ନିଆଳି: ଡ୍ୟୁଟିରେ ଥିବାବେଳେ ଜଣେ ନର୍ସଙ୍କୁ ଛୁରୀ ଭୁସି ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନିଆଳି ଅଞ୍ଚଳରୁ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ନର୍ସ ଜଣକ ଜଣେ ଗର୍ଭବତୀ ମହିଳାଙ୍କୁ ଟିକା ଦେଉଥିବା ବେଳେ ନର୍ସଙ୍କ ସ୍ୱାମୀ ନର୍ସଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ନର୍ସ ଜଣକ ଆଜି କଟକ ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ଗର୍ଭବତୀ ମହିଳାଙ୍କୁ ଟୀକା ଦେବାକୁ ଯାଇଥିଲେ। ଟୀକା ଦାନ କାର୍ଯ୍ୟ ଚାଲି ଥିବାବେଳେ ହଠାତ୍ ନର୍ସଙ୍କ ସ୍ୱାମୀ ସେଠାରେ ଯାଇ ପହଞ୍ଚିଥିଲେ। ଏହାପରେ ନର୍ସଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନର୍ସଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ସ୍ବାମୀଙ୍କୁ କାବୁ କରି ପୋଲିସ୍ ଜିମା ଦେଇଛନ୍ତି ଲୋକେ ।
Tags: