କେରଳ ରାଜ୍ୟପାଳ ଅରିଫ ମହମ୍ମଦଙ୍କୁ କାହିଁକି ଭେଟିଲେ ନିରଞ୍ଜନ ପଟ୍ଟନାୟକ

Published: Nov 16, 2022, 9:37 pm IST

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା କେରଳର ମହାମହିମ ରାଜ୍ୟପାଳ ଅରିଫ ଅହମ୍ମଦ ଙ୍କୁ ଆଜି ରାଜଭବନ ରେ ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କେରଳ ରାଜ୍ୟପାଳଙ୍କୁ ଭେଟିବା ଅବସରରେ ପ୍ରକାଶ କରିଥିଲେ କି କେରଳ ରାଜ୍ୟପାଳ ଶ୍ରୀଯୁକ୍ତ ମହମ୍ମଦ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ।

ଯେତେବେଳେ ସେ ରାଜ୍ୟରେ ଶକ୍ତି ମନ୍ତ୍ରୀ ଥିଲେ ବର୍ତ୍ତମାନର କେରଳ ରାଜ୍ୟପାଳ ଶ୍ରୀଯୁକ୍ତ ମହମ୍ମଦ ସେହି ସମୟରେ କେନ୍ଦ୍ର ରେ ଶକ୍ତି ମନ୍ତ୍ରୀ ଭାବେ ଥିଲେ ।ସେହି ଅନୁସାରେ ତାଙ୍କ ସହିତ ନିବିଡ଼ ସମ୍ପର୍କ ଗଢି ଉଠିଥିଲା ଓ ପରବର୍ତ୍ତୀ ସମୟରେ ମୋର ଅନ୍ତରଙ୍ଗ ବନ୍ଧୁ ହୋଇଥିଲେ।କେରଳ ରାଜ୍ୟପାଳ ଓଡିଶା ଗସ୍ତରେ ଆସିବା ଖବର ପାଇ ମୁଁ ତାଙ୍କୁ ଆଜି ଭେଟି ବହୁତ ଖୁସି ଅନୁଭବ କଲି।

ଦୀର୍ଘ ସମୟ ଧରି ଆମେ ଅନ୍ତରଙ୍ଗ ଆଳାପ ଆଲୋଚନା କଲୁ।ରାଜ୍ୟରେ ତାଙ୍କ ସମୟରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବହୁ ଗୁଡିଏ କାର୍ଯ୍ୟ ହୋଇଛି। କଣିହାଁ ସ୍ଥିତ ଏନ ଟି ପି ସି ଶକ୍ତି ଉତ୍ପାଦନ କେନ୍ଦ୍ର ଓଡିଶା ରାଜ୍ୟ ପାଇଁ ଶ୍ରୀଯୁକ୍ତ ମହମ୍ମଦ ଙ୍କ ଅବଦାନ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Related posts