Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କ ଗଡ଼ରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ
ଆଜିର ଖବର

ମୋଦିଙ୍କ ଗଡ଼ରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

March 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
congress working comitee meeting in gujutat ahamadabad
congress working comitee meeting in gujutat ahamadabad

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରେ କଂଗ୍ରେସ ନିର୍ବାଚନ ବିଗୁଲ୍‌ ବଜାଇବ। ଗୁଜରାଟ ଅହମ୍ମଦାବାଦରେ ନିର୍ବାଚନୀ ସଭାରେ ରାହୁଲ ଯୋଗଦେବେ। ଏଠାରେ ୫୮ ବର୍ଷ ପରେ କଂଗ୍ରେସ ସମିତି ବୈଠକ ଅନୁଷ୍ଠିତ ହେଉଛି। ୧୯୬୧ରେ ଶେଷ ଥର ପାଇଁ ଏଠାରେ କଂଗ୍ରେସ ବୈଠକ ହୋଇଥିଲା। ଏହି ବୈଠକରେ କଂଗ୍ରେସର ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସମେତ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ଯୋଗଦେବେ । ପ୍ରିୟଙ୍କାଙ୍କ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ବୈଠକ, ଯେଉଁଠାରେ ପ୍ରଥମଥର ପାଇଁ ପ୍ରିୟଙ୍କା ଆଜି ଏହି ବୈଠକକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ କଂଗ୍ରେସ ତା’ର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବ । ଗୁଜରାଟରେ ମୋଟ ୨୬ ଲୋକସଭା ଆସନ ରହିଛି।  ବିମୁଦ୍ରାକରଣ , ଜିଏସ୍‌ଟି, କୃଷକ ସମସ୍ୟା ଏବଂ ବେକାରୀ ସମସ୍ୟା ପ୍ରମୁଖକୁ ପ୍ରସଙ୍ଗ କରାଯିବା ନେଇ ଏହି ବୈଠକରେ ମୁଖ୍ୟ ଏଜେଣ୍ଡା ରହିଛି । ଏହି ବୈଠକରେ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେ ରାହୁଲ୍‌ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସର ସାମିଲ୍‌ ହେବେ ବୋଲି କିଛିଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । ସେ ଜାମନଗର ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି ସୂଚନା ରହିଛି ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆନ ଅଏଲରେ ନିଯୁକ୍ତି ସୁଯୋଗ, ଦରମା ୧ ଲକ୍ଷ କିମ୍ବା ତା’ଠାରୁ ଅଧିକ; ଜାଣନ୍ତୁ ଚୟନ ପ୍ରକ୍ରିୟା

December 30, 2025

ଟ୍ରେନ ଧକ୍କାରେ ଅଜଣା ବୃଦ୍ଧଙ୍କ ମୃତ୍ୟୁ

December 30, 2025

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

December 30, 2025

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ହେବେ ଅଭିଭା ବେଗ?: ଜାଣନ୍ତୁ ସେ କିଏ ଓ ତାଙ୍କର ଶିକ୍ଷାଗତା ଯୋଗ୍ୟତା 

December 30, 2025
Latest News

ଇଣ୍ଡିଆନ ଅଏଲରେ ନିଯୁକ୍ତି ସୁଯୋଗ, ଦରମା ୧ ଲକ୍ଷ କିମ୍ବା ତା’ଠାରୁ ଅଧିକ; ଜାଣନ୍ତୁ ଚୟନ ପ୍ରକ୍ରିୟା

December 30, 2025

ଟ୍ରେନ ଧକ୍କାରେ ଅଜଣା ବୃଦ୍ଧଙ୍କ ମୃତ୍ୟୁ

December 30, 2025

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

December 30, 2025

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ହେବେ ଅଭିଭା ବେଗ?: ଜାଣନ୍ତୁ ସେ କିଏ ଓ ତାଙ୍କର ଶିକ୍ଷାଗତା ଯୋଗ୍ୟତା 

December 30, 2025

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପିଏମ ମୋଦି

December 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.