ହିଞ୍ଜିଳିକାଟୁ: ରାଜ୍ୟ ବିରୋଧଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଯୋଗୁଁ ଘଟିଥିବା କ୍ଷୟକ୍ଷତି ଚାଷଜମି ଓ ବନ୍ୟାଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ହିଞ୍ଜିଳିକାଟୁ ବ୍ଳକ୍ ବୁରୁପୋଡା ଗ୍ରାମର ଯୁବ ଇଞ୍ଜିନିୟରି ଛାତ୍ର ବିଭୁତି ପଟ୍ଟନାୟକଙ୍କ ବନ୍ୟାଜଳରେ ଭାସିଯାଇ ଚିକିତ୍ସାଧିନ ସମୟରେ ମୃତ୍ୟୁ ଘଟିଥିବାରୁ ମୃତକଙ୍କ ବାପା ଯିଶୁ ପଟ୍ଟନାୟକଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ନବୀନଙ୍କ ଗସ୍ତ ସମୟରେ କ୍ଷତିଗ୍ରସ୍ତ ଚାଷୀ ମାନେ ନବୀନଙ୍କୁ ନଷ୍ଟ ହୋଇଥିବା ଧାନ ଗଛ ଦେଖାଇ ନିଜର କ୍ଷୟକ୍ଷତି ସମ୍ପର୍କରେ ଅବଗତ କରିଥିଲେ। ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ଜଣାଇବେ ବୋଲି ନବୀନ ପଟ୍ଟନାୟକ ଚାଷୀଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ସମୟରେ ବନ୍ୟା ପ୍ରଭାବରେ ଧାନ ଓ ପନିପରିବା ଉଜୁଡା ଚାଷ ଜମି ଜେଖି ଆଖିରୁ ଲୁହ ଗଡାଇଥିଲେ ନବୀନ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଶେରଗଡ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ ଶେରଗଡ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଶେରଗଡ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ ଦଳୀୟ କର୍ମୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ହିଞ୍ଜିଳିକାଟୁ ପୌରାଞ୍ଚଳ କାର୍ଯ୍ୟକାରୀ ସଭାପତି ବିଭୁ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଯୁବ ବିଜେଡି କର୍ମୀ ଏକ ବିରାଟ ବାଇକ୍ ରାଲିରେ ନଗର ପରିକ୍ରମା କରିଥିଲେ। ମିନି ଷ୍ଟାଡିୟମ ପରିସରସ୍ଥ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ ସେଠାରୁ କାର୍ ଯୋଗେ ହିଞ୍ଜିଳିକାଟୁ ବ୍ଲକ୍ ନୂଆଁ ବୁରୁପଡା ଅଭିମୁଖେ ବାହାରିଥିଲେ। ନବୀନ ପଟ୍ଟନାୟକଙ୍କ ଯିବା ରାସ୍ତାରେ ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଞ୍ଚବଣିଆ ଶ୍ୟାମଳାଇ ନଗର, ସ୍ଥାନୀୟ ଵ୍ଳକ ଖଣ୍ଡରା ଛକ ଓ ନୂଆ ବୁରୁପଡା ଛକ ନିକଟରେ ରାସ୍ତା ପ୍ୱାର୍ଶ୍ବରେ ଅପେକ୍ଷା କରିଥିବା ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ କ୍ଷତିଗ୍ରସ୍ତ ଚାଷୀ ମାନେ ବନ୍ୟା ଫଳରେ ନଷ୍ଟ ହୋଇଥିବା ଧାନ ଗଛକୁ ବିଧାୟକଙ୍କ ସମ୍ମୁଖରେ ରଖି ଦୁଃଖ ପ୍ରକାଶ କରିଥିଲେ। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଯୋଗୁଁ ଘଟିଥିବା କ୍ଷୟକ୍ଷତି ଚାଷଜମି ଓ ବନ୍ୟାଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ହିଞ୍ଜିଳିକାଟୁ ବ୍ଳକ୍ ବୁରୁପୋଡା ଗ୍ରାମର ଯୁବ ଇଞ୍ଜିନିୟରି ଛାତ୍ର ବିଭୁତି ପଟ୍ଟନାୟକଙ୍କ ବନ୍ୟାଜଳରେ ଭାସିଯାଇ ଚିକିତ୍ସାଧିନ ସମୟରେ ମୃତ୍ୟୁ ଘଟିଥିବାରୁ ମୃତକଙ୍କ ବାପା ଯିଶୁ ପଟ୍ଟନାୟକଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ନବୀନଙ୍କ ଗସ୍ତ ସମୟରେ କ୍ଷତିଗ୍ରସ୍ତ ଚାଷୀ ମାନେ ନବୀନଙ୍କୁ ନଷ୍ଟ ହୋଇଥିବା ଧାନ ଗଛ ଦେଖାଇ ନିଜର କ୍ଷୟକ୍ଷତି ସମ୍ପର୍କରେ ଅବଗତ କରିଥିଲେ। ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ଜଣାଇବେ ବୋଲି ନବୀନ ପଟ୍ଟନାୟକ ଚାଷୀଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ସମୟରେ ବନ୍ୟା ପ୍ରଭାବରେ ଧାନ ଓ ପନିପରିବା ଉଜୁଡା ଚାଷ ଜମି ଜେଖି ଆଖିରୁ ଲୁହ ଗଡାଇଥିଲେ ନବୀନ ପଟ୍ଟନାୟକ। ନିଜର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳର ବହୁ ମହିଳା, ପୁରୁଷ ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ। ନବୀନ ପଟ୍ଟନାୟକ ହେଲିପ୍ୟାଡରୁ ଅବତରଣ କରିବା ପରେ ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ ଓ ମହିଳା ମାନଙ୍କ ହୁଳହୁଳି ଶବ୍ଦରେ ସ୍ଥାନୀୟ ଅଞ୍ଚଳ ଗୁଞ୍ଜରିତ ହୋଇ ଉଠିଥିଲା। ନିଜର ପ୍ରିୟ ବିଧାୟକଙ୍କୁ ଦେଖିବା ପରେ ହିଞ୍ଜିଳିବାସୀଙ୍କ ଖୁସି କହିଲେ ନସରେ। ବିଜେପିକୁ ଭୋଟ ଦେଇ ଭୁଲ କରିଛୁ। ଯାହାର ପରିଣାମ ଏବେ ଭୋଗିବାକୁ ପଡୁଛି ବୋଲି ଉପସ୍ଥିତ ଜନସାଧାରଣ କହିଛନ୍ତି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ଶାସକ ବିଜେପିକୁ ଏହାର ଉଚିତ ଜବାବ ଦିଆଯିବ ବୋଲି ଲୋକେ କହିଛନ୍ତି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଥିଲେ ଆଜି ଏଭଳି ଅବସ୍ଥା ଦେଖିବାକୁ ମିଳିନଥାନ୍ତା ବୋଲି ଲୋକେ ଭାବ ବିହ୍ବଳ ହୋଇ କହିଥିଲେ।
ନବୀନ ପଟ୍ଟନାୟକଙ୍କ ଗସ୍ତ ସମୟରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପ୍ରଦୀପ ଅମାତ, ଦେବୀପ୍ରସାଦ ମିଶ୍ର, ଶ୍ରୀକାନ୍ତ ସାହୁ, ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ଯୁବ ଛାତ୍ର ବିଜେଡି ସଭାପତି ଚିନ୍ମୟ ସାହୁ, ଇପସିତା ସାହୁ, ରାଜ୍ୟ ଯୁବ କାର୍ଯ୍ୟକାରିଣୀ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ବିପ୍ଳବ ପାତ୍ର ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ପୌର ପ୍ରତିନିଧି ପ୍ୟାରୀମୋହନ ପାଢି, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ଗୋଲେଇ, ନଗର ସଭାପତି ହୃଦୟାନନ୍ଦ ମହାପାତ୍ର, ବ୍ଳକ ସଭାପତି ଦୁର୍ଗା ମାଧବ ମହାନ୍ତି, ଆରକେଏସ ସଭାପତି ନିଳମଣି ପଟ୍ଟନାୟକ, ପୂର୍ବତନ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ମନୋଜ ସାବତ, ଅଜୟ କୁମାର ମହାରଣା, ବି. ରାମଚନ୍ଦ୍ର, ନିଳମଣି ପଟ୍ଟନାୟକ, ରୋହିତ ବିଷୋୟୀଙ୍କ ସମେତ ବହୁ ରାଜ୍ୟ, ଜିଲ୍ଲାସ୍ତରୀୟ ନେତା, କର୍ମକର୍ତ୍ତା, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, କାଉନସିଲର, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଛାତ୍ର, ଯୁବ, ମହିଳା ବିଜେଡି କର୍ମକର୍ତ୍ତା, ଦଳୀୟ କର୍ମୀ, ସ୍ଥାନୀୟ ଅଞ୍ଚଳର ବହୁ ବିଜେଡି କର୍ମୀ, ଉପଜିଲ୍ଲାପାଳ ଶିବାଶିଷ ବରାଳ, ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରବାଧିନ, ଡିଏସପି ଗିରିଜା ଶଙ୍କର ପଟ୍ଟନାୟକ, ତହସିଲଦାର ତପନ କୁମାର ମହାପାତ୍ର, କଟକ ପୌର ପରିଷଦ ଡେପୁଟି କମିଶନର ଜୁବୁଲି ଚରଣ ବେହେରା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ଏବିଡିଓ ଅରୁଣ କୁମାର ପ୍ରଧାନ, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ୪ ପ୍ଳାଟୁନ ପୋଲିସ ଫୋର୍ସ ଏବଂ ବହୁ ପୁଲିସ ଅଧିକାରୀ ନିୟୋଜିତ ରହିଥିଲେ।


