Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ନିରଞ୍ଜନ ପଟ୍ଟନାୟକ କହିଲେ ଏକ ବଡ କଥା
ବିଶେଷ ଖବର

ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ନିରଞ୍ଜନ ପଟ୍ଟନାୟକ କହିଲେ ଏକ ବଡ କଥା

April 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ନିରଞ୍ଜନ ପଟ୍ଟନାୟକ କହିଲେ ଏକ ବଡ କଥା

ଭୁବନେଶ୍ବର:  ରାଜ୍ୟରେ କଂଗ୍ରେସ ବାରମ୍ବାର ପରାଜିତ ହେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବକୁ ନେଇ ପ୍ରଶ୍ନ ଉଠିଛି। ସେ ଇସ୍ତଫା ଦିଅନ୍ତୁ ବୋଲି ବିଭିନ୍ନ ମହଲରେ ଚାପା ଗୁଂଜରଣ ସୃଷ୍ଟି ହେଉଛି। ଦଳ ଚଳିତ ପୌର ନିର୍ବାଚନରେ ଭୁବନେଶ୍ବରରୁ ଗୋଟିଏ ବି ଆସନ ନେଇ ପାରିଲା ନାହିଁ, ଯାହାକୁ ନେଇ କଂଗ୍ରେସର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରି ପରିସ୍ଥିତିରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ବଡ କଥା କହିଛନ୍ତି। ସେ କହିଛନ୍ତି ଯେ, ମୁଁ ସଭାପତି ପଦରୁ କେବେଠାରୁ ଇସ୍ତଫା ଦେଇସାରିଛି। ଏହା ଏକ ଦଳୀୟ ବ୍ୟାପାର ହୋଇଥିବାରୁ ତାହା ବାହାରେ ପ୍ରକାଶ କରି ନ ଥିଲି। ହେଲେ ମୋର ଇସ୍ତପା ପତ୍ର ଏଆଇସିସିକୁ ପଠାଇଦେଇଛି। ସେମାନେ ଯାହା ବିଚାର କରିବେ।

ନିରଂଜନ ପୁଣି କହିଛନ୍ତି ଯେ, ମୁଁ ବହୁ ଦିନ ଧରି ସଭାପତି ରହି ଆସିଛି। ଯଦି ଏଆଇସିସି ଚାହିଁବ ତେବେ ଅନ୍ୟ କାହାକୁ ଏହି ଦାୟିତ୍ବ ଦେଇପାରନ୍ତି। କଂଗ୍ରେସରେ ବହୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ସେମାନଙ୍କର ଦଳକୁ ସମ୍ଭାଳି ପାରିବାର କ୍ଷମତା ମଧ୍ୟ ରହିଛି। ପ୍ରତି ଦୁଇ ତିନି ବର୍ଷରେ ସଭାପତି ପରିବର୍ତ୍ତନ ହୁଅନ୍ତି। ମୋତେ ପରିବର୍ତ୍ତନ କଲେ ଏହା କୌଣସି ନୂଆ କଥା ନୁହଁ ବୋଲି ନିରଞ୍ଜନ କହିଛନ୍ତି।

ଏହାକୁ ନେଇ କଣ କହୁଛନ୍ତି ବିଧାୟକ ସୁରେଶ ରାଉତରାୟ

ଅନ୍ୟପକ୍ଷରେ ଏହାକୁ ନେଇ ଜଟଣୀ ବିଧାୟକ ସୁରେଶ ରାଉତରାୟ ମଧ୍ୟ ତାଙ୍କର ମତ ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ ସଭାପତି ହେବା ପାଇଁ ୧୪ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନଙ୍କ ମଧ୍ୟରେ ବିଧାୟକ ଅଛନ୍ତି, ପୂର୍ବତ୍ତନ ପିସିସି ସଭାପତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ହେଲେ ବର୍ତ୍ତମାନ ପରିସ୍ଥିତିରେ ଓଡିଶା କଂଗ୍ରେସକୁ ଆଗକୁ ନେବାକୁ ହେଲେ ଜଣେ ସୁଦୃଢ ନେତାଙ୍କର ଆବଶ୍ୟକତା ରହିଛି। ସେହି ନେତା ଜଣଙ୍କ କଂଗ୍ରେସ ସଂଗଠନରେ ରହିଥିବ ଏବଂ ଦକ୍ଷତା ରହିଥିବ। ସେପରି ଲୋକଙ୍କୁ ସଭାପତି ଦାୟିତ୍ବ ଦେଲେ ଭଲ ହୁଅନ୍ତା।

ସେହିପରି ଓଡିଶା ସଂଗଠନକୁ  ୪ ଭାଗରେ ବିଭକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବିଧାୟକ ସୁର ରାଉତରାୟ। ସେ କହିଛନ୍ତି ଯେ, ଏଆଇସିସି  ୪ ଜଣ କାର୍ଯ୍ୟକାରୀ ସଭାପତି,  ୮ ଜଣ ଉପସଭାପତି ଏବଂ ୨୦ ଜଣ ସାଧାରଣ ସଂପାଦକଙ୍କୁ ନିଯୁକ୍ତ ଦିଅନ୍ତୁ। ସେମାନେ ବ୍ଲକ ୱାରୀ ବୁଲି ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଅନ୍ତୁ।

Niranjan Patnaik ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026

ପୁରୁଣାଗଡ଼ରେ ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ ଆରମ୍ଭ

May 14, 2026

ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରି ସ୍ଵାମୀ ଗିରଫ

May 14, 2026

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

May 14, 2026
Latest News

ଗତ ଚାରି ମାସରେ ରେଳବାଇର ସିମେଣ୍ଟ ପରିବହନ ୧୭୦% ବୃଦ୍ଧି

May 15, 2026

ଓଡ଼ିଶା ସମେତ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍)

May 15, 2026

ହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭ ଲକ୍ଷ ପିଏନଜି ସଂଯୋଗ ପ୍ରଦାନ

May 15, 2026

ପ୍ରଧାନମନ୍ତ୍ରୀଙ୍କ ସହ ୩୫ ବର୍ଷର ଅଭିଜ୍ଞତା ଆଧାରରେ ‘ଅପନାପନ’ ପୁସ୍ତକ ରଚନା କଲେ ଶିବରାଜ ସିଂହ ଚୌହାନ

May 15, 2026

ଆଜି ମଇ ୧୫ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.