ବିବାହ ପୂର୍ବରୁ ବ୍ୟୁଟିପାର୍ଲର ଯାଇଥିବା କନ୍ୟାର ଗଳା କାଟି ହତ୍ୟା

Published: Jul 6, 2020, 1:18 pm IST

ରତଲାମ୍‌: ବିବାହ ପାଇଁ ବିୟୁଟି ପାର୍ଲରରେ ମେକ୍‌ଅପ୍‌ ନେବାକୁ ଯାଇଥିବା ଜଣେ କନ୍ୟାକୁ ହତ୍ୟା କରାଯାଇଛି । ମଧ୍ୟପ୍ରଦେଶର ରତଲାମ୍‌ ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ବଧୂ ବେଶ ପାଇଁ କନ୍ୟା ଜଣକ ବ୍ୟୁଟିପାର୍ଲର ଯାଇଥିଲେ । ଏହି ସମୟରେ ଯୁବତୀ ଜଣକଙ୍କୁ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରାଯାଇଛି । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଯୁବତୀଙ୍କ ବୟସ 25 ବର୍ଷ ବୋଲି ଜଣାପଡିଛି ।

ଅଭିଯୁକ୍ତଜଣକ ବିୟୁଟିପାର୍ଲର ଭିତରେ ଜୋରଜବରଦସ୍ତି ପଶି ଏପରି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।ତେବେ ଏହି ଘଟଣାରେ ପୋଲିସ୍‌ ତଦନ୍ତ ଜାରି ରଖିଛି । ତେବେ ଏହା ଏକତରଫା ଯୋଗୁଁ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ପୋଲିସ୍‌ ଅନୁମାନ କରିଛି । ପୋଲିସ୍‌କୁ‌ ଅଭିଯୁକ୍ତ ସମ୍ପର୍କରେ ସୁରାକ ପାଇଥିବାବେଳେ ଖୁବ୍ ଶୀଘ୍ର ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବ ବୋଲି ପୋଲିସ୍‌ କହିଛି। (ଏଜେନ୍ସି)

Related posts