ବହୁ ଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲର ମୁଖ୍ୟ ଅଭିଯୁକ୍ତା ତଥା ମହିଳା କଲେଜର ପ୍ରଫେସର ନିର୍ମଳା ଦେବୀଙ୍କୁ ଜାମିନ୍‌

Published: Mar 13, 2019, 6:26 pm IST
professor nirmala devi gets bail on sex scandal case

ତାମିଲନାଡୁର ବହୁ ଚର୍ଚ୍ଚିତ ସେକ୍ସ ସ୍କାଣ୍ଡଲର ମୁଖ୍ୟ ଅଭିଯୁକ୍ତ ତଥା ମହିଳା କଲେଜର ପ୍ରଫେସର ନିର୍ମଳା ଦେବୀଙ୍କୁ ମାଦ୍ରାସ ଉଚ୍ଚନ୍ୟାୟାଳୟ ଜାମିନ ପ୍ରଦାନ କରିଛି। ଗିରଫ ହେବାର ୧୧ ମାସ ପରେ ତାଙ୍କୁ ଏହି ଜାମିନ ମିଳିଛି। ସୂଚନାଯୋଗ୍ୟ, ପ୍ରଫେସର ନିର୍ମଳା ମଦୁରାଇ କାମରାଜ ୟୁନିଭର୍ସିଟିର ବରିଷ୍ଠ ଅଧିକାରୀଙ୍କ ସହ ଛାତ୍ରୀମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। କେବଳ ସେତିକି ନୁହେଁ ଏହା ବଦଳରେ ଭଲ ନମ୍ବର ସହ ଡିଗ୍ରୀ ମିଳିବା ଓ ଟଙ୍କାର ଲୋଭ ମଧ୍ୟ ଦେଖାଉଥିଲେ ପ୍ରଫେସର। ଏକ ଅଡିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପରେ ଏହି ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ଗିରଫ କରାଯାଇଥିଲା। ଗତ ବର୍ଷ ଏପ୍ରିଲ୍‌ ୧୬ ତାରିଖରେ ଗିରଫ କରାଯାଇଥିଲା। ଗିରଫଦାରୀ ପୂର୍ବରୁ ଅନ୍ତରୀଣ ଯାଞ୍ଚ କରାଯାଇ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଥିଲା। ଅଡିଓ କ୍ଲିପ୍‌ ଆସିଲା ପରେ ଏଥିରେ ବିବାଦ ଘନେଇବାରୁ ଏହି ମାମଲାକୁ ରାଜ୍ୟର ସିଆଇଡିକୁ ଦିଆଯାଇଥିଲା।

Related posts