Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋଟିଂ ସଚେତନତା ପାଇଁ ମୋଦିଙ୍କ ଟ୍ବିଟ : ନବୀନ ପଟ୍ଟନାୟକ ଓ ସୁଦର୍ଶନ ପଟ୍ଟନାୟକଙ୍କୁ କଲେ ଟ୍ୟାଗ୍‌
ଆଜିର ଖବର

ଭୋଟିଂ ସଚେତନତା ପାଇଁ ମୋଦିଙ୍କ ଟ୍ବିଟ : ନବୀନ ପଟ୍ଟନାୟକ ଓ ସୁଦର୍ଶନ ପଟ୍ଟନାୟକଙ୍କୁ କଲେ ଟ୍ୟାଗ୍‌

March 13, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଲୋକସଭା ନିର୍ବାଚନରେ ଅଧିକ ସଂଖ୍ୟକ ମତଦାତାଙ୍କୁ ମତଦାନରେ ସଂଶ୍ଲିଷ୍ଟ କରାଇବା ପାଇଁ ଏକ ଟ୍ବିଟ କରିଛନ୍ତି । ସେ ଏହି ଟ୍ବିଟ ବିରୋଧୀ ଦଳ ନେତା, ସିନେ ତାରକା, ଖେଳ ତାରକା, ସାମାଜିକ କର୍ମୀ, ଆଧ୍ୟାତ୍ମିକ ଗୁରୁ ସମେତ ସାମ୍ବାଦିକ ଓ ସମ୍ବାଦ ସରବରାହ ସଂସ୍ଥା ସହ ନ୍ୟୁଜ୍‌ ଚ୍ୟାନେଲ୍‌କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି । ଲୋକସଭା ନିର୍ବାଚନ ଏପ୍ରିଲ୍‌ ୧୧ରୁ ଆରମ୍ଭ ହେବାକୁ ଯାଉଛି । ଏହି ନିର୍ବାଚନରେ ଅଧିକ ସଂଖ୍ୟକ ମତଦାତା ଅଂଶଗ୍ରହଣ କରି ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ପାଇଁ ମୋଦି ସଚେତନତା ସୃଷ୍ବି କରିବା ପାଇଁ ଏହି  ଟ୍ବିଟ କରିଛନ୍ତି । ଏହି ଟ୍ବିଟରେ ଲୋକମାନେ ନିର୍ବାଚନରେ ଅଂଶଗ୍ରହଣ କରିବା ଉପରେ ସଚେତନତା ବାର୍ତ୍ତା ରହିଛି ।  ମୋଦି ଏହି ଟ୍ବିଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ଆରଜେଡ଼ି ନେତା ତେଜସ୍ବୀ ଯାଦବ, ଡିଏମ୍‌କେ ନେତା ଏମ୍‌କେ ଷ୍ଟାଲିନ୍‌ଙ୍କୁ ମଧ୍ୟ ଭୋଟ୍‌ ପାଇଁ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହି ତାଲିକାରେ  ଆପ୍‌  ନେତା କେଜ୍‌ରିଓ୍ବାଲଙ୍କ ନାମ ନାହିଁ ।  ସେହିପରି ସେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍‌.ଡ଼ି . କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରବାବୁ ନାଇଡୁ ଓ ଜଗମୋହନ ରେଡ୍ଡି ପ୍ରମୁଖଙ୍କୁ ଟ୍ୟାଗ୍‌ କରି ଆଗାମୀ ନିର୍ବାଚନରେ ମତଦାନ କେନ୍ଦ୍ରକୁ  ଅଧିକ ମତଦାତାଙ୍କୁ   ଆଣିବା ପାଇଁ କାମ କରିବାକୁ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ନେତୃତ୍ବାଧୀନ ମେଣ୍ଟ ରେ ସାମିଲ ଥିବା ଜେଡିଏସ  ମୁଖ୍ୟ ନିତିଶ୍‌ କୁମାର, ରାମବିଳାସ ପାଶ୍ବାନ, ହରିସିମରନ୍‌ କୌର, ଚିରାଗ ପାଶ୍ବାନ, ଆଦିତ୍ୟ ଠାକରେଙ୍କୁ ମଧ୍ୟ ଏହି ସଚେତନତା ପ୍ରସାର ପାଇଁ ନିବେଦନ କରିଛନ୍ତି । ଏହା ସହିତ ଆରଏସଏସ୍‌, ନେହେରୁ ଯୁବା କେନ୍ଦ୍ର, ନେବୋଲ୍‌ ବିଜେତା କୈଳାସ ସତ୍ୟାର୍ଥୀ, ପୁଡୁଚେରୀର ରାଜ୍ୟପାଳ କିରଣବେଦୀ, ସୁଦର୍ଶନ ପଟ୍ଟନାୟକ, ଆଧ୍ୟାତ୍ମିକ ଗୁରୁ ରବି ଶଙ୍କର, ଯୋଗ ଗୁରୁ ବାବା ରାମଦେବ ପ୍ରମୁଖଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି । ସଚିନ୍‌ ତେନ୍ଦୁଲ୍‌କର, ଅନିଲ୍‌ କୁମ୍ବଲେ, ଭିଭିଏସ୍‌ ଲକ୍ଷ୍ମଣ, ବିରେନ୍ଦ୍ର ସେହ୍ବାଗ୍‌, ଏମଏସ୍‌ ଧୋନୀ, ବିରାଟ କୋହଲି, ରୋହିତ ଶର୍ମା, ଶ୍ରୀକାନ୍ତ, ପିଭି ସିନ୍ଧୁ, ସାଇନା ନେହଓ୍ବାଲ, ଗୀତା ଫୋଗାଟ୍‌, ବବିତା ଫୋଗାଟ୍‌, ବଜରଂଗ ପୁନିଆ ପ୍ରମୁଖ ଖେଳାଳୀଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି । ସେହିପରି ବଲିଉଡର ଲତା ମଙ୍ଗେସକର୍‌, ଅମିତାଭ ବଚ୍ଚନ, ଏଆର ରହମାନ୍‌, ରଣବୀର କପୁର୍‌, ବରୁଣ ଧାଓ୍ବନ, ବିକି କୌଶଲ୍‌, ଶାହରୁଖ ଖାନ୍‌, ଅମୀର ଖାନ୍‌, ସଲମାନ୍‌ ଖାନ୍‌, ଦୀପିକା ପାଦୁକୋନ, ଆଲିଆ ଭଟ୍ଟ ଓ ଅନୁଷ୍କା ଶର୍ମା ପ୍ରମୁଖ କଳାଜଗତର ପ୍ରମୁଖ ହସ୍ତୀଙ୍କୁ ଟ୍ୟାଗ୍‌ କରି ବହୁ ମାତ୍ରାରେ ମତଦାତାଙ୍କୁ ମତଦାନ ପାଇଁ ପ୍ରୋତ୍ସାହିତ କରିବା ତଥା ମଜବୁତ୍‌ ଲୋକତନ୍ତ୍ର ନିର୍ମାଣରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025

ଜାତୀୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ପାଇଁ ଶିବପ୍ରସାଦଙ୍କ ମଧ୍ୟପ୍ରଦେଶ ଯାତ୍ରା

November 10, 2025

ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ଭୂଟାନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

November 10, 2025

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ: ‘ମାଣ୍ଡିଆ ଦିବସ’ରେ ଦେବେ ଯୋଗ

November 10, 2025
Latest News

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025

ଜାତୀୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ପାଇଁ ଶିବପ୍ରସାଦଙ୍କ ମଧ୍ୟପ୍ରଦେଶ ଯାତ୍ରା

November 10, 2025

ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ଭୂଟାନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

November 10, 2025

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ: ‘ମାଣ୍ଡିଆ ଦିବସ’ରେ ଦେବେ ଯୋଗ

November 10, 2025

ମୁନିଗୁଡା ଅମୃତ ଭାରତ ରେଳ ଷ୍ଟେସନଠାରେ ରେଳକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.