ଇମ୍ରାନ୍‌ ଯଦି ଉଦାର, ତେବେ ମାସୁଦ୍‌ଙ୍କୁ ଭାରତକୁ ସମର୍ପଣ କରନ୍ତୁ : ସୁଷମା ସ୍ବରାଜ

Published: Mar 14, 2019, 12:28 pm IST

ଯେପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ସେ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି କଥା ହେବା ସମ୍ଭବ ନୁହେଁ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା କହିଛନ୍ତି ।  ସେ କହିଛନ୍ତି ଆତଙ୍କ ଓ କଥାବର୍ତ୍ତା ଏକା ସଙ୍ଗେ ସମ୍ଭବ ନୁହେଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ  ଇମ୍ରାନ୍‌ ଖାଁ ଯଦି ଏତେ ଉଦାର ତେବେ ଆଙ୍କବାଦୀ ମାସୁଦ ଆଝାରଙ୍କୁ କାହିଁକି ଭାରତକୁ ସମର୍ପଣ କରୁ ନାହାଁନ୍ତି ବୋଲି ସୁଷମା ପ୍ରଶ୍ନ କରିଛନ୍ତି । ପାକ୍ ନିଜର ଗୁଇନ୍ଦା ବିଭାଗ ଆଇଏସଆଇ ଏବଂ  ସେନା ଉପରେ ପ୍ରଥମେ ନିୟନ୍ତ୍ରଣ କରୁ। ଆତଙ୍କୀ ଦେଶ ସର୍ବଦା ଦ୍ୱିପାକ୍ଷିକ ସମ୍ପର୍କକୁ ଭାଙ୍ଗୁଛି। ଏହାସହ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ଚରମ ଆଭିମୁଖ୍ୟ ଉପରେ ମଧ୍ୟ ସୁଷମା ପ୍ରଶ୍ନ ଉଠାଇଛନ୍ତି।  ସେ ଆହୁରି କହିଛନ୍ତି ଯେ, ଭାରତ ଜୈସ-ଇ-ମହମ୍ମଦକୁ ଟାର୍ଗେଟ୍ କରିଥିଲା। ପାକ୍ ସେନା ଜୈସ ତରଫରୁ ଭାରତ ଉପରେ ଆକ୍ରମଣ କରୁଛି। ଇମ୍ରାନ ସରକାର ଜୈଶକୁ ପାଳନ କରିବା ସହ ଅର୍ଥ ଯୋଗାଉଛନ୍ତି। ଏହାସହ ଇମାରନ ଯଦି ଉଦାର ତେବେ ମାସୁଦକୁ ଭାରତକୁ ଦିଅନ୍ତୁ ବୋଲି ସୁଷମା କହିଛନ୍ତି। ଏପଟେ ଅନ୍ୟ ଦେଶମାନଙ୍କୁ ଇମ୍ରାନ୍‌ କହୁଛନ୍ତି କି ଭାରତ ସହ ସମ୍ପର୍କକୁ ସେ ଖରାପ କରିବାକୁ ଚାହୁଁ ନାହାଁନ୍ତି। ହେଲେ ଅନ୍ୟପଟେ କହୁଛନ୍ତି ସେମିତି କିଛି ପରିସ୍ଥିତି ଉପୁଜିଲେ ସେ ଚୁପ୍‌ ରହିବେ ନାହିଁ। ତେଣୁ କିଏ ପରିସ୍ଥିତି ଖରାପ କରୁଛି ବୋଲି ସୁଷମା ପାଲଟା ପ୍ରଶ୍ନ କରିଛନ୍ତି। ହେଲେ ପାକିସ୍ତାନ ସହ ପ୍ରଥମେ ଭାରତ କେବେବି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ସୁଷମା କହିଛନ୍ତି।

Related posts