ଗତ 24 ଘଣ୍ଟାରେ ଦେଶରେ 34 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିିତ ଚିହ୍ନଟ, 671 ମୃତ

Published: Jul 18, 2020, 11:06 am IST

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରକୋପ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପ୍ରାୟ ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଛି ।  ଗତ 24 ଘଣ୍ଟା ମଧ୍ୟରେ ଦେଶରେ 34 ହଜାରରୁ ଅଧିକ ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି 671 ଜଣଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ଗତ 24 ଘଣ୍ଟା ମଧ୍ୟରେ 34 ହଜାର 884 ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 38 ହଜାର 716ରେ ପହଞ୍ଚିଛି ।  ସେହିପରି ଦେଶରେ ମୃତକଙ୍କ ସଂଖ୍ୟା 26 ହଜାର 273ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍‌ ସଂକ୍ରମିତଙ୍କ ମଧ୍ୟରୁ 6 ଲକ୍ଷ 53 ହଜାର 751 ଜଣ ସୁସ୍ଥ ହୋଇଥିବାବେଳେ ଏପର୍ଯ୍ୟନ୍ତ ଦେଶରେ 3 ଲକ୍ଷ 58 ହଜାର 692ଜଣ ଚିକିତ୍ସାଧୀନ ରହିଚନ୍ତି । ସେହିପରି ଦେଶରେ ଜୁଲାଇ 17 ପର୍ଯ୍ୟନ୍ତ  ଦେଶରେ 1 କୋଟି 34 ଲକ୍ଷ 742ଟି ସାମ୍ପଲ୍‌ ପରୀକ୍ଷଣ ହୋଇଛି । ଶୁକ୍ରବାର ଦିନ ଦେଶରେ ମୋଟ୍‌ 3 ଲକ୍ଷ 61 ହଜାରର ସାମ୍ପଲ୍‌ ଯାଞ୍ଚ ହୋଇଥିଲା ।

ସେହିପରି ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ମୋଟ 2 ଲକ୍ଷ 92 ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ 11 ହଜାର 452ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts