ବୋଇଂ ବିମାନ ଉପରେ ଲାଗିଲା କଟକଣା

Published: Mar 13, 2019, 12:56 pm IST
boing737max8 airoplane suspended

ଇଥିଓପିଆରେ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ଦୁର୍ଘଟଣା ପରେ ଭାରତ ସରକାର ଏହା ଉପରେ କଟକଣା ଲଗାଇଛନ୍ତି।  ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଇଂ ୭୩୭ ମାକ୍ସ ୮ ବିମାନ ଉଡାଣକୁ ରଦ୍ଦ କରାଯାଇଛି। ସମସ୍ତ ବୋଇଂ ବିମାନର ଯାତ୍ରାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି ଡାଇରୋକ୍ଟରେଟ୍‌ ଜେନରାଲ୍‌ ଅଫ୍‌ ସିଭିଲ୍‌ ଆଭିଏଶନ(ଡିଜିସିଏ)। ଏହାର ସିଧାସଳଖ ପ୍ରଭାବ ଜେଟ୍‌ ଏୟାର୍‌ଓ୍ବେଜ ଓ ସ୍ପାଇସ୍‌ ଜେଟ୍‌ ଉପରେ ପଡିବ ବୋଲି କୁହାଯାଉଛି। ଫଳରେ ଯାତ୍ରୀଙ୍କ ଭଡାରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଇଥିଓପିଆର ବୋଇଂ ୭୩୭ ଉଡାଣ ଭରିବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୧୫୭ ଯାତ୍ରୀ ନିହତ ହୋଇଥିଲା। ବାରମ୍ବାର ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଅଧିକାଂଶ ଦେଶ ଏହି ବିମାନ ଚଳାଚଳ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।  ତେବେ ଏହା ସମ୍ପୂର୍ଣ୍ଣ ଭାବେ ବିପଦମୁକ୍ତ ହେବା ପରେ ଏହାର ଉଡାଣ କରାଯାଇପାରେ ବୋଲି ଆଲୋଚନା ହେଉଛି।

Related posts