Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ବରରେ କଂଗ୍ରେସର ବିକ୍ଷୋଭ
ଆଜିର ଖବର

ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ବରରେ କଂଗ୍ରେସର ବିକ୍ଷୋଭ

June 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀଗଣ ପେଟ୍ରୋଲ ଏବଂ ଡିଜେଲର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଂଟିନ ଛକଠାରେ ପ୍ରତିବାଦ କରିଥିଲେ। ୨୦୧୪ ମସିହାରେ ଯେତେବେଳେ ଅଶୋଧିତ ତୈଳର ଦାମ ୧୦୭ ଡଲାରୁ ବଢ଼ି ୧୩୫ ଡଲାର ଥିଲା ବେଳେ ପେଟ୍ରୋଲର ମୂଲ୍ୟ ୪୨ଟଙ୍କା ଥିଲାବେଳେ ଏବଂ ଡିଜେଲର ମୂଲ୍ୟ ୩୫ଟଙ୍କା ପାଖାପାଖି ଥିଲା। କିନ୍ତୁ ଆଜି ବିଶ୍ୱ ବଜାରରେ କଂଚା ତୈଳ୍ୟର ଦାମ ୪୦ ଡଲାରୁ ୩୭ ଡଲାରକୁ ଖସିଥିଲା ବେଳେ ପେଟ୍ରୋଲ ଦାମ ୭୮ଟଙ୍କା ଏବଂ ଡିଜେଲର ଦାମ ୭୫ ଟଙ୍କାରେ ପହଂଚିଛି ।

ଏହି ବିଗତ ଏକ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଦାମ ପାଖାପାଖି ୭ଟଙ୍କାରୁ ୮ଟଙ୍କା ବୃଦ୍ଧି ଘଟିଛି। କରେନା ମହାମାରୀ ସମୟରେ ଲୋକଙ୍କ ପାଖରେ ରୋଜଗାର ନାହିଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଅସର୍ଯ୍ୟ ହୋଇପଡ଼ିଥିଲା ବେଳେ ଏ ଅହେତକୁ ଦରବୃଦ୍ଧି ବୋଝ ଉପରେ ନଳିତାବିଡ଼ା ସଦୃଶ। ଏ ଅହେତୁକ ଦରବୃଦ୍ଧି ଯୋଗୁଁ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି କୃଷକ ସବୁବର୍ଗର ଲୋକଙ୍କ ବୋଝ ଲଦିଦିଆଗଲା। ଯାତ୍ରୀ ଭଡ଼ା ଚାଲିଛି ଆହୁରି ଆଗକୁ ମଧ୍ୟ ବଢ଼ିବ।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ହେଉଛି କେନ୍ଦ୍ର ସରକାର ୩୨ଟଙ୍କା ଲିଟର ପିଛା ଏକସାଇଜ ନେଉଥିଲା ବେଳେ ଅର୍ଥକମିଶନଙ୍କ ସୁପାରିଶ ହିସାବରେ ମାତ୍ର ୪୧% ଏକସାଇଜ ଡ୍ୟୁଟିରୁ ରାଜ୍ୟମାନଙ୍କୁ ଭାଗ ମିଳିବ। ଏହି ୪୧%ରୁ ଓଡ଼ିଶାକୁ ମାତ୍ର ୩.୪୬% ଅର୍ଥ ମିଳିବ । କିନ୍ତୁ ୨୦୧୪ ମସିହାରେ ରାଜ୍ୟମାନଙ୍କୁ ୪୨% ହାରରେ ଭାଗ ମିଳୁଥିଲା। ତେଣୁ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଯୋଗୁଁ କେନ୍ଦ୍ର ସରକାର ଅଧିକରୁ ଅଧିକ ରାଜସ୍ୱ ଆୟ କରିଚାଲିଛନ୍ତି।

ଏଭଳି ଏକ ଦୁଃସ୍ଥିତି ଜନସାଧାରଙ୍କ ହିତକୁ ଧ୍ୟାନ ନଦେବାକୁ କଂଗ୍ରେସ ଦଳ ଦୃଢ଼ ସ୍ୱରରେ ନିନ୍ଦା କରୁଛି । ବିଶେଷ କରି ଓଡ଼ିଶାର ଜନସାଧାରଣ ଆଜି କିଭଳି ବଂଚିବା ପାଇଁ ସଂଗ୍ରାମ କରୁଥିଲା ବେଳେ ତାଙ୍କ ଉପରକୁ ଅଧିକରୁ ଅଧିକ ଆର୍ଥିକ ବୋଝ ଏହା ଅତ୍ୟନ୍ତ ଦୁଃଖ ଏବଂ ଯନ୍ତ୍ରଣାଦାୟକ । ଏଣୁ ଯଥାଶୀଘ୍ର କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଯେଉଁ କର ଆଦାୟ କରୁଛନ୍ତି ତାହା ଅତିଶୀଘ୍ର କମ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

Niranjan Patnaik Odisha Congress PCC Odisha
Share. Facebook Twitter LinkedIn Email WhatsApp Copy Link

Related Posts

କଲେଜ ନିର୍ବାଚନୀ ହିଂସା: ଅଣଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼

October 10, 2026

“ଦିଲ୍ଲୀକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର”: CJP ପ୍ରତିବାଦ ଉପରେ ବିଜେପିର ଆକ୍ରମଣ

October 10, 2026

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

“ଗଣତନ୍ତ୍ରର ମରାମତି ପୁଣି ଥରେ ଆରମ୍ଭ ହେବ”: CJP ପ୍ରତିବାଦ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

October 10, 2026
Latest News

କଲେଜ ନିର୍ବାଚନୀ ହିଂସା: ଅଣଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼

October 10, 2026

“ଦିଲ୍ଲୀକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର”: CJP ପ୍ରତିବାଦ ଉପରେ ବିଜେପିର ଆକ୍ରମଣ

October 10, 2026

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

“ଗଣତନ୍ତ୍ରର ମରାମତି ପୁଣି ଥରେ ଆରମ୍ଭ ହେବ”: CJP ପ୍ରତିବାଦ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.