Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ଭୟଠୁ ମଦ ବିଭୀଷିକା ଆତଙ୍କରେ ବାଣପୁର
ବିଶେଷ ଖବର

କରୋନା ଭୟଠୁ ମଦ ବିଭୀଷିକା ଆତଙ୍କରେ ବାଣପୁର

June 15, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଲଲାଟେନ୍ଦୁ ଶତପଥୀ

ପିଲାବେଳ କଥା ମୋର ମନେ ଅଛି ଯେବେ କେହି ଗାଁରେ ମାତାଲ ଅବସ୍ଥାରେ ଟହଲି ଟହଲି ଆସି ଦାଣ୍ଡରେ ଅଭଦ୍ର ଭାଷାରେ ଚିଲ୍ଲାଏ, ଲୋକ ତାଟି କବାଟ ବନ୍ଦ କରି ଦିଅନ୍ତି। ମନ ଭିତରେ ଏକ ଅଜଣା ଆତଙ୍କ ଉଙ୍କି ମାରୁଥାଏ। ସମସ୍ତେ ନିଜ ଘରେ ରହି କେବଳ ସେ ମଦୁଆକୁ ଦେଖନ୍ତି। ବେଶୀରେ ବେଶୀ ସାଇ ପଡିଶା କିଏ ଜଣେ ଅଧେ ବାହାରକୁ ଆସି ତାକୁ ଆକଟ କରିବାକୁ ସାହସ କରନ୍ତି। ଗାଁ ପାଖ ମଦ ଭାଟିର ପାଖ ରାସ୍ତା ସତେ ଯେମିତି ଏକ ଅସାମାଜିକ ଲୋକଙ୍କ ଚରାଭୂଇଁ ଓ ସ୍କୁଲ କଲେଜ୍‌ ଗଲା ବେଳେ ମନରେ ବେଶୀ ଭୟ। ସେ ପରିବାରର ଲୋକେ ସାମାଜିକ ସ୍ତରରେ ପାଉଥିବା ଯନ୍ତ୍ରଣାକୁ ମୁଁ ଅନୁଭବ କରିଛି। ହେଲେ ଆଜି ଦୁଇ ଦଶନ୍ଧି ଭିତରେ ସବୁ କିଛି ବଦଳି ଯାଇଛି। କିଛି ବର୍ଷ ତଳେ ଛୋଟ ଏଇ ସହରରେ ଗୋଟେ ବିଦେଶୀ ଓ ଗୋଟେ ଦେଶୀ ମଦର ଦୋକାନ ଖୋଲିଲା। ତା ସହିତ ହାତ ଗଣତି କିଛି ଅସାଧୁ ବ୍ୟବସାୟୀ ଛକ ବଜାରରେ ତାଙ୍କ ବେପାର ବଢେଇଲେ। କିନ୍ତୁ ଆଜି ହଠାତ୍‌ ମୋ ପଡିଶା ଗାଁରେ ଦେଶୀ ମଦର ଜବତ ହେବା ଖବର ମୋ ଲାଗି ହତବାକ କଲାଭଳି ଥିଲା, ଠିକ୍‌ ଆଜିକୁ ମାସେ ତଳେ ଯେମିତି ମୋ ନିଜ ଗାଁରେ ମଦ ବେପାରର ଖବର।

