Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ପ୍ରାର୍ଥୀ ଚୟନ ନେଇ ଚାପରେ ସବୁ ଦଳ। କାହାକୁ ରଖିବେ କାହାକୁ କାଟିବେ ସେ ନେଇ ଉପୁଜିଲା ଦ୍ବନ୍ଦ।
ଆଜିର ଖବର

ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ପ୍ରାର୍ଥୀ ଚୟନ ନେଇ ଚାପରେ ସବୁ ଦଳ। କାହାକୁ ରଖିବେ କାହାକୁ କାଟିବେ ସେ ନେଇ ଉପୁଜିଲା ଦ୍ବନ୍ଦ।

March 12, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ନିର୍ବାଚନୀ ବିଗୁଲ ବାଜିବା ପରେ ଏବେ ସମସ୍ତ ଦଳମାନଙ୍କର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୋଟ ୭ଟି ପର୍ଯାୟରେ ନିର୍ବାଚନ ହେବ। ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମେ’ ମାସ ୧୯ ତାରିଖରେ ସପ୍ତମ ଅର୍ଥାତ୍ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ସେହିପରି ଓଡିଶାରେ ୪ଟି ପର୍ଯ୍ୟାୟରେ ଏପ୍ରିଲ ୧୧, ୧୮, ୨୩ ଏବଂ ୨୯ ତାରିଖରେ ମତଦାନ ହେବ। ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ଏକାସଙ୍ଗେ ମତଦାନ ନିଆଯିବ। ମେ’ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ତାରିଖକୁ ସ୍ବାଗତ କରିବା ସହିତ ବହୁତ ଶୀଘ୍ର ବିଜେଡ଼ିର ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ ବୋଲି ସୂଚନା ଦେଇଛନ୍ତି। ବିଜେଡ଼ିର ବହୁ ପୁରୁଣା ସଦସ୍ୟ ହାତ ଛାଡ଼ିଥିବାବେଳେ ବହୁ ନୂଆ ତଥା ପୁରୁଣା ସହଯୋଗୀ ବିଜେଡ଼ିରେ ଯୋଗଦେଇଛନ୍ତି। ନିକଟରେ କଂଗ୍ରେସର ନବ ଦାଶ ଓ ଯୋଗେଶ ସିଂ, ସୁନିତା ବିଶ୍ବାଳ ପ୍ରମୁଖ ବିଜେଡ଼ିରେ ଯୋଗଦାନ କରିଥିବାବେଳେ ବିଜେଡ଼ିର ବୈଜୟନ୍ତ ପଣ୍ଡା, ଦାମ ରାଉତ ପ୍ରମୁଖ ବିଜେଡ଼ି ଛାଡ଼ି ବିଜେଡ଼ିକୁ କଡା ଟକ୍କର ଦେବାକୁ ଯୋଜନା କରୁଛନ୍ତି।

