Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାଲୁ ଓ ମଣିଷ ଲଢେଇ ; ଶେଷରେ ଭାଲୁ ମଲା
ଆଜିର ଖବର

ଭାଲୁ ଓ ମଣିଷ ଲଢେଇ ; ଶେଷରେ ଭାଲୁ ମଲା

June 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ : ଗତକାଲି  ରେଢାଖୋଲ ବଣିଆଁବନ୍ଧରେ  ଭାଲୁ ମଣିଷ ଲଢେଇରେ ୨ ଜଣବ୍ୟକ୍ତିଙ୍କର ମୃତ୍ୟୁହୋଇଥିବା ବେଳେ ଜଣେ ଆହତ ହୋଇଥିବା ଖବର ହସ୍ତଗତ ହୋଇଥିଲା। ଦୁଇ ଜଣ ବ୍ୟକ୍ତି ଜୀବନ ବିକଳରେ ଗଛ ଉପରକୁ ଚଢି ଜୀବନକୁ ବଂଚାଇଦେଇଥିଲେ। ଆହତ ହୋଇଥିବା ବ୍ୟକ୍ତିଜଣଙ୍କ କୌଶଳ କ୍ରମେ ଗାଁକୁ ପଳାଇବାରେ ସକ୍ଷମ ହୋଇଥିଲେ। ରେଢାଖୋଲ ଅଂଚଳରେ ଏଇ ଘଟଣାଟି ଚାଂଚଲ୍ୟ ସୃଷ୍ଟି କରିଛି ।

ରେଢାଖୋଲ ଅଂଚଳ ହେଉଛି ଅରଣ୍ୟାଚ୍ଛାଦିତ୍ୟ ଅଂଚଳ। ରେଢାଖୋଲ ଅଂଚଳରେ ହାତୀ ମଣିଷ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଏବେ ଭାଲୁ ମଣିଷ ଲଢେଇ ଚାଲିଛି। ଏଇ କିଛି ବର୍ଷ ହେଲା ରେଢାଖୋଲ ଉପଖଣ୍ଡରେ ହାତୀ ଆକ୍ରମଣରେ ବହୁ ଧନ ଜୀବନ ଗଲାଣି। ଏବେ ଭାଲୁ ଆକ୍ରମଣରେ ମଧ୍ୟ ଜୀବନ ହାରିବାକୁ ପଡିଛି ଦୁଇ ଜଣଙ୍କର। ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଗତକାଲି ବଡବାହାଳ ରେଞର ବଣିଆଁବନ୍ଧର ୫ ଜଣ ନିକଟସ୍ଥ ଟାଲ ଗ୍ରାମ ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଏଇ ଅଭାବନୀୟ ଘଟଣା ଘଟିଥିଲା। ଭାଲୁ ଓ  ୫ ଜଣ ଲୋକ ମଧ୍ୟରେ ହିଁ ଲଢେଇ ହୋଇଥିଲା।  ଆଜି ଭାଲୁର ଶବ ବ୍ୟବଚ୍ଛେଦ କରାଯିବ ବୋଲି ବୋଲି ଜଣା ପଡିଛି। ରଜ ପର୍ବକୁ ଆଖି ଆଗରେ ରଖି ରେଢାଖୋଲ ଅଂଚଳର ଲୋକମାନେ ମହୁସଂଗ୍ରହ ପାଇଁ ଜଙ୍ଗଲ ଯାଇଥାନ୍ତି। ମହୁସଂଗ୍ରହ କରି ଘରକୁ ଆସି ସାହି ପଡିଶା ଓ ସଂପର୍କିୟମାନଙ୍କୁ ଦେଇଥାନ୍ତି। ରେଢାଖୋଲ ଅଂଚଳରେ ରଜସଂର୍କାନ୍ତି ଦିନ ମହୁଖାଇବା ପରଂପରା କେଉଁ ଆବାହାମାନ କାଳରୁ ରହି ଆସିଛି । ତେଣୁ ବଣୀଆଁବନ୍ଧ ଗ୍ରାମର ଲୋକମାନେ ଏହି ପରଂପରାକୁ ବଜାୟ ରଖିବା ପାଇଁ ମହୁ ସଂଗ୍ରହପାଇଁ ଜଙ୍ଗଲକୁ ଯାଇଥିଲେ। ହେଲେ ମହୁ ସଂଗ୍ରହ ବଦଳରେ ସେମାନେ ଭାଲୁ ହାବୁଡରେ ପଡି ୨ ଜଣ ମୃତ୍ୟୁବରଣ କଲେ । ଗାଆଁରେ ଶୋକର ଛାୟା ଖେଳିଯାଇଛି। ସରକାର ମୃତ ପରିବାରକୁ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଦାବୀ କରିଛନ୍ତି ଗ୍ରାମବାସୀ।

Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତ୍ତି

September 1, 2025

କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚକୁ ନେଇ ବ୍ୟାପକ ପ୍ରସ୍ତୁତି

September 1, 2025

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

September 1, 2025

ପୁରୀ–ବାଙ୍ଗିରିପୋସି–ପୁରୀ ଏକ୍ସପ୍ରେସରେ ବଢିଲା ସିଟ୍ ସଂଖ୍ୟା, ମିଳିବ ଅଧିକ ସୁବିଧା

September 1, 2025
Latest News

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତ୍ତି

September 1, 2025

କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚକୁ ନେଇ ବ୍ୟାପକ ପ୍ରସ୍ତୁତି

September 1, 2025

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

September 1, 2025

ପୁରୀ–ବାଙ୍ଗିରିପୋସି–ପୁରୀ ଏକ୍ସପ୍ରେସରେ ବଢିଲା ସିଟ୍ ସଂଖ୍ୟା, ମିଳିବ ଅଧିକ ସୁବିଧା

September 1, 2025

କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

September 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.