ଗତ କିଛି ବର୍ଷ ଧରି ସାରା ଓଡିଶା ମଦର ବନ୍ୟାରେ ଭାସୁଥିବା ପ୍ରତ୍ୟେକ ଦିନ ଗଣମାଧ୍ୟମର ସବୁଠୁ ବିକ୍ରି ହେଉଥିବା ଖବର। ମୋତେ ବି ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ, ସରକାରର ମଦ ନିଗମ ଖୋଲି ମଦ ବିକି ରାଜସ୍ବ ବଢେଇବା ଚିନ୍ତା କଥା ଭାବି। ସଭ୍ୟ ଗଣତାନ୍ତ୍ରିକ ସମାଜରେ ବୋଧେ ଏହା ଦେଶର ଏକମାତ୍ର ରାଜ୍ୟ ଯିଏ ମଦ ନିଗମ ଖୋଲି ମଦ ବେପାରକୁ ପ୍ରୋତ୍ସାହିତ କରୁଛି। ଅବକାରୀ ବିଭାଗ ଓ ତାହାର ଦନ୍ତହୀନ ନିୟମ ଧର୍ମକୁ ବାସ ଆଖିଠାର ସଦୃଶ। ଏଭଳି ପରସ୍ଥିତିରେ ରାଜ୍ୟର ଜନସାଧାରଣଙ୍କ ପାଖରୁ ଏକ ସୁସ୍ଥ ସାମାଜିକତା ଆଶା କରିବା ମଧ୍ୟ ନିରର୍ଥକ। କିଛି ସାମାଜିକ ଅନଷ୍ଠାନ ମଧ୍ୟ ମଦ ବନ୍ଦର ଚିତ୍କାର କରି ଥକ୍କା ମେଣ୍ଟାଇବା ଅବସ୍ଥାରେ। ରାଜ୍ୟର ମହିଳା ଯିଏ ଆଜି ସବୁଠୁ ବେଶୀ ଉତ୍ପୀଡନ ସହୁଛନ୍ତି ସେମାନେ ବା କଣ କରିବେ ? ତାଙ୍କର ଛାମୁଆ ନାରୀନେତ୍ରୀ ମାନେ କେତେବେଳେ ମଦ ବେପାରୀଙ୍କ ସହ ସାଲିସ୍‌ କଲେଣି ତ କେତେବେଳେ ନେତାଙ୍କ ସହ। କିଛି ନିରୀହ ମା ଭଉଣୀଙ୍କ ଆକ୍ରୋଶ କେବଳ ଦେଶୀ ମଦ ଭାଟି ଭାଙ୍ଗି ନିଜ ପରିବାରକୁ ବଞ୍ଚେଇବାର ପ୍ରୟାସରେ ସୀମିତ। ଆଉ ରହିଲା ପ୍ରମୁଖ ରାଜନୈତିକ ଦଳଙ୍କ ଭୂମିକା, ତାହା କହିଲେ ନସରେ। ଦୁଇ ଚାରି ବିଧାୟକ ଓ ତାଙ୍କ ଦଳୀୟ ନେତାଙ୍କ ଅଧେ ମଦ ଦୋକାନ ସମଗ୍ର ଓଡିଶାରେ। ମଦ ବନ୍ଦର ପ୍ରତିଶୃତି କେବଳ ଓଡିଶାରେ ବିରୋଧୀ ଦଳର ନିର୍ବାଚନୀ ଇସ୍ତାହାରର ଶେଷଧାଡି, କିନ୍ତୁ ଏପଟେ ଭୋଟ ବ୍ୟାଙ୍କ ଭାଙ୍ଗିଯିବାର ଭୟ। ଆଉ ବିନା ମଦରେ କୋଉ ଭୋଟ ବା ଜିତି ହେବ!!! ଏଭଳି ପରସ୍ଥିତିରେ ଅରକ୍ଷିତକୁ ଦଇବ ସାହା।

ଏବେ ଆସିବା ଗତ ତିନି ମାସର କରୋନା ବିଭୀଷିକା ସମୟକୁ। ହଠାତ ଲକଡାଉନ୍‌ର ଆଶା କେହିବି କରିନଥିଲେ। ଏଭଳି ପରସ୍ଥିତିରେ ମଦୁଆ ଆଉ ମଦ ଦୋକାନୀ କିଛି ବୁଝିବା ଆଗରୁ ସରକାରଙ୍କ ଲକ୍‌ଡାଉନ୍‌ ଘୋଷଣା ଚିନ୍ତାରେ ପକାଇଦେଲା। କାଁ ଭାଁ କିଛି ନିତି ମଦୁଆ ଲାଗି ପଡିଲେ ଷ୍ଟକ୍‌ ଯୋଗାଡିବାରେ। କିନ୍ତୁ ଏମାନଙ୍କୁ ବିରାଡି କପାଳକୁ ଶିକା ଛିଡିବା ଭଳି ସାଥ ଦେଲା ପୋଲିସ୍‌ ଓ ଅବକାରୀ ବିଭାଗ। ଯେଉଁ କିଛି ଅସାଧୁ ଚୋରାବେପାରୀ ଥିଲେ ସେମାନ ବନିଗଲେ ବିତରକ ଓ ଗାଁ ଗାଁରେ ଖୋଲିଲା ରିଟେଲ ସେଣ୍ଟର। ମଦ ଧରପଗଡ ନାଁରେ ଆରମ୍ଭ ହେଲା ଅଞ୍ଚଳରେ ଖବରର ବିକ୍ରୀ ମାଧ୍ୟମରେ ବେପାରୀଙ୍କୁ ଧମକ ଯାହା ଥାନା କର୍ମଚାରୀଙ୍କ କାମକୁ ସୁବିଧା କରିଦେଲା ବଟି ଆଦାୟ କରିବାକୁ। ଲକଡାଉନ ବେଳେ ସାଧାରଣ ଜନତାଙ୍କୁ ଲାଠି ଡର ଦେଖାଉଥିବା ଖାକି ବର୍ଦ୍ଦିର ଡର କିନ୍ତୁ ନଥିଲା ଏହି ବେପାରୀଙ୍କ ମନରେ। ମୁଁ ଆଖିରେ ନିଜେ ଦେଖିଛି ଚୋରା ବେପାରୀ ଓ ଖାକି ପୋଲିସର ମାମୁଁ ପୁଅ-ପିଉଷୀ ପୁଅ ଭାବକୁ। ଶେଷକୁ ଗାଁ ମଶାଣି ମୁଣ୍ଡ, ବିଲ ଗହୀର ରାସ୍ତା ସବୁଠି ଆଜି ମଦର ଆସର। ଅଭିଯୋଗ ଏଭଳି ଆସିଛି କି ଥାନାର କିଛି ଷ୍ଟାଫ୍‌ ଜବତ ମଦକୁ ଚୋରା ବେପାରୀଙ୍କୁ ବିକିଲେଣି, ଧନ୍ୟରେ ବିଧାତା ଏଠି ରକ୍ଷକ ବି ଭକ୍ଷକ ସାଜିଛି। ଦୁଇ ଦିନ ତଳେ ଗାଁ ଛକ ପାନ ଦୋକାନ ପାଖେ ଜଣେ ଯୁବକ ଆଉ ଜଣଙ୍କୁ ଖୋଲାରେ କହୁଛି ମୋ ପାଖରେ ମହୁଲି ଷ୍ଟକ୍‌ ଅଛି, ରଜ ଲାଗି ମାଲ ଉଠେଇ ଦେଇଛି, ଗାଁରେ କହିଦେବୁ। ଶୁଣିକି କାନ ତାବଦା ହୋଇଗଲା। ସତରେ କଣ ପୋଲିସର ଡର ବି ହଟିଗଲା? ଏଥର ଖୁଲମ ଖୁଲା ଡାକି ହାକି ବିକିବେ ମଦ। ଚାରିଦିନ ତଳେ ଜଣେ ନିରୀହ ବାପା ଆସି ଥାନାରେ ଯାହା କହିଲେ ଶୁଣିକି ମୁଁ ବିଚଳିତ ହୋଇଗଲି। ପୁଅ ଅମାନିଆ ହେଇ ଗାଁରେ ମଦ ବିକୁଚି ବୋଲି ବାପା ଥାନାରେ ଗୁହାରି କରି ଆସିଥିଲେ। ନିରୀହ ପିତାର କି ବୁକୁଥରା କାହାଣୀ??

