Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେରଳ ରାଜ୍ୟପାଳ ଅରିଫ ମହମ୍ମଦଙ୍କୁ କାହିଁକି ଭେଟିଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା କେରଳର ମହାମହିମ ରାଜ୍ୟପାଳ ଅରିଫ ଅହମ୍ମଦ ଙ୍କୁ ଆଜି ରାଜଭବନ ରେ ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କେରଳ ରାଜ୍ୟପାଳଙ୍କୁ ଭେଟିବା ଅବସରରେ ପ୍ରକାଶ କରିଥିଲେ କି କେରଳ ରାଜ୍ୟପାଳ ଶ୍ରୀଯୁକ୍ତ ମହମ୍ମଦ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ।

ଯେତେବେଳେ ସେ ରାଜ୍ୟରେ ଶକ୍ତି ମନ୍ତ୍ରୀ ଥିଲେ ବର୍ତ୍ତମାନର କେରଳ ରାଜ୍ୟପାଳ ଶ୍ରୀଯୁକ୍ତ ମହମ୍ମଦ ସେହି ସମୟରେ କେନ୍ଦ୍ର ରେ ଶକ୍ତି ମନ୍ତ୍ରୀ ଭାବେ ଥିଲେ ।ସେହି ଅନୁସାରେ ତାଙ୍କ ସହିତ ନିବିଡ଼ ସମ୍ପର୍କ ଗଢି ଉଠିଥିଲା ଓ ପରବର୍ତ୍ତୀ ସମୟରେ ମୋର ଅନ୍ତରଙ୍ଗ ବନ୍ଧୁ ହୋଇଥିଲେ।କେରଳ ରାଜ୍ୟପାଳ ଓଡିଶା ଗସ୍ତରେ ଆସିବା ଖବର ପାଇ ମୁଁ ତାଙ୍କୁ ଆଜି ଭେଟି ବହୁତ ଖୁସି ଅନୁଭବ କଲି।

ଦୀର୍ଘ ସମୟ ଧରି ଆମେ ଅନ୍ତରଙ୍ଗ ଆଳାପ ଆଲୋଚନା କଲୁ।ରାଜ୍ୟରେ ତାଙ୍କ ସମୟରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବହୁ ଗୁଡିଏ କାର୍ଯ୍ୟ ହୋଇଛି। କଣିହାଁ ସ୍ଥିତ ଏନ ଟି ପି ସି ଶକ୍ତି ଉତ୍ପାଦନ କେନ୍ଦ୍ର ଓଡିଶା ରାଜ୍ୟ ପାଇଁ ଶ୍ରୀଯୁକ୍ତ ମହମ୍ମଦ ଙ୍କ ଅବଦାନ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ନିରଞ୍ଜନ ପଟ୍ଟନାୟକ କହିଲେ ଏକ ବଡ କଥା

ଭୁବନେଶ୍ବର:  ରାଜ୍ୟରେ କଂଗ୍ରେସ ବାରମ୍ବାର ପରାଜିତ ହେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବକୁ ନେଇ ପ୍ରଶ୍ନ ଉଠିଛି। ସେ ଇସ୍ତଫା ଦିଅନ୍ତୁ ବୋଲି ବିଭିନ୍ନ ମହଲରେ ଚାପା ଗୁଂଜରଣ ସୃଷ୍ଟି ହେଉଛି। ଦଳ ଚଳିତ ପୌର ନିର୍ବାଚନରେ ଭୁବନେଶ୍ବରରୁ ଗୋଟିଏ ବି ଆସନ ନେଇ ପାରିଲା ନାହିଁ, ଯାହାକୁ ନେଇ କଂଗ୍ରେସର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରି ପରିସ୍ଥିତିରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ବଡ କଥା କହିଛନ୍ତି। ସେ କହିଛନ୍ତି ଯେ, ମୁଁ ସଭାପତି ପଦରୁ କେବେଠାରୁ ଇସ୍ତଫା ଦେଇସାରିଛି। ଏହା ଏକ ଦଳୀୟ ବ୍ୟାପାର ହୋଇଥିବାରୁ ତାହା ବାହାରେ ପ୍ରକାଶ କରି ନ ଥିଲି। ହେଲେ ମୋର ଇସ୍ତପା ପତ୍ର ଏଆଇସିସିକୁ ପଠାଇଦେଇଛି। ସେମାନେ ଯାହା ବିଚାର କରିବେ।

