୨୬ବର୍ଷରେ ବଲିଉଡ୍‌ ଚୁଲ୍‌ବୁଲୀ ଆଲିଆ

Published: Mar 15, 2019, 1:43 pm IST

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ଆଜି ହେଉଛି ୨୬ତମ ଜନ୍ମଦିବସ। ୧୯୯୩ ମାର୍ଚ୍ଚ ୧୫ରେ ଜନ୍ମଗ୍ରହଣ କରିଥିଲେ ଏହି ସୁନ୍ଦରୀ ନାୟିକା। ବଲିଉଡ୍‌ ନିର୍ଦ୍ଦେଶକ ମହେଶ ଭଟ୍ଟ ଓ ଅଭିନେତ୍ରୀ ସୋନି ରାଜଦାନଙ୍କ ସୁପୁତ୍ରୀ ହେଉଛନ୍ତି ଆଲିଆ। ୨୦୧୨ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ରୁ ସେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ନିଜର ନିଖୁଣ ଅଭିନୟକୁ ନେଇ ସେ ବହୁ ଚର୍ଚ୍ଚାରେ। ‘ଟୁଷ୍ଟେଟସ୍‌’, ’ହମ୍ପଟି ଶର୍ମାକି ଦୁଲ୍‌ହନିଆ’, ‘ବଦ୍ରିନାଥ କୀ ଦୁଲ୍‌ହନିୟା’, ‘କପୁର୍‌ ଏଣ୍ଡ୍‌ ସନ୍ସ’,  ‘ ‘ଡିୟର୍‌ ଜିନ୍ଦଗୀ’, ‘ହାଇଓ୍ବେ’, ‘‘ଉଡ୍‌ତା ପଞ୍ଜାବ’, ‘ରାଜି’ ‘ଗଲିବୟ’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ’ହାଇଓ୍ବ’ ପାଇଁ ଫିଲ୍ମଫେୟାର୍‌ର ଶ୍ରେଷ୍ଠ ଅଭିନେତ୍ରୀର କ୍ରିଟିକ୍‌ ଆଓ୍ବାର୍ଡ ପାଇଥିଲେ। ନିକଟରେ ଆଲିଆ ରଣବୀରଙ୍କ ସହ ‘ବ୍ରହ୍ମାସ୍ତ୍ର’ ଓ କରନ୍‌ଙ୍କ ମଲ୍ଟିଷ୍ଟାର୍‌ର ଫିଲ୍ମ ‘କଲଙ୍କ’ରେ ନଜର ଆସୁଛନ୍ତି। ଏହି ଦୁଇ ଫିଲ୍ମକୁ ନେଇ ସେ ବେଶ ଚର୍ଚ୍ଚାରେ ରହିଛନ୍ତି। କେବଳ ହିନ୍ଦୀ ନୁହେଁ ନିକଟରେ ରାଜାମୌଲୀଙ୍କ ବିଗ୍‌ବଜେଟ୍‌ ମୁଭି ‘ଆର୍‌ଆର୍‌ଆର୍‌’ରେ ତେଲୁଗୁ ସୁପରଷ୍ଟାର ରାମଚରଣଙ୍କ ବିପକ୍ଷରେ ନଜର ଆସିବେ। ‘ଆଲିଆ ଅଭିନୟକୁ ଯେତିକି ଚର୍ଚ୍ଚାରେ ତା’ଠାରୁ ଅଧିକ ନିଜ ପ୍ରେମ ସମ୍ପର୍କକୁ ନେଇ। ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା, ଅର୍ଜୁନ୍‌ କପୁର୍‌, ଅଲୀ ଦାଦରକର, କଭିନ ମିତ୍ତଲ ପ୍ରମୁଖଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିବାର ଶୁଣାଯାଏ। ତେବେ ଆଲିଆ ଏବେ ବଲିଉଡ୍‌ ଅଭିନେତା ରଣବୀର୍‌ କପୁର୍‌ଙ୍କ ସହ ଡେଟିଂ କରୁଛନ୍ତି। ଶୁଣିବାକୁ ମିଳୁଛି ଉଭୟେ ବହୁତ୍‌ ଶୀଘ୍ର ବିବାହ କରିବେ।

Related posts