କରୋନା ଅପଡେଟ୍‌: ରୁଷିଆକୁ ପଛରେ ପକାଇ ତୃତୀୟ ସ୍ଥାନରେ ଭାରତ

Published: Jul 6, 2020, 10:05 am IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ି ଚାଲିଛି। ଏବେ ସୁଦ୍ଧା ଦେଶର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇଲେ ବିଶ୍ୱର ତୃତୀୟ ନମ୍ୱରରେ ପହଞ୍ଚିଛି। ରୁଷିଆକୁ ପଛରେ ପକାଇ ଭାରତ ତିନି ନମ୍ୱର ହୋଇଛି। ଆମେରିକା ପ୍ରଥମରେ ଥିବାବେଳେ ଦ୍ୱିତୀୟରେ ରହିଛି ବ୍ରାଜିଲ । ଏହାପରେ ତୃତୀୟ ସ୍ଥାନରେ ଭାରତ ରହିଛି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 97 ହଜାର 413ରେ ପହଞ୍ଚିଛି । ସେହିପରି ଦେଶରେ କରୋନ ଜନିତ ମୃତ୍ୟୁସଂଖ୍ୟା 19 ହଜାର 693କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 24 ହଜାର 248ଜଣ ଆକ୍ରାନ୍ତ ହୋଇଥିବାବେଳେ 425ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 2 ଲକ୍ଷ 53 ହଜାର 287 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 4 ଲକ୍ଷ 24 ହଜାର 437ଜଣ ।

ମହାରାଷ୍ଟ୍ରରେ ସର୍ବାଧିକ 2 ଲକ୍ଷ 06 ହଜାର 619ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 8 ହଜାର 822କୁ ବୃଦ୍ଧି ହୋଇଛି। ସେହିପରି ଦିଲ୍ଲୀରେ 3 ହଜାର 67ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 1943, ତାମିଲନାଡୁରେ 1510ଜଣଙ୍କର ମୃତ୍ୟୁ ହୋଇଛି ।

Related posts