ନିରଂଜନ ପୁଣି କହିଛନ୍ତି ଯେ, ମୁଁ ବହୁ ଦିନ ଧରି ସଭାପତି ରହି ଆସିଛି। ଯଦି ଏଆଇସିସି ଚାହିଁବ ତେବେ ଅନ୍ୟ କାହାକୁ ଏହି ଦାୟିତ୍ବ ଦେଇପାରନ୍ତି। କଂଗ୍ରେସରେ ବହୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ସେମାନଙ୍କର ଦଳକୁ ସମ୍ଭାଳି ପାରିବାର କ୍ଷମତା ମଧ୍ୟ ରହିଛି। ପ୍ରତି ଦୁଇ ତିନି ବର୍ଷରେ ସଭାପତି ପରିବର୍ତ୍ତନ ହୁଅନ୍ତି। ମୋତେ ପରିବର୍ତ୍ତନ କଲେ ଏହା କୌଣସି ନୂଆ କଥା ନୁହଁ ବୋଲି ନିରଞ୍ଜନ କହିଛନ୍ତି।

ଏହାକୁ ନେଇ କଣ କହୁଛନ୍ତି ବିଧାୟକ ସୁରେଶ ରାଉତରାୟ

ଅନ୍ୟପକ୍ଷରେ ଏହାକୁ ନେଇ ଜଟଣୀ ବିଧାୟକ ସୁରେଶ ରାଉତରାୟ ମଧ୍ୟ ତାଙ୍କର ମତ ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ ସଭାପତି ହେବା ପାଇଁ ୧୪ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନଙ୍କ ମଧ୍ୟରେ ବିଧାୟକ ଅଛନ୍ତି, ପୂର୍ବତ୍ତନ ପିସିସି ସଭାପତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ହେଲେ ବର୍ତ୍ତମାନ ପରିସ୍ଥିତିରେ ଓଡିଶା କଂଗ୍ରେସକୁ ଆଗକୁ ନେବାକୁ ହେଲେ ଜଣେ ସୁଦୃଢ ନେତାଙ୍କର ଆବଶ୍ୟକତା ରହିଛି। ସେହି ନେତା ଜଣଙ୍କ କଂଗ୍ରେସ ସଂଗଠନରେ ରହିଥିବ ଏବଂ ଦକ୍ଷତା ରହିଥିବ। ସେପରି ଲୋକଙ୍କୁ ସଭାପତି ଦାୟିତ୍ବ ଦେଲେ ଭଲ ହୁଅନ୍ତା।

ସେହିପରି ଓଡିଶା ସଂଗଠନକୁ  ୪ ଭାଗରେ ବିଭକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବିଧାୟକ ସୁର ରାଉତରାୟ। ସେ କହିଛନ୍ତି ଯେ, ଏଆଇସିସି  ୪ ଜଣ କାର୍ଯ୍ୟକାରୀ ସଭାପତି,  ୮ ଜଣ ଉପସଭାପତି ଏବଂ ୨୦ ଜଣ ସାଧାରଣ ସଂପାଦକଙ୍କୁ ନିଯୁକ୍ତ ଦିଅନ୍ତୁ। ସେମାନେ ବ୍ଲକ ୱାରୀ ବୁଲି ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଅନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦେଶ କଂଗ୍ରେସ ୫ଜଣ ନେତାଙ୍କୁ କୋଭିଡ ସେବକ ଭାବେ ଦେଲା ନିଯୁକ୍ତି

ଭୁବନେଶ୍ୱର, ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଜାତୀୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ଓଡ଼ିଶାର ୫ ଜଣଙ୍କୁ “କଂଗ୍ରେସ କୋଭିଡ ସେବକ” ଭାବେ ଦାୟିତ୍ୱ ଦେଇଛନ୍ତି। ଏ ନେଇ ଓଡ଼ିଶା କଂଗ୍ରେସ ସାମଜିକ ଗଣମାଧ୍ୟମ ର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଓଡ଼ିଶାରୁ “କଂଗ୍ରେସ କୋଭିଡ ସେବକ” ଭାବେ ମନୋନୀତ ହୋଇଥିବା ଚେତନ ମିଶ୍ର, ଚନ୍ଦନ ରାୟ, ମୁରଲୀଧର ନାୟକ, ମିହିର ରାୟ ଓ ସୁବାଷ ନାୟକ ପାଂଚଜଣ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର କଂଗ୍ରେସ ଜିଲ୍ଲା ସଭାପତି ଏବଂ ନେତୃବୃନ୍ଦଙ୍କ ସହ ଆଲୋଚନା କରି ଜିଲ୍ଲାସ୍ତର, ବ୍ଲକସ୍ତର ଓ ପଂଚାୟତ ସ୍ତରର କୋଭିଡ ସେବକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ଏହି କାର୍ଯ୍ୟକୁ ଆଗେଇ ନେବାରେ ସାହାଯ୍ୟ କରିବେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ବରରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀଗଣ ପେଟ୍ରୋଲ ଏବଂ ଡିଜେଲର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଂଟିନ ଛକଠାରେ ପ୍ରତିବାଦ କରିଥିଲେ। ୨୦୧୪ ମସିହାରେ ଯେତେବେଳେ ଅଶୋଧିତ ତୈଳର ଦାମ ୧୦୭ ଡଲାରୁ ବଢ଼ି ୧୩୫ ଡଲାର ଥିଲା ବେଳେ ପେଟ୍ରୋଲର ମୂଲ୍ୟ ୪୨ଟଙ୍କା ଥିଲାବେଳେ ଏବଂ ଡିଜେଲର ମୂଲ୍ୟ ୩୫ଟଙ୍କା ପାଖାପାଖି ଥିଲା। କିନ୍ତୁ ଆଜି ବିଶ୍ୱ ବଜାରରେ କଂଚା ତୈଳ୍ୟର ଦାମ ୪୦ ଡଲାରୁ ୩୭ ଡଲାରକୁ ଖସିଥିଲା ବେଳେ ପେଟ୍ରୋଲ ଦାମ ୭୮ଟଙ୍କା ଏବଂ ଡିଜେଲର ଦାମ ୭୫ ଟଙ୍କାରେ ପହଂଚିଛି ।

