ଗୋପବନ୍ଧୁ ଦାସ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ରାଜନୈତିକ ସଚିବ

Published: Mar 11, 2019, 6:05 pm IST
odisha cm appoints gopabandu das as new political secretary

ଗୋପବନ୍ଧୁ ଦାସ ହେଲେ ମୁଖ୍ୟମନ୍ତ୍ରୀଙ୍କ ନୂଆ ରାଜନୈତିକ ସଚିବ। ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଥିଲେ । ଗୋପବନ୍ଧୁ ଆସନ୍ତା ଅକ୍ଟୋବର ୨୦୧୯ରେ ଚାକିରିରୁ ଅବସର ନେଇଥାଆନ୍ତେ। ତାପୂର୍ବରୁ ସେ ଗତ ଫେବୃଆରୀରେ  ସ୍ବେଚ୍ଛାକୃତ ଅବସର  ନେବା ପାଇଁ ଆବେଦନ କରିଥିଲେ। ତାହା ସ୍ବୀକୃତ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜନୈତିକ ସଚିବ ଭାବେ ନିଯୁକ୍ତ ଦେଇଛନ୍ତି। ଏ ନେଇ ବିଜେଡି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଗୋପବନ୍ଧୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରେ ଦୀର୍ଘ ବର୍ଷ ଧିର କାର୍ଯ୍ୟ କରିଛନ୍ତି। ତାଙ୍କ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ସନ୍ତୁଷ୍ଠ ଅଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ସେ ଅତି ପ୍ରିୟଭାଜନ ହୋଇପାରିଥିଲେ। ବର୍ତ୍ତମାନ ନିର୍ବାଚନ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତି ଦେଇଥିବାର ଜଣାପଡିଛି।

Related posts