ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ 49 ହଜାର 931 ଜଣ ଆକ୍ରାନ୍ତ ହୋଇଥିବାବେଳେ 708ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 14 ଲକ୍ଷ 35 ହଜାର 453ରେ ପହଞ୍ଚିଥିବାବେଳେ ଦେଶରେ କରୋନା ମୃତ୍ୟୁସଂଖ୍ୟା 32 ହଜାର 771କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା ଆକ୍ଟିଭ୍ କେସ୍ 4 ଲକ୍ଷ 85 ହଜାର 114 ଜଣ ରହିଛନ୍ତି । ସୁସ୍ଥ ହୋଇଛନ୍ତି 9 ଲକ୍ଷ 17 ହଜାର 567 ଜଣ ।
ମହାରାଷ୍ଟ୍ରରେ 3 ଲକ୍ଷ 75 ହଜାର 3799 ଆକ୍ରାନ୍ତ ରହିଥିବାବେଳେ 13 ହଜାର 656ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରୁ ମୃତ୍ୟୁ ସଂଖ୍ୟା 3 ହଜାର 827କୁ ବୃଦ୍ଧି ହୋଇଛି । ତାମିଲନାଡୁରେ 3 ଲକ୍ଷ 494 ଓ ଗୁଜୁରାଟରେ 2 ହଜାର 326ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)
Tags: କରୋନା ଆକ୍ରାନ୍ତ