ଏହି ବିଗତ ଏକ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଦାମ ପାଖାପାଖି ୭ଟଙ୍କାରୁ ୮ଟଙ୍କା ବୃଦ୍ଧି ଘଟିଛି। କରେନା ମହାମାରୀ ସମୟରେ ଲୋକଙ୍କ ପାଖରେ ରୋଜଗାର ନାହିଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଅସର୍ଯ୍ୟ ହୋଇପଡ଼ିଥିଲା ବେଳେ ଏ ଅହେତକୁ ଦରବୃଦ୍ଧି ବୋଝ ଉପରେ ନଳିତାବିଡ଼ା ସଦୃଶ। ଏ ଅହେତୁକ ଦରବୃଦ୍ଧି ଯୋଗୁଁ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି କୃଷକ ସବୁବର୍ଗର ଲୋକଙ୍କ ବୋଝ ଲଦିଦିଆଗଲା। ଯାତ୍ରୀ ଭଡ଼ା ଚାଲିଛି ଆହୁରି ଆଗକୁ ମଧ୍ୟ ବଢ଼ିବ।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ହେଉଛି କେନ୍ଦ୍ର ସରକାର ୩୨ଟଙ୍କା ଲିଟର ପିଛା ଏକସାଇଜ ନେଉଥିଲା ବେଳେ ଅର୍ଥକମିଶନଙ୍କ ସୁପାରିଶ ହିସାବରେ ମାତ୍ର ୪୧% ଏକସାଇଜ ଡ୍ୟୁଟିରୁ ରାଜ୍ୟମାନଙ୍କୁ ଭାଗ ମିଳିବ। ଏହି ୪୧%ରୁ ଓଡ଼ିଶାକୁ ମାତ୍ର ୩.୪୬% ଅର୍ଥ ମିଳିବ । କିନ୍ତୁ ୨୦୧୪ ମସିହାରେ ରାଜ୍ୟମାନଙ୍କୁ ୪୨% ହାରରେ ଭାଗ ମିଳୁଥିଲା। ତେଣୁ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଯୋଗୁଁ କେନ୍ଦ୍ର ସରକାର ଅଧିକରୁ ଅଧିକ ରାଜସ୍ୱ ଆୟ କରିଚାଲିଛନ୍ତି।

ଏଭଳି ଏକ ଦୁଃସ୍ଥିତି ଜନସାଧାରଙ୍କ ହିତକୁ ଧ୍ୟାନ ନଦେବାକୁ କଂଗ୍ରେସ ଦଳ ଦୃଢ଼ ସ୍ୱରରେ ନିନ୍ଦା କରୁଛି । ବିଶେଷ କରି ଓଡ଼ିଶାର ଜନସାଧାରଣ ଆଜି କିଭଳି ବଂଚିବା ପାଇଁ ସଂଗ୍ରାମ କରୁଥିଲା ବେଳେ ତାଙ୍କ ଉପରକୁ ଅଧିକରୁ ଅଧିକ ଆର୍ଥିକ ବୋଝ ଏହା ଅତ୍ୟନ୍ତ ଦୁଃଖ ଏବଂ ଯନ୍ତ୍ରଣାଦାୟକ । ଏଣୁ ଯଥାଶୀଘ୍ର କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଯେଉଁ କର ଆଦାୟ କରୁଛନ୍ତି ତାହା ଅତିଶୀଘ୍ର କମ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।