ଅନ୍‌ଲାଇନ୍‌ରେ ମଦବିକ୍ରି ତ ଆମେ ହାଲରେ ଦେଖିଲୁ। ଭରା ବଜାରରେ ଖୋଲା ଦୋକାନଠୁ କୋଡିଏ ମିଟର ଦୂରରେ ଠିଆ ହୋଇ ମଦ କିଣିଲେ ଲୋକେ। ଷ୍ଟକିଷ୍ଟ ପାଖରେ ମାଲ ସରିଗଲା ବୋଲି ସରକାର ବାଉଳିକି ଦୋକାନ ଖୋଲିଦେଲେ ଅନ୍‌ଲାଇନ୍‌ ନାଁରେ। ବିଦେଶୀ ଦାମ ବଢିବାରୁ ଏବେ ଦେଶୀ ବି ତା ଭାଉ ଦଖଉଛି। ଏପଟେ ଅବକାରୀ ବିଭାଗର କୁମ୍ଭକର୍ଣ୍ଣ ନିଦ ସେପଟେ ପୋଲିସ ପ୍ରଶାସନର ନିଦାବିଷ୍ଣୁ ଭାବ ବେପାରୀଙ୍କ ପାଇଁ କଚେପୁଅ ବାର। ସମସ୍ତଙ୍କୁ ଦେଇନେଇ ଦି ପଇସା ଗାଁ ପିଲେ ରୋଜଗାର କଲେଣି। ମଦ ବେପାର କିନ୍ତୁ ଗାଁ ଟୋକାଙ୍କୁ ଦି ପଇସା ଦେଇଛି ରଜ ମଉଜ କରିବାକୁ। ଖାଲି ଭୟ ଏତିକି ଗୋଟେ ବଡ ମଦ ବିଭୀଷିକା ଆଡକୁ ଯାଉନିତ ଏ ସମଗ୍ର ଅଞ୍ଚଳ ? ସାମାଜିକ ଉତ୍ପୀଡନ ତ ଅନେକ ଦିନରୁ ଚୁଲିକି ଗଲାଣି, ଶେଷରେ ସମସ୍ତଙ୍କ ବନ୍ଦ ଆଖି ବୁଜି ଦେବନି ତ କିଛି ଜୀବନ।

(ଲେଖକ ହେଉଛନ୍ତି ବାଣପୁର ଅଞ୍ଚଳର ଜଣେ ଯୁବ ସମାଜସେବୀ)

Odisha
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଗ୍ରାହମ ଷ୍ଟେନ୍ସ ମାମଲା: ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ

September 15, 2026
Latest News

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ରାଶିଫଳ: ସେପ୍ଟେମ୍ବର ୧୬ ତାରିଖ ବୁଧବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.