶ୍ୟକ ହୋଇଥାଏ । ଏହି ଆସାବାଡିରେ ଅର୍ଦ୍ଧଚନ୍ଦ୍ରାକାର ପରି ଲାଗିଥାଏ । ରଥରେ ଘୋଡା ବନ୍ଧା ସେଟ୍‌ ହେଲାବେଳେ ଭୋଇ ସେବକ ଓ ମହାରଣା  ସେବକ ମାନେ ଘୋଡା ବେକରେ ଠେସ ଦେଇ ଘୋଡାକୁ ଠିକ୍‌ରେ ସାଇଜ କରି ରଥରେ ଫିଟିଙ୍ଗ୍‌ କରନ୍ତି ।

ତିନି ରଥରେ ଦଣ୍ଡା ଦେହରେ ଫିଟିଙ୍ଗ ହୋଇଥିବା ପଟାଗୁଜେର ରୂପକାର ସେବକ ସିଂହବିରାଳ, ଗଜ ବିରାଳ, ନର ବିରାଳ ଓ ଗଜସିଂହ ଖୋଦେଇ କାମ ସହ ରଥ ଚକ, ଦଣ୍ଡା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ କରୁଛନ୍ତି ।

ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ତଳେ ଚିତ୍ରକାର ସେବକମାନେ ରଥ ପାର୍ଶ୍ବଦେବୀ, କଳସ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।

ଦରଜୀ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ ରଥକନା କଟିଙ୍ଗ ଏବଂ ରଥକନାରେ ଜରୀ ଫିତା ସିଲାଇ ସହ ରଥ ଘେର ସିଲାଇ କାମ ଆରମ୍ଭ କରିଛନ୍ତି ।

ଦୋଳ ଦେବୀ ଅସ୍ଥାୟୀ ଶାଳେର ଓଝା ସେବକମାନେ ଏଲ କ୍ଲାମ୍‌ ଧୂଳିଦଣ୍ଡା ବିଡିଆ କଣ୍ଟା ପ୍ରସ୍ତୁତିରେ ଲାଗିବା ସହ ରଥ ଦଣ୍ଡାରେ ଫିଟିଙ୍ଗ ହୋଇଥିବା କୋଣ ଗୁଜ ଗୁଡିକରେ ଧୂଳି ଦଣ୍ଡା କଣ୍ଟା ବାଡୋଉଛନ୍ତି ।

ତେବେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯାଇଥିଲା ।

rathayatra Sri Jagnnath ଜଗନ୍ନାଥ ରଥ ନିର୍ମାଣ ରଥଖଳା
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିର ଦାନ ମାମଲାରେ SIT ର ବଡ ପଦକ୍ଷେପ: ପ୍ରମାଣ ପାଇଁ AAP ସାଂସଦଙ୍କୁ ସମନ

June 24, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ: ବାତିଲ ହେଲା ଏହି ସବୁ ଟ୍ରେନ

June 24, 2026

ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

June 24, 2026

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ ଉଦ୍‌ଘାଟିତ

June 24, 2026
Latest News

ରାମ ମନ୍ଦିର ଦାନ ମାମଲାରେ SIT ର ବଡ ପଦକ୍ଷେପ: ପ୍ରମାଣ ପାଇଁ AAP ସାଂସଦଙ୍କୁ ସମନ

June 24, 2026

ପାକିସ୍ତାନରେ ପ୍ରବେଶ କଲା ଦିଲ୍ଲୀରୁ ଅମୃତସର ଯାଉଥିବା ବିମାନ: ଇସଲାମାବାଦରେ ଆତଙ୍କ

June 24, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ: ବାତିଲ ହେଲା ଏହି ସବୁ ଟ୍ରେନ

June 24, 2026

ଫାଷ୍ଟ-ଟ୍ରାକ୍ କୋର୍ଟରେ ଶୁଣାଣି ଏବଂ ଦଣ୍ଡ…: ଅଯୋଧ୍ୟା ଦାନ ଚୋରି ମାମଲାରେ ଏହି ୪ ଦାବି କଲା ଭିଏଚପି

June 24, 2026

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଇସ୍ତଫା ଏବଂ ଗିରଫଦାରୀ ଦାବି କଲା କଂଗ୍ରେସ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.