ବରଗଡ଼ରେ ରାହୁଲ୍‌ ଗାନ୍ଧି : ବିଜେଡ଼ି ଓ ବିଜେପି ଉପରେ ବର୍ଷିଲେ

Published: Mar 15, 2019, 4:04 pm IST
rahul targets both bjd and bjp

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆଜି ବରଗଡ଼ଠାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶରେ ରାହୁଲ୍‌ ଉଭୟ ବିଜେଡ଼ି ଓ ବିଜେପିକୁ ସମାଲୋଚନା କରିବା ସହିତ ଜିଏସ୍‌ଟିକୁ ନେଇ ଏକ ବଡ଼ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ସରକାରକୁ ଆସିଲେ ଜିଏସ୍‌ଟିରେ ପରିବର୍ତ୍ତନ କରାଯାଇ ଏହାର ସରଳୀକରଣ କରାଯିବ। ସେହିପରି ଓଡ଼ିଶାର ଧାନର ମୁଖ୍ୟ କେନ୍ଦ୍ର ହେଉଛି ବରଗଡ଼, କିନ୍ତୁ ବରଗଡ଼ରେ ଚାଷୀ ଆତ୍ମହତ୍ୟା ଦେଖିବାକୁ ମିଳୁଛି। ସେହିପରି ରାଜ୍ୟରେ କଂଗ୍ରେସ ଶାସନ ଆସିଲେ ଚାଷୀଙ୍କ ପାଇଁ ଋଣ ଛାଡ଼କରିବ ବୋଲି କହିଛନ୍ତି। ସେହିପରି ସମସ୍ତଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ଅଧିକାର ମିଳିବା ଉପରେ ମଧ୍ୟ ଜୋର୍‌ ଦେଇଛନ୍ତି। ନବୀନ ସରକାରଙ୍କୁ ଟାର୍ଗେଟ୍‌ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ରିମୋଟ୍‌ ଦ୍ବାରା ପରିଚାଳିତ ହେଉଛନ୍ତି ବୋଲି କହିଛନ୍ତି। ଶୀତଳଭଣ୍ଡାର ଓ ବେରୋଜଗାରୀକୁ ନେଇ ନବୀନଙ୍କୁ ସମାଲୋଚନା କରିବା ସହିତ ଓଡ଼ିଶାରେ ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ୫ ହଜାର କୋଟି ଓ ଖଣି ଦୁର୍ନୀତିରେ ୫୦ ହଜାର କୋଟି ହୋଇଥିବାର କହିଛନ୍ତି। ଏବଂ କଂଗ୍ରେସ ସରକାର ଆସିଲେ ଏହି ଦୁର୍ନୀତି ଉପରେ ତଦନ୍ତ ଚଳାଇ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରିବ ବୋଲି ରାହୁଲ୍‌ କହିଛନ୍ତି।

Related posts