ଗତ ୧୮ ବର୍ଷ ଧରି ଓଡ଼ିଶାରେ ବିଜେଡ଼ି ସରକାରର ରାଜ୍‌ ଚାଲିଥିବାବେଳେ ଆଜି ମଧ୍ୟ  ନିର୍ବାଚନ ଦୌଡ଼ରେ ବିଜେଡ଼ି ଏକନମ୍ବର ରହୁଛି ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି। କିନ୍ତୁ ବିଜେଡ଼ିର କଡ଼ା ମୁକାବିଲା କରିବା ପାଇଁ କଂଗ୍ରେସ ଓ ବିଜେପି ଉଭୟ ନିଜର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଭିନ୍ନ ଲୋକହିତକର ଯୋଜନା ପ୍ରଣୟନ କରି ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ପ୍ରିୟ ହୋଇପାରିଛନ୍ତି। ନିକଟରେ ନବୀନ ପଟ୍ଟନାୟକ ଲୋକସଭାକୁ ୩୩ %  ମହିଳା ପ୍ରାର୍ଥୀଙ୍କୁ ପଠାଇବା ପାଇଁ ଘୋଷଣା କରିଛନ୍ତି। ଏତେ ବର୍ଷ ଧରି ଓଡ଼ିଶାରେ ବିଜେଡ଼ି ଶାସନ ଚାଲିଥିବାବେଳେ ଲୋକେ ନୂଆ ମୁହଁ ଦେଖିବାକୁ ଚାହୁଁଛନ୍ତି ବୋଲି ବିଜେପି ଦାବି କରୁଛି। ସେହିପରି କଂଗ୍ରେସ ଉଭୟ ବିଜେପି ଓ ବିଜେଡ଼ିକୁ ଘେରିବା ସହିତ କଂଗ୍ରେସ ତା’ର ସ୍ଥିତିକୁ ବଜାୟ ରଖିବା ପାଇଁ ଜବରଦସ୍ତ ଉଦ୍ୟମ ଆରମ୍ଭ କରୁଛି। ଏବେ ବିଜେଡ଼ିର ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କର ନଜର ରହିଛି। ବିଶେଷ କରି କେନ୍ଦ୍ରାପଡ଼ା ଲୋକସଭା ଓ ପାରାଦ୍ବୀପ  ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ସାଧାରଣରେ ବେଶ୍‌ ଉତ୍ସୁକତା ରହିଛି। ପୂର୍ବତନ ସାଂସଦ ବୈଜୟନ୍ତ ଓ ପୂର୍ବତନ ମନ୍ତ୍ରୀଙ୍କ ଦାମ ଗଡ଼ ଥିବା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ପ୍ରାର୍ଥୀ ଚୟନର ରଣନୀତି କ’ଣ ହେବ, ତାକୁ ନେଇ ଚର୍ଚ୍ଚା ଚାଲିଛି।  ନବୀନ ପଟ୍ଟନାୟକ ନିର୍ବାଚନକୁ ସ୍ବାଗତ କରିବା ସହିତ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ଚାଞ୍ଚଲ୍ୟ: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ନିର୍ମମ ହତ୍ୟା, ଲୁଟି ନେଲେ ଟଙ୍କା ବ୍ୟାଗ୍

September 29, 2026

ପଶୁପାଳକଙ୍କ ପାଇଁ ସରକାରଙ୍କ ବଡ଼ ଆଶ୍ୱାସନା: ଏବେ ଗୋଟିଏ କ୍ଲିକ୍‌ରେ ହେବ ପଶୁଧନ ବୀମା, ୧୩ଟି ଭାଷାରେ ଖୋଲିଲା ନୂଆ ପୋର୍ଟାଲ୍

September 29, 2026

ଲୋକେସନ୍ ଟ୍ରାକିଂ ଠାରୁ ଏସଓଏସ ଆଲର୍ଟ ପର୍ଯ୍ୟନ୍ତ: ପିଲା ଏବଂ ବୟସ୍କଙ୍କ ସୁରକ୍ଷା ସୁନିଶ୍ଚିତ କରିବ ଜିଓ ସିଲ୍ଡ

September 29, 2026

ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ

September 29, 2026
Latest News

କେନ୍ଦୁଝରରେ ଚାଞ୍ଚଲ୍ୟ: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ନିର୍ମମ ହତ୍ୟା, ଲୁଟି ନେଲେ ଟଙ୍କା ବ୍ୟାଗ୍

September 29, 2026

ପଶୁପାଳକଙ୍କ ପାଇଁ ସରକାରଙ୍କ ବଡ଼ ଆଶ୍ୱାସନା: ଏବେ ଗୋଟିଏ କ୍ଲିକ୍‌ରେ ହେବ ପଶୁଧନ ବୀମା, ୧୩ଟି ଭାଷାରେ ଖୋଲିଲା ନୂଆ ପୋର୍ଟାଲ୍

September 29, 2026

ସାବଧାନ ଗାଡ଼ି ଚାଳକ! ବଦଳୁଛି ଚାଲାଣ ଆଦାୟ ନିୟମ

September 29, 2026

ଲୋକେସନ୍ ଟ୍ରାକିଂ ଠାରୁ ଏସଓଏସ ଆଲର୍ଟ ପର୍ଯ୍ୟନ୍ତ: ପିଲା ଏବଂ ବୟସ୍କଙ୍କ ସୁରକ୍ଷା ସୁନିଶ୍ଚିତ କରିବ ଜିଓ ସିଲ୍ଡ

September 29, 2026

ବାସ୍ତୁ ନିୟମ: ଟ୍ରେଜେରି ସଫା ରଖିଲେ ବୃଦ୍ଧି ପାଏ ଧନ, ଜାଣନ୍ତୁ କେଉଁଠି ରଖିବେ ଟଙ୍କା-ପଇସା

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.