ସମ୍ବଲପୁର: ଆଜି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ସମସ୍ତ ପ୍ରକ୍ରିୟା ସମ୍ପନ୍ନ ପରେ ପାରମ୍ପାରିକ ପୂଜାର୍ଚ୍ଚନା କରାଯାଇ ଅନ୍ୟ ବର୍ଷ ଭଳି ପ୍ରଥମେ ସାଙ୍କେତିକ ଭାବେ 7 ନମ୍ବର ସ୍ଲୁଇସ ଗେଟ ଖୋଲାଯାଇଛି । ଆଜି ହୀରାକୁଦ ଡ୍ୟାମର 7 ନମ୍ବର ଗେଟ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଏବେ 6ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ପରବର୍ତ୍ତୀ ସମୟରେ ଆଉ ଗେଟ୍ ଖୋଲାଯିବ ନେଇ ସୂଚନା ରହିଛି । ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା 630 ଫୁଟ ଥିବାବେଳେ 616 ଫୁଟ ଜଳ ରହିଛି। ତେବେ ହୀରାକୁଦର ଗେଟ୍ ଖୋଲାଯିବା ପରେ ଡାକବାଜି ଯନ୍ତ୍ର ଏବଂ ସତର୍କ ସାଇରନ ମାଧ୍ୟମରେ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ସଚେତନ କରାଯାଉଛି।
Tags: ହୀରାକୁଦ